
ଆଜି କଟକ ଏବଂ ବାଲେଶ୍ବରରେ ଦୁଇଟି ପୃଥକ ଘଟଣାରେ ଦୁଇ ଜଣ ହାଇସ୍କୁଲ ଛାତ୍ରୀଙ୍କ ଅପମୃତ୍ୟୁ ବଡ ଆଲୋଡନ ସୃଷ୍ଟି କରିଛି। କଟକରେ ଏହି ଅପମୃତ୍ୟୁ ଘଟଣା ହତ୍ୟା କି ଆତ୍ମହତ୍ୟା, ତାହା ସନ୍ଦେହାସ୍ପଦ ହୋଇଥିବାବେଳେ ବାଲେଶ୍ବରରେ ଛାତ୍ରୀ ଜଣକ ସ୍କୁଲରୁ ଆସି ତାଙ୍କ ଘର ସମ୍ମୁଖସ୍ଥ ଗଛରେ ସିଧାସଳଖ ଦଉଡି ଲଗାଇ ଝୁଲିପଡିଥିଲେ।
କଟକ ଘଟଣାରେ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା ସ୍କୁଲ୍ କର୍ତ୍ତୃପକ୍ଷ କହୁଥିବାବେଳେ ଛାତ୍ରୀଟିର ପରିବାରସ୍ଵଜନ ଏହା ହତ୍ୟା ମାମଲା ବୋଲି ଅଭିଯୋଗ କରିଛନ୍ତି।
ପ୍ରଥମ ଘଟଣାରେ ଢେଙ୍କାନାଳ ଜିଲ୍ଲାର ଶୁଭସ୍ମିତା କଟକର ରେଭେନ୍ସା ଗାର୍ଲ୍ସ ହାଇସ୍କୁଲର ହଷ୍ଟେଲରେ ରହି ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ବୋଲି ଜଣାପଡ଼ିଛି। କିନ୍ତୁ କୌଣସି ଅଜଣା କାରଣ ଯୋଗୁଁ ସେ ହଷ୍ଟେଲ୍ ରୁମରେ ଫାଶୀ ଦେଇ ନିଜ ଜୀବନ ଶେଷ କରିଛନ୍ତି ବୋଲି କୁହାଯାଉଛି।
ତାଙ୍କ ପରିବାର ସଦସ୍ୟମାନେ ଲାଲବାଗ ପୋଲିସ ଷ୍ଟେସନରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଥିଲେ ଯେ ଘଟଣାଟି ପ୍ରାୟ ପୂର୍ବାହ୍ନ ୧୧ ଟା ବେଳର, ଅଥଚ ସେମାନଙ୍କୁ ସାଢେ଼ ୧୨ ଟା ବେଳେ ଖବର ଦିଆଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ମୃତଦେହକୁ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।ମୃତକାର ମାଆ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଝିଅ ସହିତ କଥା ହୋଇଥିଲେ ଏବଂ ସେ ଭଲରେ ଥିବା କହିଥିଲା। ଏଣୁ ଆତ୍ମହତ୍ୟାର କୈାଣସି କାରଣ ନାହିଁ ବୋଲି ସେ କହିଛନ୍ତି।
ପରେ ପରିବାର ସଦସ୍ୟମାନେ ଶୁଭସ୍ମିତାଙ୍କ ମୃତଦେହ ସହିତ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ହଷ୍ଟେଲ ୱାର୍ଡେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଘଟଣାସ୍ଥଳେ ଉତ୍ତେଜନା ସୃଷ୍ଟି ହେବାରୁ ପୋଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
ରିପୋର୍ଟ ଅନୁସାରେ ଘଟଣା ପୂର୍ବରୁ ଶୁଭସ୍ମିତାଙ୍କର ହଷ୍ଟେଲ ୱାର୍ଡେନଙ୍କ ସହ ମତଭେଦ ଥିଲା। ତାଙ୍କ ପରିବାର ଲାଲବାଗ ଥାନାରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି ଏବଂ ତାଙ୍କ ମୃତ୍ୟୁକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଲାଲବାଗ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଦ୍ୱିତୀୟ ଘଟଣାରେ ଭୋଗରାଇ ପୋଲିସ ଷ୍ଟେସନ ଅନ୍ତର୍ଗତ ଗମ୍ଭାରିଆ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ରାଜଶ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲରୁ ଘରକୁ ଫେରିବା ପରେ ତାଙ୍କ ଘର ସମ୍ମୁଖରେ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
ସ୍କୁଲରେ କିଛି ଦୁଃଖଦ ପରିସ୍ଥିତି ଯୋଗୁ ରାଜଶ୍ରୀ ଏହି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ କରି ତାଙ୍କ ବାପା ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଅନ୍ୟପକ୍ଷରେ ପୋଲିସ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ ଅନୁସାରେ ଘଟଣା ପୂର୍ବରୁ ଶୁଭସ୍ମିତାଙ୍କର ହଷ୍ଟେଲ ୱାର୍ଡେନଙ୍କ ସହ ମତଭେଦ ଥିଲା। ତାଙ୍କ ପରିବାର ଲାଲବାଗ ଥାନାରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରି ତାଙ୍କ ମୃତ୍ୟୁକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଲାଲବାଗ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
COURTESY -: OTV NEWS