Skip to content
ଗତ ସୋମବାର ରାତି ସାଢେ ୮ଟାରୁ ବନ୍ଦ ରହିଥିଲା ଭଗବାନ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି । ବଡୁ ସେବାୟତ ଓ ପୂଜା ପଣ୍ତା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଥିଲା। ସନ୍ଧ୍ୟାରେ ଠାକୁରଙ୍କ କୌଣସି ନୀତି ହୋଇନଥିଲା । ଦିଅଁ ଦକ୍ଷିଣ ଘରକୁ ବିଜେ କରିନଥିଲେ। ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ତପରେ ଲିଙ୍ଗରାଜ ମହାପ୍ରଭୁ ବେଜି କରିଥାଆନ୍ତି ।
ମକର ମଣ୍ତପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ପରେ ସରିଥିଲା କ୍ଷୀର ଆଉଟା । ବଡୁ ସେବାୟତା ହିଁ ନୀତି କରିବାକୁ ଦାବି କରିଥିଲେ । ଗତକାଲି ସଂଧ୍ୟାରୁ ମକର ମଣ୍ତପରେ ମହାପ୍ରଭୁ ଲିଙ୍ଗରାଜ । ତେବେ ବାରମ୍ବାର ଏପରି ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଗତକାଲି ସିଂହଦ୍ବାର ସମ୍ମୁଖରେ ପୂଜାପଣ୍ଡା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ କରି ମିଳିତ ପ୍ରତିବାଦ କରିଥିଲେ ।