
ପୁଣି ଭତ୍ତା ବଢାଇଲେ ମୋହନ ସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବଡ଼ ଘୋଷରା କରାଯାଇଛି । କେବଳ ଭତ୍ତା ନୁହେଁ ବରଂ ମେଡିକାଲ ଖର୍ଚ୍ଚ ବି ବହନ କରିବେ ସରକାର ।
ପୂର୍ବରୁ ଭତ୍ତା ବୃଦ୍ଧି କରିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏବେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକି ୨୦୨୫ ଜାନୁଆରୀ ୦୧ରୁ ହିଁ ଲାଗୁ କରାଯିବ ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କାର ପେନସନ ମିଳିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ। ଆଜି ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ।
ସୂଚନା ଯୋଗ୍ୟ ଯେ ୧୯୭୫ ମସିହା ଜୁନ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ ।
ମିଶା ଆଇନରେ ବନ୍ଦୀ ମାନଙ୍କୁ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀ ଭାବରେ ମାସକୁ ୨୦ ହଜାର ଟଙ୍କା ଭତ୍ତା ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଆଉ ଆଜି ଠାରୁ କାର୍ଯ୍ୟକାରୀ ହେଲା । ୧୯୭୫ ମସିହାରେ ବେଆଇନ ଭାବରେ ଅନେକ ଲୋକଙ୍କୁ ବନ୍ଦୀ କରି ରଖାଯାଇଥିଲା ସେମାନେ ଏବେ ବହୁ କଷ୍ଟରେ ଅଛନ୍ତି ।
ପୂର୍ବ ସରକାର ଙ୍କ ଅନେକ ଲୋକ ଏଥିରେ ବନ୍ଦୀ ଥିଲେ ହେଲେ ସେମାନେ କିଛି କଲେନି । ଆମ ସରକାର ଏବେ ସେମାନଙ୍କୁ ସହାୟତା ପ୍ରଦାନ କରିବେ ଯାହା ନିତ୍ୟାନ୍ତ ଆବଶ୍ୟକତା ଥିଲା । ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ଭତ୍ତା ନେବାକୁ ଚାହୁଁ ନାହାନ୍ତି ସେମାନେ ନ ନେଇ ପାରନ୍ତି । ହେଲେ ସେ ସମୟର ବନ୍ଦୀ ସମସ୍ତଙ୍କୁ ସମ୍ମାନ ଦେବେ ସରକାର ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।