
କ୍ଷ
କ୍ଷମତାର ଡୋର ପଦ୍ମ ଫୁଲ ପରି କଂଗ୍ରେସ ଠାରୁ ଦୂରେଇ ଦୂରେଇ ଯାଉଛି। ଯାହା ଫଳରେ ୧୦ ବର୍ଷରୁ ଅଧିକ ଦିନ ହେଲାଣି କ୍ଷମତାରୁ ଦୂରେଇ ରହିଛି କଂଗ୍ରେସ । ୨୦୧୪ ଓ ୨୦୧୯ରେ ଦଳର ନିର୍ବାଚନୀ ବିପର୍ଯ୍ୟୟ ହେବା ପରେ ୨୦୨୪ରେ ସ୍ଥିତି ଟିକିଏ ପରିବର୍ତ୍ତନ ଆସିଥିଲା । କିନ୍ତୁ ରାହୁଲ ଦେଖିଥିବା ସ୍ବପ୍ନ ପୂରଣ ହେଲାନାହିଁ । ଏଥିଲାଗି ରାହୁଲ ଦାୟୀ ବୋଲି କୁହାଯାଉଛି।ବାରମ୍ୱାର ରାହୁଲଙ୍କ ବାଳସୁଲଭ ଅପରିପକ୍ବ ରାଜନୈତିକ ଭାଷଣକୁ ଦଳର ନେତାମାନେ ଅପସନ୍ଦ ଆଉ ଦାୟୀ କରୁଥିବାବେଳେ ଇଣ୍ଡି ମେଣ୍ଟର ଅନେକ ନେତା ବି ରାହୁଲଙ୍କୁ ଘେରିଲେଣି । ଏହା ରାହୁଲଙ୍କ ରାଜନୈତିକ ଭବିଷ୍ୟତକୁ କ୍ଲିନ୍ ବୋଲ୍ଡ କରିଦେଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ପ୍ରଥମତଃ ଟିଏମସିର ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ । ପରେ ପରେ ଇଣ୍ଡି ମେଣ୍ଟର ଅନେକ ନେତା ବି ପ୍ରଶ୍ନ କରିବାକୁ ଲାଗିଲେ । ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ, ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଏନସିପି ନେତା ଶରଦ ପାୱାର ଓ ଉଦ୍ଧବ ଠାକରେ ବି ରାହୁଲ ଗାନ୍ଧିଙ୍କ ନେତୃତ୍ବକୁ ନେଇ ଉଠାଇଲେଣି ପ୍ରଶ୍ନ । ମେଣ୍ଟର ଅନେକ ନେତା ମମତାଙ୍କ ନେତୃତ୍ବକୁ ପ୍ରଶଂସା ବି କରିଛନ୍ତି ।
ଆପ୍ର ସଭାପତି କେଜ୍ରିୱାଲ ଯେଉଁପରି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ତାହା ଦେଖିଲେ ଗୋଟିଏ କଥା ସ୍ପଷ୍ଟ କି, ରାହୁଲଙ୍କ ସ୍ବପ୍ନ ପୂରଣ କରିବାରେ ଏମାନେ ବାଧା ଦେଉଛନ୍ତି । ସେପଟେ ଆରଜେଡିର ନେତା ତେଜସ୍ବୀ ଯାଦବ କହିଛନ୍ତି କେବଳ ଲୋକସଭା ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟର ବୋଧହୁଏ ବ୍ୟବସ୍ଥା ଥିଲା । କିନ୍ତୁ ଅଖିଳେଶ କାହିଁକି ଏମିତି କହିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।
ଗେମ୍ କରିଥିଲେ ଦିଦି
………………………………..
ଇଣ୍ଡି ମେଣ୍ଟରେ ସାମିଲ ହେବା ପରେ ଅନେକ ରାଜ୍ୟରେ ମେଣ୍ଟର ପୋଷ୍ଟର ଦେଖିବାକୁ ମିଳୁଥିଲା ନିର୍ବାଚନ ସମୟରେ । ହେଲେ ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ ଦିଦି ସେମିତି କରିନଥିଲେ । ନିର୍ବାଚନରେ ଦିଦି କଂଗ୍ରେସ ଓ ବାମଦଳଠୁ ସମଦ୍ବରତ୍ବ ରଖି ନିଜେ ସବୁ ଆସନରେ ପ୍ରାର୍ଥୀ ଦେଇଥିଲେ । ନିର୍ବାଚନର ଫଳ ଆସିବା ପରେ ଜଣାପଡ଼ିଥିଲା କି, ଦିଦିଙ୍କ ଟିଏମସି ଦଳ ଏକାକୀ ୨୨ ସିଟ୍ରେ ନିର୍ବାଚନ ବିଜୟ ହୋଇଛନ୍ତି । ପରୋକ୍ଷ ଭାବରେପ୍ରଥମତଃ ଟିଏମସିର ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ । ପରେ ପରେ ଇଣ୍ଡି ମେଣ୍ଟର ଅନେକ ନେତା ବି ପ୍ରଶ୍ନ କରିବାକୁ ଲାଗିଲେ । ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ, ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଏନସିପି ନେତା ଶରଦ ପାୱାର ଓ ଉଦ୍ଧବ ଠାକରେ ବି ରାହୁଲ ଗାନ୍ଧିଙ୍କ ନେତୃତ୍ବକୁ ନେଇ ଉଠାଇଲେଣି ପ୍ରଶ୍ନ । ମେଣ୍ଟର ଅନେକ ନେତା ମମତାଙ୍କ ନେତୃତ୍ବକୁ ପ୍ରଶଂସା ବି କରିଛନ୍ତି । ଆଉ ଆପ୍ର ସଭାପତି କେଜ୍ରିୱାଲ ଯେଉଁପରି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ତାହା ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ, ରାହୁଲଙ୍କ ସ୍ବପ୍ନ ପୂରଣ କରିବାରେ ଏମାନେ ବାଧା ଦେଉଛନ୍ତି । ସେପଟେ ଆରଜେଡିର ନେତା ତେଜସ୍ବୀ ଯାଦବ କହିଛନ୍ତି କେବଳ ଲୋକସଭା ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟର ବୋଧହୁଏ ବ୍ୟବସ୍ଥା ଥିଲା । କିନ୍ତୁ ଅଖିଳେଶ କାହିଁକି ଏମିତି କହିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।
ଇଣ୍ଡି ମେଣ୍ଟକୁ ଶକ୍ତ ଝଟକା
……………………………..
ଇଣ୍ଡି ମେଣ୍ଟକୁ ବିଶ୍ବାସକୁ ନେଉନାହାନ୍ତି ଦେଶର ଜନତା । ଯାହାର ଉଦାହରଣ ହରିୟାଣା ଓ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ । ଦଳ ଭାବିଥିଲା ଏହି ଦୁଇ ରାଜ୍ୟରେ ବିଜୟ ହେବ, ସରକାର କରିବ । ହେଲେ ଆଶା କେବଳ ଆଶାରେ ରହିଗଲା । କୁହାଗଲା କି ଦଳର ଭୁଲ ରଣନୀତି ଏଥିଲାଗି ଦାୟୀ । ହେଲେ ଏନେଇ ଦଳର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ କିନ୍ତୁ ମୁହଁ ଫିଟାଇନଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି, ରାହୁଲ ଜାଣିସାରିଥିଲେ କଂଗ୍ରେସ ନେତୃତ୍ବକୁ ଲୋକେ ବିଶ୍ବାସକୁ ନେଲେ ନାହିଁ ।
ହଠାତ୍ କାହିଁକି ବଦଳିଗଲେ ଲାଲୁ ଓ ତେଜସ୍ଵୀ ?
::::::::::::::::::::::::::::::::::::::::::::
ଇଣ୍ଡି ମେଣ୍ଟରେ ହଠାତ୍ ଲାଲୁ ଓ ତେଜସ୍ବୀଙ୍କ ମନ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କାରଣ ଲାଲୁ ପ୍ରଥମେ ମମତାଙ୍କୁ ସମର୍ଥନ ଦେଉଥିବା ବେଳେ ତେଜସ୍ବୀ କହିଥିଲେ ଇଣ୍ଡି ମେଣ୍ଟ ଥିଲା କେବଳ ନିର୍ବାଚନ ପର୍ଯ୍ୟନ୍ତ । ହେଲେ ଉଭୟ ନେତା ଏମିତି କାହିଁକି କହିଲେ ତାହାକୁ ନେଇ ବି ଚର୍ଚ୍ଚା ଜୋର ଧରିଥିଲା । ଅବଶ୍ୟ ଗାନ୍ଧୀ ପରିବାର ସହ ଲାଲୁଙ୍କ ସମ୍ପର୍କ କେମିତି ତାହା ସମସ୍ତେ ଜାଣନ୍ତି । ଏହା ପରେ ବି ସମର୍ଥନ ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ରାହୁଲ ଯେବେ ମାନହାନୀ ମକଦ୍ଦମାରୁ ମୁକ୍ତି ପାଇଥିବେ ସେବେ ଲାଲୁ କୁଆଡ଼େ ଦିଲ୍ଲୀ ଯାଇ ବିହାରୀ ମଟନର ଭୋଜି ବି କରିଥିଲେ । ଖାଲି ଏତିକି ନୁହେଁ ଭାରତ ଯୋଡ ଯାତ୍ରା ସମୟରେ ବିହାରରେ ରାହୁଲଙ୍କ ଗାଇଡ୍ ରହିବା ସହିତ ସାରଥୀ ବି ବନିଥିଲେ ତେଜସ୍ବୀ । ଖାଲି ଏତିକିରେ କଥା ସରିନି। ଦିଲ୍ଲୀରେ ବି ଆପ୍ ଓ କଂଗ୍ରେସ ମଧ୍ୟରେ ମତାନ୍ତର ହେବା ବି ଦଳ ପାଇଁ କ୍ଷତିକାରକ ହୋଇଛି । ଏମିତି ସ୍ଥିତିରେ ରାହୁଲ ଯେଉଁ ସ୍ବପ୍ନ ଦେଖିଥିଲେ ମେଣ୍ଟକୁ ନେଇ ତାହା କେବେ ବି ସଫଳ ହେବନି ବୋଲି ଚର୍ଚ୍ଚା ଭିତରେ ୨୪ ରେ ତାହାର କିଛିକାଂଶରେ ଝଲକ ଦେଖିବାକୁ ମିଳିଛି । ତେଣୁ ଆଗାମୀ ଦିନରେ ଶାସନ କ୍ଷମତାକୁ ଫେରିବାକୁ ହେଲେ କଂଗ୍ରେସକୁ କିଛି ନୂଆ କରିବାକୁ ପଡ଼ିବ ବୋଲି ବରିଷ୍ଠ ନେତାମାନେ କହିଲେଣି । ଅବଶ୍ୟ ଏନେଇ ରାହୁଲଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କେବଳ ଯାହା ଚର୍ଚ୍ଚା ଚାଲିଛି ।