

ନେପାଳରେ ବ୍ୟାପକ ହିଂସାକାଣ୍ଡ ପରେ ଶେଷରେ କୌଣସି ଉପାୟ ନପାଇ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ତାଙ୍କ ମନ୍ତ୍ରିମଣ୍ଡଳରେ ୯ଜଣ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଦେଶ ଛାଡି ପଳାଇଥିବା ସୂଚନା ମିଳିଛି ।
ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟିବା ପରେ ବି ନେପାଳରେ ହିଂସା ଥମିନଥିଲା । ନେପାଳ ସରକାରଙ୍କ ୩ଜଣ ମନ୍ତ୍ରୀ ପ୍ରଥମେ ଇସ୍ତଫା ଦେଇଥିଲେ । ଆଜି ବି ରାଜଧାନୀ କାଠମାଣ୍ଡୁ ଜଳିଥିଲା । ନେପାଳ ସରକାର ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଆପ୍ ଉପରେ ରୋକ୍ ଲଗାଇବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଯୁବପୀଢି । ଏହାସହିତ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିକ୍ଷୋଭ କରିଥିଲେ । ପ୍ରତିବାଦ ଏତେ ହିଂସାତ୍ମକ ହୋଇଗଲା ଯେ ପୁଲିସକୁ ଲୁହ ବୁହା ଗ୍ୟାସ୍ ସେଲ୍ ଫୁଟାଇବାକୁ ପଡିଥିଲା । ଆଜି ମଧ୍ୟ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ଦାବି କରିଥିଲେ ।
ସୂଚନାଯୋଗ୍ୟ ଯେ ଏହି ଆନ୍ଦୋଳନ ସମୟରେ ପୋଲିସ ଗୁଳିରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ଜଣେ ଅଧିକାରୀ କହିଛନ୍ତି ଯେ କର୍ଫ୍ୟୁକୁ ଅବମାନନା କରି, ପ୍ରଦର୍ଶନକାରୀମାନେ ଦେଶର ସଂସଦରେ ପ୍ରବେଶ କରି କୋଠାରେ ନିଆଁ ଲଗାଇ ଦେଇଛନ୍ତି। ଏହା ପୂର୍ବରୁ ସେମାନେ ଦେଶର ସର୍ବବୃହତ ଦଳ ନେପାଳୀ କଂଗ୍ରେସର କାର୍ଯ୍ୟାଳୟ ଏବଂ ଅନେକ ପ୍ରମୁଖ ରାଜନେତାଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲେ।
ଭାରତ-ନେପାଳ ସୀମାରେ ହାଇ ଆଲର୍ଟ
ନେପାଳରେ ଚାଲିଥିବା ଭୟଙ୍କର ବିକ୍ଷୋଭ ପରେ ଅଶାନ୍ତ ନେପାଳ ପାଇଁ ଓ କାଠମାଣ୍ଡୁ ସାରା ହିଂସା ଲାଗି ରହିଥିବାରୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ କରାଯାଇଛି । ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ମଧ୍ୟ ଅଧାରୁ ଫେରି ଆସିଛି । ଦିଲ୍ଲୀ ଓ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଫେରି ଆସିଛି । ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନମିଳିବାରୁ ବିମାନ ଫେରିଆସିଛି । ଏହାସହ ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ୩ଟି ବିମାନ ଉଡାଣ ମଧ୍ୟ ବାତିଲ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଟିଆଇଏରୁ ସମସ୍ତ ବିମାନର ଉଡାଣ ବାତିଲ କରାଯାଇଛି ।
ଭାରତ-ନେପାଳ ସୀମାରେ ହାଇ ଆଲର୍ଟ
ପ୍ରବଳ ବିକ୍ଷୋଭ ଓ ହିଂସାକାଣ୍ଡ ପରେ ଦାର୍ଜିଲିଂକୁ ଲାଗିଥିବା ସୀମାନ୍ତରେ ସେନାକୁ ଆଲର୍ଟ ରଖାଯାଇଛି । ତୀକ୍ଷଣ୍ ନଜର ରଖାଯାଇଛି ବୋଲି କହିଛନ୍ତି ସ୍ଥାନୀୟ ଏସ୍ପି ପ୍ରବୀଣ ପ୍ରକାଶ ।
ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କ ସହିତ ଦେଶ ଛାଡିବାକୁ ଯାଉଛନ୍ତି। ବିମାନବନ୍ଦରରେ ବିମାନ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, କାଠମାଣ୍ଡୁ ଯାଉଥିବା ଅନେକ ବିମାନ ଏବେ ଆକାଶରେ ଘୂରି ବୁଲୁଛନ୍ତି। ବିମାନବନ୍ଦର ବନ୍ଦ ଥିବାରୁ ଦିଲ୍ଲୀ, ଢାକା, ବ୍ୟାଙ୍କକରୁ କାଠମାଣ୍ଡୁ ଯାଉଥିବା ବିମାନଗୁଡ଼ିକ ଏବେ ଆକାଶରେ ଘୂରି ବୁଲୁଛନ୍ତି ବୋଲି ସୂଚନା ମିଳିଛି ।”
ପରବର୍ତ୍ତୀ ସୂତ୍ରରୁ ପ୍ରକାଶ ଯେ”ନେପାଳରେ ସରକାରର ପତନ ଘଟିଛି। ହେଲେ ହିଂସା, ଉତ୍ତେଜନା ଥମୁନାହିଁ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବା ସତ୍ବେ ଜନତାଙ୍କ ଆକ୍ରୋଶ କମିନାହିଁ।
ଇସ୍ତଫାପତ୍ର ଗ୍ରହଣ କଲେ ରାଷ୍ଟ୍ରପତି, ଦେଶ ଛାଡ଼ିଲେ ଓଲି
ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପଉଡେଲ। ଓଲିଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ପରେ ଦେଶର ନୂଆ ନେତା ଚୟନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।
ଜଳୁଛି ନେପାଳ; ପ୍ରଧାନମନ୍ତ୍ରୀଙ୍କ ଘର ଜାଳି ଦେଲେ ବିକ୍ଷୋଭକାରୀ
ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ହେବାରେ ଲାଗିଛି।
