

ଦୁଃଖର ସେ ଝଡ ” ବର୍ଷା” ଅତୀତର ପୃଷ୍ଠାକୁ ଚାଲିଯାଇଛି। ଏବେ ମନଭାବନରେ ଆସିଛି ଏକ ନୂଆ ” ଜାଗୃତି” । ସେ ଜାଗୃତି ମନରେ ଆଣିଛି ପୁଲକ, ସରସତା ଆଉ ତ ଆଉ ସଂପ୍ରୀତିର ମାଧୁର୍ଯ୍ୟ। ଏହି ମାଧୁର୍ଯ୍ୟ ଆଗକୁ ଅନୁଭବଙ୍କ ଜୀବନରେ କି ମୋଡ ନେବ, ତାହା ଦେଖିବାର ଅଛି। ସେ ମୋଡ ଯାହା ନେଉ ନା କାହିଁକି, ଏବେ ତ ଏହି ଦୁଇ ମନ ଏକ ହୋଇ ଯୁଗଳବନ୍ଦୀରେ ଗାଇଚାଲିଛି – ଚଲୋ ଦିଲଦାର୍ ଚଲୋ, ଚାନ୍ଦ କେ ପାର୍ ଚଲୋ।
ସେ ମଧୁରିମା ଆଗକୁ ସମ୍ପର୍କର କେଉଁ ବନ୍ଧନରେ ଉଭୟଙ୍କୁ ବାନ୍ଧିବ, ତାହା ଜଣାନାହିଁ; ତେବେ ଜାଗୃତିଙ୍କୁ ଗଣମାଧ୍ୟମ ଯେତେବେଳେ ପଚାରିଲା ଯେ, ଅନୁଭବଙ୍କ ଫ୍ୟାନ୍ ମାନେ ତାଙ୍କୁ ଭାଉଜ ବୋଲି ଡାକୁଛନ୍ତି, ଏହା ଶୁଣି ତାଙ୍କୁ କେମିତି ଲାଗୁଛି।ଏହାର ପ୍ରତ୍ୟୁତ୍ତରରେ ଜାଗୃତି କହିଲ ଯେ, ଆଗକୁ ଅନୁଭବଙ୍କ ଫ୍ୟାନ୍ସମାନେ ଖୁସି ଖବର ପାଇବେ ଓ ଅନୁଭବ ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିବେ ନାହିଁ। ଜାଗୃତିଙ୍କ ଏଭଳି ଉତ୍ତର ଉଭୟଙ୍କ ବିବାହ ଚର୍ଚ୍ଚାକୁ ଅଧିକ ବଳ ଯୋଗାଇଛି ଆଉ ଚଲୋ ଦିଲଦାର୍ ଚଲୋ ଚାନ୍ଦ କେ ପାର୍ ଚଲୋ ଗୀତ ଆଗକୁ ଯଦି ବଦଳି କରି ଏହି ଗୀତକୁ ରୂପାନ୍ତରିତ ହୋଇଯାଏ- ଜିତ୍ ହିଁ ଲେଙ୍ଗେ ବାଜି ହମ୍ ତୁମ୍ , ଖେଲ୍ ଅଧୁରା ଛୁଟେନା,
ପ୍ୟାର୍ କା ବନ୍ଧନ, ଜନ୍ମ କା ବନ୍ଧନ, ଜନ୍ମ କା ବନ୍ଧନ ଟୁଟେନା।
ଓଡିଶାର ସୁପରଷ୍ଟାର, ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବହୁପ୍ରତିକ୍ଷୀତ ବାୟୋଗ୍ରାଫିର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱରର ଏକ ତାରକା ହୋଟେଲଠାରେ ଆୟୋଜିତ ଏହି ଲଂଚ ଇଭେଂଟରେ ଚଳଚ୍ଚିତ୍ର, ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଟାଇମ୍ପାସ୍ ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ଏହି ବାୟୋଗ୍ରାଫିର ରଚନା କରିଛନ୍ତି ଜାଗୃତି ଶୁକ୍ଳା।
ଓଡିଶା ଚଳଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟ ଠାରୁ ଆରମ୍ଭ କରି ତାଙ୍କର ପ୍ରଭାବଶାଳୀ ରାଜନୈତିକ କ୍ୟାରିୟର ଏବଂ ଓଡ଼ିଶା ତଥା ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ, ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି। ତେବେ ବହି ଉନ୍ମୋଚନ ପରେ ଜାଗୃତିଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା।
ବହିରେ କଣ ସବୁ ଲେଖାହୋଇଛି?
ଅଣନିଶ୍ୱାସୀ ହୋଇ ଅନୁଭବ ବିଜେଡ଼ି ଛାଡିଥିଲେ
ନିର୍ବାଚନ ଜିତିବା କାରଣରୁ ଲାଗୁଥିଲା ଆରୋପ
ବର୍ଷାଙ୍କ ସହ ତାଙ୍କର ବୈବାହିକ ସମ୍ପର୍କ ଓ ବିଚ୍ଛେଦ କଥା।
ବିବାହକୁ ନେଇ ବୟାନ ଦେଇ ଜାଗୃତି ଗଣମାଧ୍ୟମକୁ କହିଛନ୍ତି ଯେ, ମୋର ଏଠାରେ ଲୋକମାନେ ଯୋଡ଼ି ବନାଇ ଦେଇଛନ୍ତି । ଆମେ ବୃତ୍ତିଗତ ଭାବରେ କାମ କଲୁ । ପରେ ପରେ ପାରିବାରିକ ସମ୍ପର୍କ ହେଲା । ଆମେ ବର୍ତ୍ତମାନ ସମୟରେ ପାରିବାରିକ ସମ୍ପର୍କରେ ଅଛୁ । ସେମାନେ ଯାହା ନିଷ୍ପତ୍ତି ନେବେ ସେଇୟା ହିଁ ହେବ । ତାଙ୍କର ଫ୍ୟାନ ବହୁତ କିଛି କୁହନ୍ତି । ସେ କାହାକୁ ନିରାଶ ବି କରିନାହାନ୍ତି କି କରିବେନି । ହେଲେ ଓଡ଼ିଆଙ୍କୁ ମୁଁ ବହୁତ ଭଲପାଏ । ଏଠାକାର ଲୋକ ବହୁତ ଶାନ୍ତ ଓ ସରଳ ବୋଲି କହିଛନ୍ତି ଜାଗୃତି ।
ଏହାର ମାନେ ହେଉଛି ଯେ – ତେରେ ମେରେ ସପନେ ଅବ୍ ଏକ ରଙ୍ଗ ହେଁ, ଦୋ ଜାହାଁ ଭି ଲେଯାଏ ରାହେ , ହମ୍ ସଙ୍ଗ ହେଁ
