

ଆଲେଖ୍ୟ – ଶ୍ରୀମତୀ ବବିତା ଶତପଥୀ
ଏପଟେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ଡ଼ଲାର ଆକାରରେ ମୁଦ୍ରା ପରିମାଣ କ୍ରମଶଃ ବୃଦ୍ଧି ପାଇଚାଲି ରେକର୍ଡ ପରିମାଣର ୭ ଶହ ବିଲିଅନ ଡଲାର ତଥା ଭାରତୀୟ ମୁଦ୍ରାରେ ୬୦ ଲକ୍ଷ ୫୭ ହଜାର ୯ ଶହ ୭୫ କୋଟି ଟଙ୍କାରେ ଆସି ପହଞ୍ଚିଛି। କିନ୍ତୁ ଅପରପକ୍ଷରେ ଭାରତର ମୁଦ୍ରା ଟଙ୍କା ଆମେରିକାର ମୁଦ୍ରା ଡଲାରର ମୁକାବିଲା କରିନପାରିବାରୁ ଏହାର ମୂଲ୍ୟ ହ୍ରାସ ପାଇନାହିଁ ଛି। ଫଳରେ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେଉଛି। ତେବେ ଏହାର କାରଣ କଣ ?
ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ମୁଦ୍ରାର ପ୍ରଚଳନ ହୋଇଥାଏ । ଆମେରିକାରେ ରହି ଚାକିରୀ କରୁଥିବା ଲୋକଟିଏ ଯେତେବେଳେ ଭାରତ ଆସେ ଓ ଡଲାରକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରେ ସେହି ସମୟରେ ସେ ମାଲାମାଲ୍ ହୋଇଯାଏ । ତେବେ ଜଣେ ଭାରତରେ ଚାକିରୀ କରି ଆମେରିକା ଗଲେ, ସେଠାରେ ସେ କାହିଁକି ମାଲାମାଲ ହୋଇ ଧନୀ ହୋଇପାରେ ନାହିଁ ?
ଏହା ପଛରେ ରହିଛି ରୋଚକ କାରଣ । ବାସ୍ତବରେ କହିବାକୁ ଗଲେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ଯ କମ୍ ଥାଏ । ତେବେ କାହିଁକି ଏମିତି ହୋଇଥାଏ, ତାହା ଅନେକ ଲୋକ ଜାଣି ନାହାନ୍ତି । ବର୍ତ୍ତମାନ ସମୟରେ ଏକ ଡଲାରର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ଯ ପ୍ରାୟ ୮୬.୪୬ ରହିଛି । ଏହାର ଅର୍ଥ ଜଣେ ଯଦି ଆମେରିକାରୁ ଭାରତ ଆସି ୧ ଡଲାରକୁ ଭାରତୀୟ ମୁଦ୍ରା ଟଙ୍କାରେ ପରିବର୍ତ୍ତନ କରେ ତେବେ ତାକୁ ମୋଟ ୮୬ ଟଙ୍କା.୪୬ ପଇସା ମିଳିବ । ନିକଟରେ ତିନି ଚିରି ଦିନ ପୂର୍ବରୁ ଏହା ପ୍ରାୟ ୮୭ ଟଙ୍କା ଥିଲା ଏକ ଡଲାରକୁ । ଭାରତୀୟ ଟଙ୍କା ଡଲାର ତୁଳନାରେ ଲଗାତାର ଭାବରେ କାହିଁକି ଦୁର୍ବଳ ହୋଇ ଚାଲିଛି ତାହା ପଛରେ ରହିଛି ରୋଚକ କାରଣ ।
ପ୍ରକାଶଥାଉ ଯେ, ୨୦୧୪ ମସିହାରେ ଏକ ଡଲାରକୁ ମୋଟ ୬୧ ଟଙ୍କା ଥିଲା । ଏଥିରେ ବର୍ତ୍ତମାନ ପତନ ଦେଖିବାକୁ ମିଳିଛି ଲଗାତାର ଭାବରେ ଏହା କମି କମି ଯାଉଛି । ମାନେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ଯ କମି ଚାଲିଛି । ସ୍ୱାଧୀନତା ପରଠାରୁ ଭାରତୀୟ ମୁଦ୍ରା ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି । ଗତ ୭୭ ବର୍ଷ ମଧ୍ଯରେ ଅନେକ ରାଜନୈତିକ ଓ ଆର୍ଥିକ ଘଟଣାବଳୀ ଏହାକୁ ବିଶେଷ ଭାବରେ ପ୍ରଭାବିତ କରିଛି।
ଯେଉଁ ସମୟରେ ଭାରତ ସ୍ୱାଧୀନତା ପାଇଥିଲା, ସେହି ସମୟରେ ୧ ଡଲାର ଓ ୧ ଟଙ୍କାର ମୂଲ୍ଯ ସମାନ ଥିଲା । ଭାରତୀୟ ବ୍ଯାଲେନ୍ସ ସିଟରେ କୌଣସି ପ୍ରକାରର ଋଣ ନ ଥିଲା । ମାତ୍ର କଲ୍ଯାଣ ଓ ବିକାଶ ଗତିବିଧିକୁ ପୂରା କରିବାକୁ ଯାଇ ଭାରତ ବିଦେଶରୁ ଋଣ ନେବା ଆରମ୍ଭ କଲା । ବିଶେଷକରି ୧୯୫୧ ରେ ପଞ୍ଚବର୍ଷୀୟ ଯୋଜନା ଆରମ୍ଭ ହେବା ପରେ ଏହା ଦେଖିବାକୁ ମିଳିଲା । ସ୍ୱାଧୀନତା ପରେ ଭାରତ ଏକ ନିଶ୍ଚିତ ମୁଦ୍ରା ପ୍ରଣାଳୀ ଦେଇ ଗତି କରିଥିଲା । ୧୯୪୮ ରୁ ୧୯୬୬ ମସିହା ପର୍ଯ୍ୟନ୍ତ ଏହା ଏକ ଡଲାର ପ୍ରତି ପ୍ରାୟ ୪.୭୯ ଟଙ୍କା ଥିଲା । ଯାହା ଏବେ ୮୬.୪୬ ଟଙ୍କାରେ ପହଞ୍ଚି ସାରିଛି । ଏହାପରେ ଭାରତ ୧୯୬୨ ଓ ୧୯୬୫ ମସିହାରେ ଚୀନ ଓ ପାକିସ୍ତାନ ସହ ଯୁଦ୍ଧ ଲଢିଥିଲା । ଫଳରେ ଭାରତର ମୁଦ୍ରା ମୂଲ୍ଯାୟନ ଉପରେ ଏହା ପ୍ରଭାବ ପକାଇଲା ଓ ୧ ଡଲାରକୁ ମୋଟ ୭.୫୭ ଟଙ୍କା ହେଲା ।
କାରଣ ଏହି ସମୟରେ ଭାରତର ବଜେଟ କମିଗଲା । ୧୯୭୧ ମସିହାରେ ଟଙ୍କାର ମୂଲ୍ଯ ବ୍ରିଟିଶ ମୁଦ୍ରା ସହ ସମ୍ପର୍କ ଛିନ୍ନ କରିଥିଲା । ଫଳରେ ଏହା ସିଧାସଳଖ ଡଲାର ସହ ପୂର୍ଣ୍ଣରୂପରେ ଜଡିତ ହୋଇଗଲା । ଏହି ସମୟରେ ୧ ଡଲାରକୁ ପ୍ରାୟ ୮.୩୯ ଟଙ୍କା ଥିଲା । ପରବର୍ତ୍ତୀ ସମୟରେ ୧୯୮୫ ମସିହାରେ ଏହା ୧୨ ଟଙ୍କାରେ ଓ ୧୯୯୧ ମସିହାରେ ୧୭.୯୦ ଟଙ୍କା ହୋଇ ଯାଇଥିଲା । କାରଣ ଏହି ସମୟରେ ଭାରତ ଋଣ ସଂକଟ ଗମ୍ଭୀର ହୋଇ ସାରିଥିଲା । ଦେଶରେ ଉଚ୍ଚ ମୁଦ୍ରାସ୍ପୀତି ଓ ବିକାଶ ଦର କମ୍ ଥିଲା । ୧୯୯୩ ମସିହାରେ ବିନିମୟ ମୂଲ୍ଯ ବଜାର ଦ୍ୱାରା ନିର୍ଦ୍ଧାରିତ ହେଲା । ଏହି ବର୍ଷ ମୁଦ୍ରାର ଅବମୂଲ୍ଯନ ମୋଟ ୩୧.୩୭ ରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଏହା ୨୦୦୦-୨୦୧୦ ମସିହାରେ ୪୦-୫୦ ଟଙ୍କାରେ ରହିଥିଲା । ଡଲାର ତୁଳନାରେ ଏହା ପ୍ରାୟ ୪୫ ଟଙ୍କାର ଆଖପାଖରେ ରହୁଥିଲା ।
୨୦୦୮ ରେ ବୈଶ୍ୱିକ ଆର୍ଥିକ ସଂକଟ ପାଇଁ ଭାରତୀୟ ମୁଦ୍ରା ବେଶ୍ ଦୁର୍ବଳ ହେବାରେ ଲାଗିଲା । ବିଦେଶୀ ସଂସ୍ଥାଗତ ନିବେଶକଙ୍କ ( ଏଫଆଇଆଇ ) ଦ୍ୱାରା ଭାରତୀୟ ବଜାରୁ ଧନ ବାହାର କରିବା ଟଙ୍କା ଉପରେ ବେଶ୍ ପ୍ରଭାବ ପକାଇଥାଏ । ବୈଶ୍ୱିକ ବଜାରରେ ଆମେରିକା ଡଲାରର ମଜଭୁତି କାରଣରୁ ଏହା ଅନ୍ଯ ମୁଦ୍ରା ତଥା ଟଙ୍କାକୁ ଦୁର୍ବଳ କରିଦେଇଛି । ଭାରତର ନିର୍ଯ୍ୟାତ ତଥା ରପ୍ତାନୀ ପରିମାଣ ଅପେକ୍ଷାକୃତ କମ୍ ରହିଛି । ଉତ୍ପାଦନ କମ୍ କାରଣରୁ ବିଦେଶୀ ଆମଦାନୀ ମଧ୍ଯ କମିଯାଏ । ଫଳରେ ଟଙ୍କା ଉପରେ ଏହାର ପ୍ରଭାବ ବିଶେଷ ଭାବରେ ଦେଖିବାକୁ ମିଳେ । ତେବେ ସେ ଯାହା ହେଉ ଯଦି ଆମେ ଆମଦାନୀ ପରିମାଣ ହ୍ରାସ କରି ଉତ୍ପାଦନ ବୃଦ୍ଧି ସହ ରପ୍ତାନୀ ପରିମାଣ ବୃଦ୍ଧି ଉପରେ ଗୁରୁତ୍ୱ ଦେଉ, ତେବେ ଅଳ୍ପ କେଇଟା ବର୍ଷରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ହୋଇ ଆମର ଅର୍ଥନୀତି ସମ୍ପନ୍ନ ହୋଇପାରିବ।
