
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା ନେଇ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ସାରିଛି ପୋଲିସ । ନିରଞ୍ଜନଙ୍କ ଘରେ କାମ କରୁଥିବା ୩ କର୍ମଚାରୀ ଓ ଡ୍ରାଇଭରଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ସେପଟେ ୨ଟି ରାଜ୍ୟରେ ଚଢ଼ାଉ ଜାରି ରଖିଛି ସ୍ପେଶାଲ ଟିମ । ଚୋରି ଦିନ ଲୁଟେରା ଏକ ଅଟୋରେ ଆସିଥିବା ଜାଣିବାକୁ ପାଇଛି ପୁଲିସ । ନୟାପଲ୍ଲୀରେ ଅଟୋରୁ ଓହ୍ଲାଇବା ପରେ ଚାଲି ଚାଲି ନିରଞ୍ଜନଙ୍କ ଘର ନିକଟକୁ ଯାଇଥିଲା ।
ପୂର୍ବରୁ ଏହି ଲୁଟେରା ଜଣଙ୍କ ପ୍ରଭାବଶାଳୀ ଠିକାଦାରଙ୍କ ଘରୁ ଚୋରି କରିଥିଲା । ଲୁଟେରା ସହ ନିରଞ୍ଜନଙ୍କ କର୍ମଚାରୀଙ୍କ ସମ୍ପର୍କ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଏ ନେଇ ସୂଚନା ପାଇବା ପରେ ପଲିଗ୍ରାଫ ଟେଷ୍ଟ କରିଛି ପୁଲିସ ।ଗତ ୨୫ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ହୋଇଥିଲା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହୀରା, ସୁନା ଗହଣା ଓ ଅଢେଇ ଲକ୍ଷ ନଗଦ ଟଙ୍କା ଲୁଟ ହୋଇଥିଲା । ସାଧାରଣତନ୍ତ୍ର ଦିବସ ପୂର୍ବ ରାତିରେ ଏଭଳି ଲୁଟ ନେଇ ବଦନାମ ମୁଣ୍ଡାଇଥିଲା ପୁଲିସ । ନିରଞ୍ଜନ ମଧ୍ୟ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଥିଲେ । ହତ୍ୟା, ଅପହରଣ, ଲୁଟ, ଚୋରି ବଢିବା ନେଇ କ୍ଷୋଭ ପ୍ରକାଶ ମଧ୍ୟ କରିଥିଲେ। ପୁଲିସର ଅପାରଗତା ନେଇ ସବୁ ମହଲରୁ ନିନ୍ଦା କରାଯାଇଥିଲା । ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତକୁ ଧରିପାରିନାହିଁ ପୁଲିସଆଗକୁ ପାଲିଗ୍ରାଫ ଟେଷ୍ଟ ଜରିଆରେ ଅଭିଯୁକ୍ତକୁ ଧରାଯିବ ବୋଲି ଆଶା ରଖିଛି ପୁଲିସ।