
ଭାରତୀୟ ଟିମର ଯୁବ ଅଲରାଉଣ୍ଡର ନୀତିଶ୍ ରେଡ୍ଡିଙ୍କ ବାପା ଓ ପରିବାରବର୍ଗ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଜାରି ବର୍ଡର- ଗାଭାସ୍କର ଟ୍ରଫିର ବକ୍ସିଙ୍ଗ୍ ଡେ ଟେଷ୍ଟରେ ପୂର୍ବତନ କ୍ରିକେଟର୍ ସୁନିଲ୍ ଗାଭାସ୍କରଙ୍କୁ ଭେଟିଲେ ଏବଂ ଏହି ଅବସରରେ ନୀତିଶ ରେଡ୍ଡୀଙ୍କ ବାପା ମୁତୟାଲା ରେଡ୍ଡୀ ତାଙ୍କୁ ଦେଖି ଭାବବିହ୍ବଳ ହେବା ସହ ବାରମ୍ବାର ଗାଭାସ୍କରଙ୍କ ପାଦ ଛୁଇଁ ସାଷ୍ଟାଙ୍ଗ ପ୍ରଣିପାତ କଲେ ଆଉ ତାଙ୍କ ପୁଅକୁ ଆଶୀର୍ବାଦ କରିବାକୁ ନିବେଦନ କଲେ ।
ନୀତିଶଙ୍କ ଦମଦାର ପ୍ରଦର୍ଶନସହ ଶତକ ଲାଭ ସମୟରେ ପଡ଼ିଆରେ ବସିଥିବା ତାଙ୍କ ବାପା ଭଗବାନଙ୍କୁ ଧନ୍ୟବାଦ ଦେଇ ଭୋଭୋ ହୋଇ କାନ୍ଦି ପକାଇଥିଲେ। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏହି ଭିଡିଓ ସାମ୍ନାକୁ ଆସିବା ପରେ କ୍ରିକେଟର ନୀତିଶଙ୍କ ବାପା ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନୀତିଶ କ୍ରିକେଟ ଖେଳିବେ ବୋଲି ତାଙ୍କ ବାପା ମୃତ୍ୟାଲା ରେଡ୍ଡି ବଡ଼ ନିଷ୍ପତ୍ତି ନେଇଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ନୀତିଶଙ୍କ ବାପା ମୃତ୍ୟାଲା ବିଶାଖାପାଟନମରେ ଥିବା ହିନ୍ଦୁସ୍ଥାନ ଜିଙ୍କ ନାମକ କମ୍ପାନୀରେ କାମ କରୁଥିଲେ। ଏହାପରେ ତାଙ୍କର ଉଦପୁରକୁ ବଦଳି ହୋଇଯାଇଥିଲା। କିନ୍ତୁ ସେ ନିଜର ବଦଳି ଚାହୁଁ ନଥିଲେ। କାରଣ ସେ ଅନୁଭବ କରିଥିଲେ ଚାକିରି ପାଇଁ ସେ ଯଦି ଉଦୟପୁର ଚାଲିଯିବେ ତେବେ ତାଙ୍କ ପୁଅ ନୀତିଶଙ୍କ କ୍ରିକେଟର ହେବାର ସ୍ବପ୍ନ ଫାଣିଫୋଟକା ପରି ମେଳାଇ ଯିବ।
ତାଙ୍କ କ୍ୟାରିୟର ନଷ୍ଟ ହୋଇଯିବ। ସେ ଦେଖିଥିବା ସ୍ବପ୍ନ ପୂରଣ ହୋଇ ପାରିବ ନାହିଁ। ଏହି କାରଣରୁ ସେ ଚାକିରୀ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ସମୟରେ ତାଙ୍କର ଆର୍ଥିକ ସ୍ଥିତି ବି ଏତେ ସୃଦୁଢ଼ ନଥିଲା। ତଥାପି ସେ ପୁଅ ପାଇଁ ଚାକିରିକୁ ତ୍ୟାଗ କରି ପେନସନ୍ ଟଙ୍କାରେ ଚଳୁଥିଲେ।
ତଥାପି ମୃତ୍ୟାଲା ନିଜର ପୁଅକୁ କ୍ରିକେଟର କରିବା ପାଇଁ ଅଣ୍ଟା ଭିଡ଼ି ନେଇଥିଲେ। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା। ଅନେକ ସଂଘର୍ଷର ସାମ୍ନା କରିବା ପରେ ଗ୍ୟାଲେରିରେ ବସି ପୁଅର ସଫଳତା ଦେଖି ବାପା ଭୋଭୋ ହୋଇ କାନ୍ଦି ପକାଇଥିଲେ।
COURTESY -: NBT NEWS