

ଖବର ଆଜିର, ୧୬ ମେ, ଶୁକ୍ରବାର
ଅଣନିଶ୍ଵାସୀ କରୁଛି ତାପମାତ୍ରା, ଝାରସୁଗୁଡାରେ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ।
ଏବେ ରାଜ୍ୟରେ ଝିଅ ଜନ୍ମ ହେଲେ ପରିବାରକୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା।
ମେ ମାସ ୨୬ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯିବ।
ରାଜ୍ୟରେ ଗଡିବ ହାଇଡ୍ରୋଜେନ ବସ୍, ୮ଟି ସହରରେ ଚାଲିବ ‘ମୋ ବସ୍’ ସେବା।
ରାଜ୍ୟର ୧୫ଟି ବିଶ୍ବବିଦ୍ୟାଳୟରେ ଏକାଥରେ କୁଳପତି ଚୟନ ହେବ, ରୂପରେଖ ପ୍ରସ୍ତୁତ।
ଯୁକ୍ତ ତିନି ଛାତ୍ରଙ୍କୁ ଇଣ୍ଟର୍ନସିପ୍ ଟ୍ରେନିଂ ଦେବ ଏନଏସଇ । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ସହ ଏମଓୟୁ ସ୍ବାକ୍ଷରିତ।
ପୁରୀରେ ତିନି ରଥର ୧୨ ଚକ ପ୍ରସ୍ତୁତ, ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ।
କୃଷି ଓଭର୍ସିଅର ମାନଙ୍କ ମାସିକ ଗସ୍ତ ଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୧୨୫୭ କୃଷି ଓଭର୍ସିଅର।
ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ। କାର୍ଯ୍ୟକାଳ ୩ ବର୍ଷ, ପ୍ରତି ୩ ମାସରେ ଥରେ ବୈଠକ
ସିଡ଼ିଓ ଓ ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧମକ। ଦାୟିତ୍ୱରେ ଅବହେଳା କଲେ ଦୃଢ଼ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହୀତ, ସମୁଦାୟ ୯ଟି ବିପର୍ଯ୍ୟୟ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷିତ
ବରଗଡ଼ ମଣ୍ଡିକୁ ଚୋରାରେ ଆସୁଛି ଛତିଶଗଡ଼ ଧାନ। ଜବତ ହୋଇଛି ତିନୋଟି ଧାନ ବୋଝେଇ ଟ୍ରକ୍
ଗଂଜାମ ବୁଗୁଡ଼ା ଥାନା ପାଙ୍ଗିଡ଼ି ଗାଁରେ ଫୁଟିଲା ଗୁଳି, ଟିଉସନ ଶିକ୍ଷକ ଆହତ।
ଗଂଜାମ ଦିଗପହଣ୍ଡି ଜରଡ଼ା ଥାନା ଅଂଚଳରେ ପିକ୍ଅପ୍ ଭ୍ୟାନ୍ ଓଲଟି ୧୫ ଆହତ, ୪ ଗୁରୁତର।
ବାଲେଶ୍ଵର ଜଳେଶ୍ବରରେ ବାଲି ମାଫିଆ ବଳୀୟାନ। ଖଣି ଅଧିକାରୀ ଓ ଏନ୍ଫୋର୍ସମେଣ୍ଟ ଟିମକୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ
ନବରଙ୍ଗପୁର ଝରିଗାଁ ସଂରକ୍ଷିତ ଜଙ୍ଗଲରେ ଘର ନିର୍ମାଣ ବାରଣ ନେଇ ଗଣ୍ଡଗୋଳରେ ବନରକ୍ଷୀଙ୍କ ମୁଣ୍ଡ ଫଟେଇଲେ ଲୋକେ।
ରାଉରକେଲା ସୀତା ମୋଟର୍ସ ଷ୍ଟକ୍ୟାର୍ଡରୁ ୭୦ରୁ ଅଧିକ କାର୍ ଗାଏବ, ଅଭିଯୁକ୍ତ ମ୍ୟାନେଜର ଫେରାର, ମହମ୍ମଦ ଦାଉଦ ନାମକ କର୍ମଚାରୀ ଗିରଫ
ଗଞ୍ଜାମ ମୋହନାରେ ବାଘୁଆ ମହୁମାଛି ଆକ୍ରମଣରେ ୪ ଗୁରୁତର, ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।
ମାଓବାଦୀଙ୍କ ପାଇଁ ଅପରେସନ କେଜିଏଚ। କୋରାପୁଟର ଜଙ୍ଗଲରେ ୨୧ ଦିନରେ ୩୧ ମାଓବାଦୀ ନିପାତ।
ପାରଳାଖେମୁଣ୍ଡିରେ ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଲା ବାପା।
ବରଗଡ଼ରେ ଅବକାରୀ ଟିମକୁ ମଦ ମାଫିଆଙ୍କ ଆକ୍ରମଣ। ରାଜେଶ ରାଉତ ନାମକ ଜଣେ କନେଷ୍ଟବଳ ଗୁରୁତର ଆହତ।
ପାରଳାଖେମୁଣ୍ଡିରେ ରାସ୍ତାକଡ଼ରୁ ଆଣି ପାଳିଥିବା ନାବାଳିକା ଝିଅ ପ୍ରେମ ପାଇଁ ମା’କୁ ହତ୍ୟା କଲା
ଖୋର୍ଦ୍ଧା କୁମ୍ଭିଲେ ଛକ ନିକଟରେ ବାଇକ୍କୁ ଧକ୍କା ଦେଲା ସରକାରୀ ଲକ୍ଷ୍ମୀ ବସ୍,ଶିଶୁ ପୁତ୍ର ମୃତ, ମା’ ବାପା ଗୁରୁତର।
ଯାଜପୁର ଧର୍ମଶାଳା ଅତିରିକ୍ତ ବିଡ଼ିଓଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍।
ବାଲେଶ୍ଵର ପଞ୍ଚଲିଙ୍ଗେଶ୍ଵର ପୀଠରେ ଥଣ୍ଡାପାନୀୟ ଦରଦାମକୁ ନେଇ ପର୍ଯ୍ୟଟକଙ୍କୁ ବାଡେଇଲେ ଦୋକାନୀ
ଅପରେସନ୍ ‘ନାଦେର’ ଅଧୀନରେ ପୁଲୱାମା ନାଦେର ଅଞ୍ଚଳରେ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ
ବିହାର ଦରଭଙ୍ଗାରେ ଜୋରଜବରଦସ୍ତି ହଷ୍ଟେଲ ଭିତରେ ପ୍ରବେଶ କରିବାରୁ ରାହୁଲ ଗାନ୍ଧୀଙ୍କ ନାମରେ ରୁଜୁ ହେଲା ୨ଟି ମାମଲା।
ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ, କହିଲେ ଏସ ଜୟଶଙ୍କର।
ପାକିସ୍ତାନକୁ ଅସ୍ତ୍ର ଯୋଗାଇଥିବାରୁ ତୁର୍କୀ ବିମାନ କମ୍ପାନୀର ବଡ କଣ୍ଟ୍ରାକ୍ଟ ପ୍ରତ୍ୟାହାର କଲା ଭାରତ।
ଆଜି ଅନ୍ତର୍ଜାତୀୟ ଆଲୋକ ଦିବସ
ଆଜି ଜନ୍ମଦିନ: ନଟବର ସିଂ, ସ୍ୱାମୀ ମୁକ୍ତାନନ୍ଦ, ମହନ୍ତ ବାଲକନାଥ, ଭିକି କୌଶଲ, ବନମାଳୀ ମହାରଣା (ମାର୍ଦ୍ଦଳ ବାଦକ, ପୁରୀ)
ଆଜି ତିରୋଧାନ: ଋଷି ମୋଦି
ଇତିହାସରେ ଆଜି ଦିନ: (୧୯୭୫) ସିକିମ ହେଲା ଭାରତର ୨୨ତମ ରାଜ୍ୟ/ (୧୯୯୬) ବାଜପେୟୀ ହେଲେ ଦେଶର ଦଶମ ପ୍ରଧାନମନ୍ତ୍ରୀ/ (୧୯୭୫) ଜୁଙ୍କ ତାବେଇ ହେଲେ ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ/ (୧୯୨୯) ହଲିଉଡ଼ରେ ପ୍ରଥମ ଏକାଡେମୀ ପୁରସ୍କାର ବିତରଣ/ (୨୦୨୧) ଗାଜା ଉପରେ ଇସ୍ରାଏଲ ଆକ୍ରମଣ
ବନ୍ଦେ ଉତ୍କଳ ଜନନୀ