

ପଶ୍ଚିମବଙ୍ଗର ଏକ ସରକାରୀ ବିଶ୍ୱବିଦ୍ୟାଳୟରେ ଜଣେ ମହିଳା ପ୍ରଫେସର ତାଙ୍କର ଜଣେ ଛାତ୍ରକୁ ‘ବିବାହ’ କରୁଥିବାର ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ତେବେ ଉକ୍ତ ମହିଳା ପ୍ରଫେସର ଦାବି କରିଛନ୍ତି ଯେ ଏହା ଏକ ନାଟକ, ଯାହା ତାଙ୍କ ବିଷୟ ଅଧ୍ୟୟନର ଏକ ଅଂଶ ଥିଲା । ନଦିଆ ଜିଲ୍ଲାର ହରିଙ୍ଗହାଟାସ୍ଥିତ ମୌଲାନା ଅବୁଲ କଲାମ ଆଜାଦ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ମାକାଉଟ)ର ମନୋବିଜ୍ଞାନ ବିଭାଗରେ ଏହି ଘଟଣା ଘଟିଛି।ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ରଫେସର କନ୍ୟା ବେଶରେ ଏବଂ ପ୍ରଥମ ବର୍ଷର ଛାତ୍ର ବର ବେଶରେ ଶ୍ରେଣୀଗୃହରେ ‘ସିନ୍ଦୁର ପିନ୍ଧାଉଛନ୍ତି’ ଏବଂ ‘ମାଳ ପିନ୍ଧାଉଛନ୍ତି। ଏହି ଭିଡିଓକୁ ନେଇ ବିବାଦ ସୃଷ୍ଟି ହେବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଜଣିଆ ତଦନ୍ତ କମିଟି ଗଠନ କରାଯାଇ ପ୍ରଫେସରଙ୍କୁ ସ୍ପଷ୍ଟୀକରଣ ମାଗିଥିଲା।
ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ରଫେସର କନ୍ୟା ବେଶରେ ଏବଂ ପ୍ରଥମ ବର୍ଷର ଛାତ୍ର ବର ବେଶରେ ଶ୍ରେଣୀଗୃହରେ ‘ସିନ୍ଦୁର ପିନ୍ଧାଉଛନ୍ତି’ ଏବଂ ‘ମାଳ ପିନ୍ଧାଉଛନ୍ତି। ଏହି ଭିଡିଓକୁ ନେଇ ବିବାଦ ସୃଷ୍ଟି ହେବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଜଣିଆ ତଦନ୍ତ କମିଟି ଗଠନ କରାଯାଇ ପ୍ରଫେସରଙ୍କୁ ସ୍ପଷ୍ଟୀକରଣ ମାଗିଥିଲା।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସେ କହିଛନ୍ତି ଯେ ଏହା ଏକ ‘ସାଇକୋ ଡ୍ରାମା’ ଯାହା ତାଙ୍କ ବିଷୟ ଅଧ୍ୟୟନର ଏକ ଅଂଶ ଏବଂ ଏଥିରେ କିଛି ବାସ୍ତବତା ନାହିଁ। ସେହି ପ୍ରଫେସର ଦାବି କରିଛନ୍ତି ଯେ ଭିଡିଓଟି କେବଳ ବିଭାଗ ପାଇଁ ରେକର୍ଡ କରାଯାଇଛି ଏବଂ ମନୋବିଜ୍ଞାନ ବିଭାଗର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ତାହାକୁ “ଲିକ୍” କରାଯାଇଛି। ତେବେ ତଦନ୍ତ ସରିବା ପର୍ଯ୍ୟନ୍ତ ପ୍ରଫେସରଙ୍କୁ ଛୁଟିରେ ଯିବାକୁ କୁହାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।