
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ପୁଣି ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଏହି ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଭାରତୀୟ ବିକାଶ ପରିଷଦର ଆବାହକ ସୁରେନ୍ଦ୍ର ପାଣିଗ୍ରାହୀ ଗତକାଲି ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । କ୍ରାଇମବ୍ରାଞ୍ଚର ତଦନ୍ତ ସନ୍ତୋଷଜନକ ନାହିଁ ବୋଲି ସେ ନିଜ ଆବେଦନେ ଦର୍ଶାଇଛନ୍ତି ।
ରାଜନୀତି ପାଇଁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେଣୁ ରାଜ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ତଦନ୍ତରେ ସ୍ୱଚ୍ଛତା ରହିବ ନାହିଁ । ତେବେ ଏହା ଏକ ହାଇପ୍ରୋଫାଇଲ୍ ହତ୍ୟାକାଣ୍ତ ହୋଇଥିବାରୁ ସିବିଆଇ ତଦନ୍ତ କରିବା ଆବଶ୍ୟକ ରହିଛି ବୋଲି ଦାବି କରିଛନ୍ତି ସୁରେନ୍ଦ୍ର ପାଣିଗ୍ରାହୀ ଦର୍ଶାଇଛନ୍ତି ।
ଓଡ଼ିଶାର ମୁଖ୍ୟ ଶାସନ ସଚିବ,ରାଜ୍ୟ ଗୃହ ବିଭାଗ ସଚିବ, ପୋଲିସ ଡି,ଜି, କ୍ରାଇମ୍ ବ୍ରାଞ୍ଚ ଏବଂ ସି,ବି,ଆଇ,କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେ,ପି, ଦାସଙ୍କ ନିରୀକ୍ଷଣରେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ତଦନ୍ତ କରୁଛି