
. ମହାକୁମ୍ଭ ମେଳାରେ ବୁଡ ପକାଇବା ପାଇଁ ପ୍ରୟାଗରାଜକୁ ଯାତ୍ରା ସକାଶେ ପାଖରେ ପଇସା ନ ଥିବାରୁ ଏଥିରେ ହତୋତ୍ସାହିତ ନହୋଇ କର୍ଣ୍ଣାଟକର ଉତ୍ତର କନ୍ନଡ ଅଞ୍ଚଳର ସିର୍ସୀ ଗ୍ରାମର ୫୭ ବର୍ଷୀୟା ଗୌରୀ ଏକ ଅନନ୍ୟ କାମ କରିଛନ୍ତି। ସେ ତାଙ୍କ ଘର ପଛପଟେ ୪୦ ଫୁଟ ଗଭୀରର ଏକ କୂଅ ଖୋଳି “ଗଙ୍ଗା”କୁ ପୃଥିବୀ ପୃଷ୍ଠକୁ ଆଣିଛନ୍ତି ଏଥିରେ ବୁଡ ପକାଇବା ଉଦ୍ଦେଶ୍ୟରେ।
ସେ ଏହା ନିଜେ କରିଛନ୍ତି ଏବଂ ଏପରି କାର୍ଯ୍ୟ ତାଙ୍କ ଲାଗି ପ୍ରଥମ ଥର ନୁହେଁ। ଜିଲ୍ଲା ପ୍ରଶାସନର ବିରୋଧ ସତ୍ତ୍ଵେ ଗତ ବର୍ଷ ୨୦୨୪ ମଧ୍ୟଭାଗରେ ସେ ଅଙ୍ଗନୱାଡି ପିଲା ଏବଂ କର୍ମଚାରୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଏହିପରି ଏକ କୂଅ ଖୋଳିଥିଲେ। ଜଣକ ଭାଗ୍ୟରେ ଥିଲେ ସେ "ମହାକୁମ୍ଭକୁ ଯାଇପାରିବ।
କିନ୍ତୁ ସେଠାକୁ ଯିବା ପାଇଁ ମୋ ପାଖରେ ସେତିକି ଅର୍ଥ ନ
ଥିଲା। ଏଣୁ ମୁଁ ଏଠାରେ ଏକ କୂଅ ଖୋଳି ଗଙ୍ଗାକୁ ପୃଥିବୀ ଉପରକୁ ଆଣିବାକୁ ନିଷ୍ପତ୍ତି ନେଇଥିଲି ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।"
ଉଲ୍ଲେଖନୀୟ ଯେ ଜୀବିକା ନିର୍ବାହ ଲାଗି ଥିବା ନିଜର ଏକ ଚାଷ ଜମିରେ ଗୌରୀ ଏହି କୂଅ ଖୋଳିଛନ୍ତି। ସେ ଏବେ ୪୦ ଫୁଟ ଗଭୀରର କୂଅ ଖୋଳିଛନ୍ତି ଏବଂ କୂଅରେ ପର୍ଯ୍ୟାପ୍ତ ପାଣି ଥିବାରୁ ସେ ଭାରିଖୁସି ପ୍ରକଟ କରିଛନ୍ତି। "ମୁଁ ଏହି ମାସର ଶେଷ ଭାଗରେ ମହା ଶିବରାତ୍ରୀ ଦିନ ଏହି କୂଅରେ ବୁଡ଼ ପକାଇବାକୁ ସ୍ଥିର କରିଛି " ବୋଲି ସେ କହିଥିଲେ।
ଗୌରୀ ଡିସେମ୍ବରରେ ମହାକୁମ୍ଭ ମେଳା ବିଷୟରେ ଶୁଣିଥିଲେ, କିନ୍ତୁ ଅନୁଭବ କରିଥିଲେ ଯେ ପ୍ରୟାଗରାଜ ଯାତ୍ରା କରିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନାହିଁ। ଏଣୁ ସେତେବେଳେ ସେ କୂଅ ଖୋଳିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଡିସେମ୍ବର ୧୫ ତାରିଖରେ ତୁରନ୍ତ ସେ ଏହି କୂଅ ଖୋଳା କାମ ଆରମ୍ଭ କରିଥିଲେ।
ତାଙ୍କ ସମ୍ପର୍କୀୟ ଏବଂ ପଡ଼ୋଶୀମାନେ କହିଛନ୍ତି ଯେ, ସେ ଦିନକୁ ପ୍ରାୟ ୬ ରୁ ୮ ଘଣ୍ଟା ଧରି ଏହି କୂଅ ଖୋଳା କାମ କରୁଥିଲେ । ସେ ତାଙ୍କ ପ୍ରୟାସ ଆରମ୍ଭ କରିବାର ଠିକ୍ ଦୁଇ ମାସ ପରେ ଫେବୃଆରୀ ୧୫ ତାରିଖରେ କୂଅ ଖୋଳା କାମ ସମ୍ପନ୍ନ କରିଥିଲେ। ଏହି କୂଅ ଖୋଳିବା ଲାଗି ତାଙ୍କୁ ଦୁଇ ମାସ ସମୟ ଲାଗିଲା ବୋଲି ଗ୍ରାମବାସୀମାନେ କହିଛନ୍ତି