
ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ (ବାଗେଶ୍ଵର ବାବା) ୫ ଦିନିଆ ଶ୍ରୀ ଭଗବତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ଆସି ପହଞ୍ଚିଛନ୍ତି। ଶ୍ରୀ ବାଗେଶ୍ଵର ଜନ ସେବା ସେମିତି ଆନୁକୁଲ୍ୟରେ ଲାଇଟ ହାଉସ ସ୍ଥିତ ଏକ ହୋଟେଲ ପରିସରରେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ (ବାଗେଶର ବାବା)ଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ପ୍ରବଚନ ଆଜି ବି ଜାରି ରହିଛି। ଏହା ଗତ ୧୦ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ପ୍ରବଚନ ଶୁଣିବାକୁ ଲୋକଙ୍କ ଗହଳି ଲାଗୁଛି। ଏହି ୫ ଦିନିଆ ପ୍ରବଚନ କାର୍ଯ୍ୟକ୍ରମରେ ଶିବ ଲିଙ୍ଗ ନିର୍ମାଣ, ହନୁମାନ ଗାଥା ସହ , ଯଜ୍ଞ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଯୋଗଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରା ୧୦୦୮ ଶ୍ରୀ ବାଗେଶ୍ବର ଧାମ ଶିଷ୍ୟ/ଶିଷ୍ୟାମଣ୍ଡଳୀ ଓଡିଶା ତରଫରୁ ଅନୁଷ୍ଠିତ ହୋଇଛି ବୀରହରେକୃଷ୍ଣ ପୁର ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହିନ୍ଦୁ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାରେ ୫଼ ହଜାରରୁ ଊର୍ଦ୍ଧ୍ୱ ଶିଷ୍ୟ ଶିଷ୍ୟା ଯୋଗଦାନ କରିଥିଲେ ।
ଏହି ଅବସରରେ ବାଗେଶ୍ୱର ଧାମର ମୁଖ୍ୟ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ପୁଣି ଆହ୍ୱାନ ଦେଇଛନ୍ତି। ନିକଟରେ ପୁରୀ ଗସ୍ତରେ ଆସି ଧରେନ୍ଦ୍ର ଶାସ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ସେ ସାମ୍ବାଦିକମାନଙ୍କୁ ହିନ୍ଦୁ ରାଷ୍ଟ୍ର ଗଠନ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।ସେ କହିଛନ୍ତି ଯେ ଓଡିଶାରୁ ଓଡ଼ିଶାରୁ ହିଁ ହିନ୍ଦୁ ରାଷ୍ଟ୍ର ଗଠନ ହେବ। ଏଥିଲାଗି ଓଡ଼ିଶାର ହିନ୍ଦୁମାନଙ୍କର ସମର୍ଥନ ଆବଶ୍ୟକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ସେ ଆତ୍ମବିଭୋର ହୋଇଛନ୍ତି ଏବଂ ମହାପ୍ରଭୁଙ୍କର ମହାପ୍ରସାଦ ସେବନ କରି ଚରମ ଆତ୍ମତୃପ୍ତି ଲାଭ କରିଛନ୍ତି।