
ଭାରତର ପ୍ରଚଣ୍ଡ ସର୍ଜିକାଲ ଆକ୍ରମଣ କାରଣରୁ ପାକିସ୍ତାନର ସବୁଠାରୁ ସମ୍ବେଦନଶୀଳ ସମ୍ପତ୍ତି ରୂପେ ପରିଗଣିତ ଏହାର ପରମାଣୁ ଅସ୍ତ୍ରଶସ୍ତ୍ରର ସୁରକ୍ଷା ଉପରେ ପୁଣି ଥରେ ଆମେରିକା ସମେତ ସମଗ୍ର ବିଶ୍ୱର ଧ୍ୟାନ କେନ୍ଦ୍ରିତ ହୋଇଛି। ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନର ମୁଖ୍ୟ ଭୂଭାଗ ଭିତରେ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ପଶି ଯେଉଁ ସବୁ ସାମରିକ ଘାଟୀ ଏବଂ ବିମାନ ଘାଟୀଗୁଡିକ ଉପରେ ନାହିଁ ନ ଥିବା ଆକ୍ରମଣ କରି ଊଡେଇଦେଲା, ସେଗୁଡିକ ମଧ୍ୟରୁ କେତେକକୁ ପରମାଣୁ ଅସ୍ତ୍ର କାର୍ଯ୍ୟ ସଞ୍ଚାଳନ ଏବଂ ସୁରକ୍ଷା ଦୃଷ୍ଟିରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ ।
ବିଶେଷକରି ନୁର ଖାନ, ରଫିକି, ମୁରିଦ, ସୁକୁର ଏବଂ ସିଆଲକୋଟ ବାୟୁସେନା ଘାଟିରେ ହୋଇଥିବା ପ୍ରଚୁର କ୍ଷତି ପାକିସ୍ତାନର ପ୍ରତିରକ୍ଷା କ୍ଷମତାର ଦୁର୍ବଳତାକୁ ପଦାରେ଼ ଆଣି ପକାଇଛି। ସାମରିକ ଲଜିଷ୍ଟିକ୍ସ ଏବଂ ବାୟୁ ଇନ୍ଧନ ପାଇଁ ପାହାଡ ଉପରେ ଏକ ପ୍ରମୁଖ କେନ୍ଦ୍ର ରୂପେ କାର୍ଯ୍ୟରତ ନୁର ଖାନ ଏୟାରବେସ୍ ଦୀର୍ଘ ଦିନ ଧରି ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ସହିତ ଜଡିତ। ସୁକୁର ଘାଟିକୁ ସିଧାସଳଖ ପରମାଣୁ ଅସ୍ତ୍ର ଡିପୋ ପରିସରରେ ବୋଲି ବିବେଚନା କରାଯାଏ।
ପରମାଣୁ ଅସ୍ତ୍ରକୁ ନେଇ ସାରା ବିଶ୍ୱରେ ଚିନ୍ତାର ବାତାବରଣ ଆକ୍ରମଣ ପରେ କେବଳ ପାକିସ୍ତାନରେ ନୁହେଁ, ବରଂ ଆମେରିକା, ୟୁରୋପ ଏବଂ ଅନ୍ୟାନ୍ୟ ବିଶ୍ୱ ଶକ୍ତିମାନଙ୍କ ମଧ୍ୟରେ ମଧ୍ୟ ଏହି ପ୍ରଶ୍ନ ଗୁଞ୍ଜରିତ ହେବା ଆରମ୍ଭ କରିଛି ଯେ ପାକିସ୍ତାନ ତାର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷା ଦେବାରେ ସକ୍ଷମ କି
? ପାକିସ୍ତାନର ବିପଦପୂର୍ଣ୍ଣ ଆତଙ୍କବାଦୀ ଆଶ୍ରୟସ୍ଥଳର ଇତିହାସ ଏବଂ ଦାୟିତ୍ୱହୀନ ସାମରିକ ନେତୃତ୍ୱ ଯୋଗୁ ଆମେରିକା ସମେତ ଅନେକ ଦେଶ ଭୟଭୀତ ହୋଇଛନ୍ତି ଯେ ଏହି ଅସ୍ତ୍ରଶସ୍ତ୍ର ଭୁଲ ହାତରେ ପଡ଼ିପାରେ। ଏହି ଆଶଙ୍କା ଆହୁରି ଦୃଢ଼ ହୋଇଥିଲା ଯେତେବେଳେ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଥିଲା ଯେ ପାକିସ୍ତାନରେ ଏକ ଆମେରିକୀୟ ନ୍ୟୁକ୍ଲିୟର ଜରୁରୀକାଳୀନ ସହାୟତା ବିମାନ ଦେଖାଯାଇଛି - ହୁଏତ କୌଣସି ଜରୁରୀକାଳୀନ ପରିସ୍ଥିତି ଯୋଗୁ।
।
ଭାରତର ସ୍ପଷ୍ଟ ବକ୍ତବ୍ୟ:
"ପରମାଣୁ ଘାଟି ଉପରେ ଆକ୍ରମଣ କରାଯାଇ ନଥିଲା"
ଯେତେବେଳେ ଗଣମାଧ୍ୟମ ଭାରତୀୟ ସେନାକୁ ପଚାରିଲା ଯେ ପରମାଣୁ ଅସ୍ତ୍ର ପ୍ରତିଷ୍ଠାନ ଉପରେ ମଧ୍ୟ ଆକ୍ରମଣ ହୋଇଛି କି, ଏୟାର ମାର୍ଶାଲ ଏ.କେ. ଭାରତୀ ସ୍ପଷ୍ଟ କରି କହିଲେ ଯେ , "ଆମେ କିରାଣା ପାହାଡ଼ ଉପରେ କୌଣସି ଆକ୍ରମଣ କରିନାହୁଁ। ଏହା ଆମେ ସାର୍ବଜନୀନ ଭାବରେ ପ୍ରକାଶ କରିଥିବା ଟାର୍ଗେଟ ତାଲିକାରେ ନଥିଲା।
କିନ୍ତୁ ଏହି ସ୍ପଷ୍ଟୀକରଣ କଳ୍ପନାଜଳ୍ପନାକୁ ସମ୍ପୂର୍ଣ୍ଣ ଶାନ୍ତ କରିପାରିଲା ନାହିଁ, ବିଶେଷକରି ଯେତେବେଳେ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷଣ ଏଜେନ୍ସିଗୁଡ଼ିକ ଏଥି ପ୍ରତି ଅଧିକ ସକ୍ରିୟତା ପ୍ରଦର୍ଶନ କରୁଛନ୍ତି ।
ପାକିସ୍ତାନର ଅସହାୟତା ଏବଂ ଆମେରିକାର ସ୍ୱାର୍ଥ ଭାରତର ଆକ୍ରମଣ ଯୋଗୁ ଚାରିପାଖରୁ ଘେରି ହୋଇରହିଥିବା ପାକିସ୍ତାନ ଏବେ ଏତେ ଦୁର୍ବଳ ସ୍ଥିତିରେ ଅଛି ଯେ ଆମେରିକୀୟ ସାମରିକ ସମର୍ଥନ ପାଇବା ବଦଳରେ ତାକୁ ତାହାର ରଣନୈତିକ ସୁବିଧା ତଥା ଘାଟୀ ଇତ୍ୟାଦି ହସ୍ତାନ୍ତର କରିବାକୁ ପଡ଼ିପାରେ। ବର୍ଷ ବର୍ଷ ଧରି ଆମେରିକା ପାକିସ୍ତାନର ଏୟାର୍ ବେସ୍ ବ୍ୟବହାର କରିବାକୁ ଚାହୁଁଛି, କିନ୍ତୁ ଚୀନର ଚାପ ଏବଂ ଘରୋଇ ଚାପ ଯୋଗୁ ପାକିସ୍ତାନ ସର୍ବଦା ଏପରି କରିବାରୁ ନିବୃତ୍ତ ରହିଛି। ବର୍ତ୍ତମାନର ପରିସ୍ଥିତିରେ ପାକିସ୍ତାନର ଅସହାୟ ଅବସ୍ଥାର ଲାଭ ଉଠାଇ ଆମେରିକା ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଏହି ସୁଯୋଗ ହାତେଇବାର ସୁଯୋଗ ଅପେକ୍ଷାରେ ରହିଛି । ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କନୱାଲଜିତ ସିଂହ ଧିଲୋନ କୁହନ୍ତି, "ପରମାଣୁ ଅସ୍ତ୍ରର ସୁରକ୍ଷା ଏକ ବିଶ୍ୱସ୍ତରୀୟ ଦାୟୀତ୍ୱ। ପାକିସ୍ତାନକୁ ପ୍ରମାଣ କରିବାକୁ ପଡିବ ଯେ ସେ ଏହି ଦାୟୀତ୍ୱ ପୂରଣ କରିପାରିବ। ନଚେତ୍ ଅନ୍ତର୍ଜାତୀୟ ଯାଞ୍ଚକୁ ସକ୍ରିୟ କରିବାକୁ ପଡିବ।"
ତେବେ ସେ ଯାହା ହେଉ ପାକିସ୍ତାନ ତାର ଆତଙ୍କବାଦୀଙ୍କୁ ପହେଲଗାମ ପଠାଇ ଅଯଥାରେ ଯେଉଁ ଜଘନ୍ୟ କୃତ୍ୟ କଲା, ତାର ପରିଣାମରେ ଭାରତ ଠାରୁ ପ୍ରଚଣ୍ଡ ସାମରିକ ମାଡ ଖାଇ ପୁରା ଘାଇଲା ହେଲା ଆଉ ଏହା ଫଳରେ ଚୀନ, ତୁର୍କୀର ସାମରିକ ସହାୟତା ସତ୍ତ୍ଵେ ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥା କେତେ ଦୁର୍ବଳ, ତାହା ପ୍ରମାଣିତ ହୋଇଗଲା। ଯାହାର ପରିଣାମରେ ଏବେ ପାକିସ୍ତାନ ଭିତରେ ଭିତରେ କାନ୍ଦୁଛି ଆଉ ଅନିଚ୍ଛା ସତ୍ତ୍ବେ ଆମେରିକା ହାତରେ ନିଜର ରଣନୈତିକ ଭିତ୍ତିଭୂମି ଟେକିଦେବା ସ୍ଥିତିକୁ ଆସିଛି। ପାକିସ୍ତାନ ଯେମିତିକା ଦୁଷ୍କୃତ କଲା, ସେମିତିକା କର୍ମଫଳ ଏବେ ଭୋଗିବାକୁଯାଉଛି।କହିବାକୁଗଲେ ଭୋଗିଲାଣି ଆଉ
ନ ସୁଧୁରିଲେ ଆହୁରି ଭୋଗିବ