
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କଣ ଠିକ୍ ଭାବେ ହୋଇନଥିଲା ? ଏବେ ସଦ୍ୟ ପଦାକୁ ଆସୁଥିବା ତଦନ୍ତରେ ରହିଥିବା ବିଭିନ୍ନ ଏପଟ ସେପଟ କାର୍ଯ୍ୟକୁ ଦେଖି ଏ ଭଳି ସନ୍ଦେହ ଉଦ୍ରେକ ହେଲାଣି।
କ୍ରାଇମବ୍ରାଞ୍ଚ୍ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ , ସେ ନେଇ ପ୍ରଶ୍ନ ଉଠିଥିବିବେଳେ ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି।
କୋଭିଡ କଟକଣା ହଟିବା ପରେ ବି କେମିତି ନବ ଦାସଙ୍କ ସାର୍ଟକୁ ପୋଡ଼ି ଦେଇଥିଲା ହସ୍ପିଟାଲ ତାକୁ ନେଇ ଉଠିଲା ପ୍ରଶ୍ନ । ଏମିତିକ ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନି ତାହା ନୁହେଁ, ବରଂ ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଯାଇଛି । ତେବେ ଏହା କ୍ରାଇମ୍ବ୍ରାଞ୍ଚର ଖାମଖିଆଲି ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଯୋଜନା, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ମୃତ ନବଦାସଙ୍କ ରକ୍ତଭିଜା ସାର୍ଟ ଜବତ କରି ନଥିବା ସିଜର ଲିଷ୍ଟରୁ ଜଣାପଡିଛି । ଗୁଳି ମାଡ଼ ଖାଇ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱରକୁ ଯାଇ ଥିବା ବେଳେ ସେଠାରେ ତାଙ୍କ ରକ୍ତଭିଜା ସାର୍ଟକୁ ପୋଡି ଦେଇଥିବା ସୁଚନା ଦେଇଥିଲେ।
କୋଭିଡ କଟକଣା ଥିବାରୁ ତାଙ୍କ ସାର୍ଟ ପଡିବା ପାଇଁ ବାଧ୍ୟ ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ବୋଲି କହିବା ପରେ କୋଭିଡ କଟକଣା ୨୦୨୨ ମସିହା ନଭେମ୍ବର ୧୯ ତାରିଖ ରୁ ହଟିଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ରାଜ୍ୟ ସରକାର। ତେଣୁ ହସ୍ପିଟାଲ କାହିଁକି ଏପରି କରିଛି ବୋଲି ପ୍ରଶ୍ନ ଉଠିଛି।
ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ନବଙ୍କ ସାର୍ଟ ପୋଡିଦିଆଯାଇଥିବା ସୂଚନା ମିଳିଛି । କୋଭିଡ ପ୍ରୋଟୋକଲ ସାର୍ଟ ଓ ପ୍ୟାଣ୍ଟ ପୋଡି ଦିଆଯାଇଛି କ୍ରାଇମବ୍ରାଞ୍ଚପକ୍ଷରୁ ସାର୍ଟ ପୋଡି ଦିଆଯାଇଥିବା ସୂଚନା ମିଳିଛି ।
ସାର୍ଟ ପୋଡିଥିବା ନେଇ ହସ୍ପିଟାଲ କର୍ତ୍ତୁପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି । ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି । କାହା ଅନୁମତିରେ ହସ୍ପିଟାଲ କର୍ତ୍ତୁପକ୍ଷ ସାର୍ଟ ପୋଡିଲେ, ଏହାକୁ ନେଇ ପ୍ରଶ୍ନ ଉଠୁଛି ।
ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ତଦନ୍ତରେ ସଂଘାତିକ ତ୍ରୁଟି ଦେଖିବାକୁ ମିଳିଛି। କ୍ରାଇମବ୍ରାଞ୍ଚ ତଦନ୍ତରେ ବଦଳିଯାଇଛି ସାକ୍ଷୀର ସାକ୍ଷ୍ୟ।
ଧଳା ହୋଇଯାଇଛି ସାକ୍ଷୀଙ୍କ ହଳଦିଆ ସାର୍ଟର ରଙ୍ଗ। ଏନେଇ ମୁଖ୍ୟ ସାକ୍ଷୀ ଥିବା ଶୁଭେନ୍ଦୁ ପଟ୍ଟନାୟକଙ୍କ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ବୟାନ ଦେଇଛନ୍ତି ।
ଶୁଭେନ୍ଦୁ ପଟ୍ଟନାୟକଙ୍କ ବୟାନ ଅନୁସାରେ, ଯେଉଁ ଦିନ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେଦିନ ମୁଁ ଘଟଣାସ୍ଥଳରେ ଉପସ୍ଥିତ ହିଁ ଥିଲି । ମୁଁ ନବ ଦାସଙ୍କୁ ଉଠାଇ ଗାଡିରେ ନିଆଁ ରଖିଥିଲେ । ହେଲେ ସେଦିନ ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି । କିନ୍ତୁ ଚାର୍ଜ ସିଟ୍ରେ ଭୁଲ୍ ତଥ୍ୟ ରହିଛି ଯେ, ମୁଁ ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଛି ବୋଲି କୁହାଯାଇଛି ।
ତେବେ ସେ ଯାହା ହେଉ, ଏ ମାମଲା ଆଉ ଥଣ୍ଡା ହେବାର ସହଜ ସମ୍ଭାବନା ଦେଖାଯାଉନାହିଁ। ଆଗକୁ ଆହୁରି ବିସ୍ଫୋରକ ତଥ୍ୟ ପ୍ରଘଟ ହୋଇପାରେ।