
ଭାଙ୍ଗିଲା ଅଘୋରୀ ବାବାଙ୍କ ବ୍ରହ୍ମଚର୍ଯ୍ୟ। ତପସ୍ୟା ଭାଙ୍ଗିଦେଲେ ଋଷିଆ ସୁନ୍ଦରୀ। ସାଂସାରିକ ମୋହ ତ୍ୟାଗ କରିଥିବା ବାବା ଏବେ ପୁଣି ପଡ଼ିଯାଇଛନ୍ତି ସଂସାର ମୋହରେ। ମହାକୁମ୍ଭ ମେଳାରେ ବାବାଙ୍କୁ ବାୟା କରିଛି ବିଦେଶିନୀଙ୍କ ପ୍ରେମ। ଅଘୋରୀ ବାବାରୁ ସେ ସାଜିଲେ ବର। ଆଉ ପୟାଗରାଜର ସଙ୍ଗମସ୍ଥଳରେ ହିଁ ପକାଇଲେ ହାତଗଣ୍ଠି। ବାଇକ୍ ପଛରେ ନିଜ ପ୍ରେମିକାକୁ ବସାଇ ବାବା ଧୁମ୍ ବୁଲିଲେ।
ପ୍ରୟାଗରାଜରେ ଚାଲିଛି ମହା କୁମ୍ଭମେଳା। ଏଠାକୁ ଦେଶ ତଥା ଦେଶ ବାହାରୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି। ହିନ୍ଦୁ ଧର୍ମ ପ୍ରତି ଆକର୍ଷିତ ହୋଇ ମେଳା ବୁଲିବାକୁ ରୁଷର ଏହି ଯୁବତୀ ଜଣକଙ୍କ ମଧ୍ୟ ଆସିଥିଲେ। ଏତିକି ବେଳେ ସେ ଭେଟିଥିଲେ ଜଣେ ଅଘୋରୀ ବାବାଙ୍କୁ। ପ୍ରଥମ ଦେଖାରେ ହିଁ ବାବାଙ୍କ ପ୍ରେମରେ ପଡିଯାଇଥିଲେ ବିଦେଶିନୀ। ଅଘୋରୀ ବାବା ମଧ୍ୟ ବିଦେଶିନୀଙ୍କ ପ୍ରତି ହୋଇଥିଲେ ଆକର୍ଷିତ। ସେ ବି ରୁଷ୍ର ଏହି ଯୁବତୀଙ୍କୁ ପ୍ରେମ କରି ବସିଥିଲେ। ପରେ ସନାତନ ଧର୍ମ ଅନୁଯାୟୀ ମହାକୁମ୍ଭରେ ବିଦେଶୀ ଯୁବତୀଙ୍କ ହାତ ଧରିଛନ୍ତି ଅଘୋରୀ ବାବା। ଉଭୟ ବିବାହ କରିଛନ୍ତି।
ଅଘୋରୀ ବାବାଙ୍କ ଏହି ଲଭ୍ ଷ୍ଟୋରୀ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ହିନ୍ଦୁ ଧର୍ମ ପ୍ରତି ସେ ବହୁତ ଆକର୍ଷିତ। ସେ ଭଗବାନ ଗଣେଶଙ୍କ ଭକ୍ତ ବୋଲି କହିଛନ୍ତି ରୁଷିଆ ଯୁବତୀ। ଯୁବତୀଙ୍କ ପିଠିରେ ଗଣେଶଙ୍କର ଟାଟୁ ଥିବା ମଧ୍ୟ ଦେଖିବାକୁ ମିଳୁଛି। ସେ ନିଜ ଦେଶ ଛାଡି ଭାରତରେ ବସବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୋସିଆଲ ମିଡିଆରେ ରୁଷିଆର ଯୁବତୀ ଜଣକ ଅଘୋରୀ ବାବାଙ୍କ ଫଟୋ ଏବଂ ଭିଢିଓ ଭାଇରାଲ ହେବାରୋ ଲାଗିଛି। ଅଘାରୀ ବାବା ଏହି ମହାକୁମ୍ଭରେ ଜଣେ ସୁନ୍ଦରୀ ରୁଷିଆ ଯୁବତୀଙ୍କୁ ବିବାହ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ରୁଷିଆ ଯୁବତୀ ଜଣକ ଅଘୋରୀ ବାବାଙ୍କ ସହ ଠିଆ ହୋଇଛନ୍ତି। ବାବାଙ୍କୁ ବିବାହ କରି ଯୁବତୀ ଜଣକ ଖୁସି ଦେଖାଯାଉଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦୁଇଜଣଙ୍କ ଅଘୋରୀ ବାବାଙ୍କୁ ପ୍ରେମ କରି ବସିଲେ ରୁଷିଆର ଯୁବତୀ, ବିବାହ କଲେଆରମ୍ଭ ହୋଇଥିଲା। ଏହା ପରେ ଦୁହେଁ ବିବାହ କରିଥିଲେ।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ହିନ୍ଦୁ ଧର୍ମରେ ତାଙ୍କର ବିଶ୍ୱାସ ବିଷୟରେ କହିବାବେଳେ ଯୁବତୀ ଜଣକ ତାଙ୍କ ଶରୀରରେ କରିଥିବା ପ୍ରଭୁ ଭଗବାନ ଗଣେଶଙ୍କ ଟାଟୁ ଦେଖାଉଛନ୍ତି।
ସପ୍ରଭୁ ଗଣେଶଙ୍କର ଟାଟୁ ଯୁବତୀଙ୍କ ପିଠିରେ ଦେଖିବାକୁ ମିଳୁଛି। ସେ ନିଜ ଦେଶ ଛାଡି ଭାରତରେ ବସବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାବାଙ୍କୁ ପଚରାଯାଇଥିଲା,ଆପଣ ଏବେ ବିବାହ କରିଥିବା ରୁଷିଆର ଯୁବତୀଙ୍କୁ ଯୋଗୁ ସାଧନାରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛ କି? ତେବେ, ଏହି ପ୍ରଶ୍ନ ନେଇ ଅଘୋରୀ ବାବା କେବଳ ହସିଥିଲେ। ଯେତେବେଳେ ଯୁବତୀଙ୍କୁ ପଚରାଗଲା ଯେ, ସେ ଉତ୍ତର ଦେଇଥିଲେ ଯେ ମୁଁ ଭାରତରେ ରହିବାକୁ ଚାହୁଁଛି।