

ଜଣେ ଅବସରପ୍ରାପ୍ତ ପ୍ରଫେସର ଏକ ତେଜରାତି ଦୋକାନକୁ ଯାଇ କହିଲେ, “ମୋତେ ମସୁର ଡାଲିର ୭୪୨ ଗୋଟି ଦାନା ଗଣି ଗଣି କରି ଦିଅ।”
ଦୋକାନରେ ବସିଥିବା ପିଲାଟି କିଛି ଜବାବ ନ ଦେଇ ୨ ଶହ ଗ୍ରାମର ମସୁର ଡାଲି ଓଜନ କରି ପ୍ରଫେସରଙ୍କୁ ଧରେଇଦେଲା।
ପିଲାଟି ଏତେ ଶୀଘ୍ର ମସୁର ଡାଲିର ୭୪୨ ଟି ଦାନା ଦେବାରୁ ଅବସରପ୍ରାପ୍ତ ପ୍ରଫେସର ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏଗୁଡ଼ିକ କ’ଣ ପ୍ରକୃତରେ ୭୪୨ ଗୋଟି ଶସ୍ୟ?”
ଦୋକାନୀପିଲାଟି ଉତ୍ତର ଦେଲା, “ତୁମେ ଘରେ ନେଇ ସେଗୁଡ଼ିକୁ ଭଲଭାବରେ ଗଣିଲେ ଜାଣିପାରିବ। ମୋ ବାପା ସେଗୁଡ଼ିକୁ ପ୍ରତି କିଲୋଗ୍ରାମରେ ୩୭୧୦ ଗୋଟି କରି ଦାନା ଆଗରୁ ଗଣିକରି ରଖିଛନ୍ତି। ତେଣୁ ୨ଶହ ଗ୍ରାମ ମସୁର ଡାଲିରେ ମୋଟ ୭୪୨ ଗୋଟି ଦାନା ଯେମିତି ହେଲେ ରହିବ। ଆଗରୁ ତ ବାପା ଗଣିକରି ରଖିଛନ୍ତି,ଏଣୁ ମୋର ଆଉ ଗଣିବାର କଣ ଆବଶ୍ୟକତା ଅଛି।”
ଅବସରପ୍ରାପ୍ତ ପ୍ରଫେସର କହିଲେ, “ବହୁତ ଭଲ କଥା, ତୁମ ବାପା କଣ କରନ୍ତି କି ?
ଦୋକାନୀ ପିଲାଟି ଉତ୍ତର ଦେଲା, “ସେ ମଧ୍ୟ ଆପଣଙ୍କ ପରି ଜଣେ ଅବସରପ୍ରାପ୍ତ, ସେ ଏହିପରି ସେ ମଧ୍ୟ ଆପଣଙ୍କ ପରି ଗଣାଗଣିରେ ତାଙ୍କର ସମୟ ବିତାଇଥାଆନ୍ତି।”
ଉତ୍ତର ଶୁଣି ପ୍ରଫେସରଙ୍କ ମୁହଁରୁ ଲେକ୍ଚର ଆଉ ବାହାରିଲାନାହିଁ