

ମହାକୁମ୍ଭର ଭାଇରାଲ ଭିଡିଓଗୁଡ଼ିକ ଲଗାତାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । କୁମ୍ଭରେ କିଛି ନୂଆ ନୂଆ ବାବା ନିଜର କାରନାମା ଦ୍ୱାରା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଚିମୁଟାରେ ପିଟିବା ହେଉ କିମ୍ବା ୟୁଟ୍ୟୁବରଙ୍କୁ ଚାପୁଡ଼ା ମାରିବା, ଏସବୁ ଏହି ମହାକୁମ୍ଭରେ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି । ଏବେ ମହାକୁମ୍ଭକୁ ଜଣେ ନୂଆ ବାବା ଆସିଛନ୍ତି ।ସେ ଆଉ କେହି ନୁହଁନ୍ତି, ସେ ଓଡ଼ିଶା ବାହାରେ ଅପରିଚିତ ହେଲେ ବି ଓଡ଼ିଶାରେ କିନ୍ତୁ ଖୁବ୍ ସୁପରିଚିତ ଆର୍ତ୍ତତ୍ରାଣ ବାବା ନାମରେ।
କୁମ୍ଭମେଳାରେ ତାଙ୍କୁ ଲୋକମାନେ ଡାକ୍ତର ବାବା ଉପାଧି ଦେଉଛନ୍ତି । ଲୋକମାନେ କୁହନ୍ତି ଯେ, ବାବାଙ୍କ ହାତରେ ଏବଂ ପାଦରେ ଚମତ୍କାର ଶକ୍ତି ଅଛି ଯାହା ଯୋଗୁଁ ସେ କେବଳ ଛୁଇଁ ଲୋକଙ୍କୁ ସୁସ୍ଥ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ, ଓଡ଼ିଶାର ଭୁବନେଶ୍ୱରରୁ ଯାଇଥିବା ବାବା ଆର୍ତତ୍ରାଣ ମହାନିର୍ବାଣୀ ଆଖଡ଼ା ବାହାରେ ଶିବିର ସ୍ଥାପନ କରିଛନ୍ତି ଏବଂ ସେଠାରେ ଭକ୍ତମାନଙ୍କର ଏକ ବିରାଟ ଭିଡ଼ ଜମିଛି । ଆର୍ତତ୍ରାଣ ବାବା ଦାବି କରନ୍ତି ଯେ, ତାଙ୍କ ମନ୍ତ୍ରର ଶକ୍ତି ସାହାଯ୍ୟରେ ସେ ଦୁରାରୋଗ୍ୟ ରୋଗର ଚିକିତ୍ସା କରିପାରିବେ । ଲୋକମାନେ ତାଙ୍କୁ ଡାକ୍ତର ବାବା ବୋଲି ନାମ ଦେଇଛନ୍ତି ।
ଭିଡିଓଟି ସେୟାର କରିବା ସମୟରେ କ୍ୟାପସନ
ଦିଆଯାଇଛି…'ବାବା କୁହନ୍ତି ଯେ ତାଙ୍କ ହାତରେ ଏବଂ ପାଦରେ ଚମତ୍କାର ଶକ୍ତି ଅଛି । ମହାକୁମ୍ଭକୁ ଆସି ଓଡ଼ିଶାର ବାବା କହିଥିଲେ ଯେ, ସେ କିଛି ମିନିଟରେ ବଡ଼ ବଡ଼ ରୋଗ ଭଲ କରିପାରନ୍ତି । ଲୋକଙ୍କ ସହିତ କଥାବାର୍ତ୍ତା ସମୟରେ ବାବା କହିଥିଲେ ଯେ, ସେ ୨୦୧୧ ମସିହାରୁ ଦିବ୍ୟ ଚିକିତ୍ସା କରୁଛନ୍ତି ଏବଂ ଏପର୍ଯ୍ୟନ୍ତ ସେ ୩୦ ଲକ୍ଷରୁ ଅଧିକ ଲୋକଙ୍କ ଚିକିତ୍ସା କରିସାରିଛନ୍ତି । ତାଙ୍କ ମନ୍ତ୍ର ସାହାଯ୍ୟରେ, ଛୋଟମୋଟ ରୋଗ ଏବଂ ଜୀବନଘାତକ ରୋଗ ମଧ୍ୟ ଆରୋଗ୍ୟ ହୋଇପାରିବ ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ବାବା କହୁଥିବାର ଦେଖାଯାଉଛି ଯେ ପୂର୍ବରୁ ଲୋକମାନେ ୧୨୦ ବର୍ଷ ବଞ୍ଚି ରହୁଥିଲେ । ମୋ ଉପରେ ଗବେଷଣା ହେବା ଉଚିତ କାରଣ ମୁଁ ସେହି ରୋଗର ମଧ୍ୟ ଚିକିତ୍ସା କରେ ଯେଉଁଠାରେ ଡାକ୍ତରମାନେ ହାର ମାନି ନିଅନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ବାବା କହୁଥିବାର ଦେଖାଯାଉଛି ଯେ ପୂର୍ବରୁ ଲୋକମାନେ ୧୨୦ ବର୍ଷ ବଞ୍ଚି ରହୁଥିଲେ । ମୋ ଉପରେ ଗବେଷଣା ହେବା ଉଚିତ କାରଣ ମୁଁ ସେହି ରୋଗର ମଧ୍ୟ ଚିକିତ୍ସା କରେ ଯେଉଁଠାରେ ଡାକ୍ତରମାନେ ହାର ମାନି ନିଅନ୍ତି ।