
ଆଲେଖ୍ୟ – ଜବାହର ମିଶ୍ର
ନିର୍ବାଚନରେ ପରାଜୟର ମାର୍ମିକ ପୀଡା ଆଉ ଗ୍ଲାନି ହୁଏ ତ ବିଜେଡି ନେତାମାନଙ୍କ ମନରୁ ଏ ଯାଏ “ବିଦାୟ ସମ୍ବର୍ଦ୍ଧନା” ନେଇନାହିଁ। ଯାହା ଫଳରେ ମଝିରେ ମଝିରେ ସେ ସବୁ ଦରଦଭରା ଭାଷଣ ଜରିଆରେ ପବନାୟିତ ହୋଇ ଭାସିବୁଲୁଛି ଆଉ ଖୋଲିଦେଉଛି କିଛି କିଛି ରାଜ୍ ।
ଏଇ ନିକଟରେ ବିଜେଡିର ଦୁଇ ଜଣ ହୃଷ୍ଟ , ପୃଷ୍ଟ , ବଳିଷ୍ଠ, ବରିଷ୍ଟ ନେତା ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଉ ଦେଉ କହିଦେଲେ ନିର୍ବାଚନରେ ଦଳ କାହିଁକି ଅପ୍ରତ୍ୟାଶିତ ଭାବେ ଗଡମ୍ ଖାଇଲା। ଏତକ କହୁ କହୁ ଅଜାଣତରେ ପଛେ ହେଉ ମହାଦେବଙ୍କ ନନ୍ଦୀ ମହାରାଜଙ୍କୁ ସେମାନେ ପରାଜୟର କାରକ ବୋଲି ପରୋକ୍ଷ ଭାବେ ସୂଚାଇଦେଲେ।
ରାୟଗଡ଼ାରେ ଏକ ଦଳୀୟ କର୍ମକର୍ତ୍ତା ସମ୍ମିଳନୀରେ ଅରୁଣ ଯେଉଁସବୁ ମତ ଓ ମନ୍ତବ୍ୟ ରଖିଛନ୍ତି, ତାହା ‘ପାଣ୍ଡିଆନ ଓ ତାଙ୍କ ଟିମ୍’ର ହାକିମାତି ଆଡ଼କୁ ଇଙ୍ଗିତ କରିଛି । ସେମାନଙ୍କ ଅହଙ୍କାର ଯୋଗୁ କିଭଳି ଦଳ ହାରିଲା ତା’ର ମଧ୍ୟ ଉଦାହରଣ ଦେଇଛନ୍ତି । ଅରୁଣ କହିଛନ୍ତି ଯେ, “ ଦୀର୍ଘଦିନ ଧରିି ଶାସନରେ ରହିବା ଯୋଗୁ ସରକାରୀ ଦଳ(ବିଜେଡି)ରେ ଅହଙ୍କାର କମ୍ ନଥିଲା ।
ସେହିପରି ଦଳର ଅନ୍ୟତମ ବରିଷ୍ଟ ନେତା ତଥା ଏମ୍ ପି ଦେବାଶୀଷ ସାମନ୍ତରାୟ କଟକରେଇସାରା ଇସାରାରେ ‘ଦଳକୁ କାଲି ଆସିଥିବା ଲୋକ ସର୍ବେସର୍ବା ହୋଇଯିବାକୁ ଆଉ ସୁଯୋଗ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଅରୁଣ କହିଥିଲେ ଯେ, ପ୍ରଭୁ ଜଗନ୍ନାଥ ଆମକୁ ଶାସନ କ୍ଷମତାରୁ ହଟାଇଛନ୍ତି। ବିଜେଡି ୨୪ବର୍ଷ ଶାସନ କରିବା ପରେ ଆମ ଭିତରେ ଅହଙ୍କାର ବଢ଼ି ଯାଇଥିଲା। ତେଣୁ ନିର୍ବାଚନ ହାରିଲୁ, ଜନତା ଆମକୁ ବିରୋଧୀ ଆସନରେ ବସାଇଛନ୍ତି। ତେବେ ଆମେ ହତାଶ ହେବା ନାହିଁ। ଦଳ ଭିତରେ ଥିବା ଅସନ୍ତୋଷ, ନିଜ ନିଜ ମଧ୍ୟରେ ରହିଥିବା ଦ୍ବନ୍ଦ୍ବକୁ ଭୁଲିଗଲେ ବିଜେଡି ପୁଣି କ୍ଷମତାକୁ ଆସିବ ବୋଲି ଅରୁଣ ସାହୁ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ।ଏହି ଅବସରରେ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ମଧ୍ୟ ଟିକେଟ୍ ବିତରଣରେ ଅନିୟମିତତା ସହ ସ୍ଥାନୀୟ ନେତାଙ୍କୁ ଅଣଦେଖା ପ୍ରସଙ୍ଗ ଉଠାଇଥିଲେ। ରାୟଗଡ଼ା ବିଧାନସଭା ଆସନ ନିମନ୍ତେ ଟିକେଟ୍ ବଣ୍ଟନ ପରେ ଦଳ ଭିତରେ ଅସନ୍ତୋଷ ବଢ଼ିଲା। ଯାହା ଦଳ ପାଇଁ ପରାଜୟରକାରଣ ସାଜିଲା। ଆଗକୁ ଏମିତି ନିଷ୍ପତ୍ତକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରୋକ୍ଠୋକ୍ କହିଥିଲେ ଭାସ୍କର ।
ଏହି ଅବସରରେ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ମଧ୍ୟ ଟିକେଟ୍ ବିତରଣରେ ଅନିୟମିତତା ସହ ସ୍ଥାନୀୟ ନେତାଙ୍କୁ ଅଣଦେଖା ପ୍ରସଙ୍ଗ ଉଠାଇଥିଲେ। ରାୟଗଡ଼ା ବିଧାନସଭା ଆସନ ନିମନ୍ତେ ଟିକେଟ୍ ବଣ୍ଟନ ପରେ ଦଳ ଭିତରେ ଅସନ୍ତୋଷ ବଢ଼ିଲା। ଯାହା ଦଳ ପାଇଁ ପରାଜୟରକାରଣ ସାଜିଲା। ଆଗକୁ ଏମିତି ନିଷ୍ପତ୍ତକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରୋକ୍ଠୋକ୍ କହିଥିଲେ ଭାସ୍କର ।
ବିଭାଜନକାରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁଁ ଦଳର ଶୋଚନୀୟ ପରାଜୟ ହୋଇଛି। ସବୁ ଭୁଲ୍କୁ ଭୁଲିଯାଇ ସମସ୍ତେ ଏକଜୁଟ ହୋଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ସୁଦୃଢ଼ କରିବା ବୋଲି ଆହ୍ବାନ ଦେଇଥିଲେ। ଦଳ ଭିତରେ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ମଧ୍ୟ ସ୍ବୀକାର କରିଥିଲେ।
ଦେବାଶୀଷ କହିଛନ୍ତି ଯେ , ବର୍ତ୍ତମାନ ଦଳକୁ ଯୁବ ନେତାମାନେ ଆଗକୁ ନେବେ।ସେମାନେ ମଙ୍ଗ ଧରିବେ। ଆମର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବେ ବୋଲି ଦେବାଶୀଷ କହିଛନ୍ତି।
ଅରୁଣ ‘ପାଣ୍ଡିଆନ ଓ ତାଙ୍କ ଟିମ୍’ କିଭଳି ହାକିମାତି କରୁଥିଲା ଓ ସ୍ଥାନୀୟ ନେତାମାନଙ୍କୁ ଗୁରୁତ୍ୱ ଦେଉନଥିଲା, କୁଆଡେ ତାହା ବି କହୁ କହୁ କହିଦେଲେ।
ତେବେ ସେ ଯାହା ହେଉ, ଏହି ଦୁଇ ନେତାଙ୍କ କଥାରୁ ସେମାନଙ୍କ ବ୍ୟଥା ଫୁଟିକରି ବାହାରିଛି।ସତ କଥା ଭାଇ, ବ୍ୟଥା ନ ଥିଲେ କଥା ବାହାରେନାହିଁ ।ହାକିମାତିକୁ ସହ୍ୟ କରିବାକୁ ମାନସିକତା ନ ଥିଲେ ବି ବାଧ୍ୟବାଧକତାରୁ ସହିଯାଉଥିଲେ ଏମାନେ। ନିର୍ବାଚନ ଲଢେଇ ଲଢାରେ ହାକିମାତିର ଦାଢ ଘୋରି ହୋଇଯାଇଥିବାରୁ ଏବେ ଅରୁଣ ଆଉ ଦେବାଶୀଷଙ୍କ ପରି ମାନୀ – ସ୍ଵାଭିମାନୀ ନେତା ସେମାନଙ୍କ ଭଡାସ୍ ତକ ଓଗାଳିଛନ୍ତି।
ସୂଚନା ଅନୁସାରେ ସାଧାରଣ ନିର୍ବାଚନ ଫଳାଫଳର ପ୍ରାୟ ୮ମାସ ବିତିଯିବା ପରେ ମଧ୍ୟ ବିଜେଡି ନିଜର ପରାଜୟର ସମୀକ୍ଷା କରିବାକୁ ଆଗ୍ରହ ଦେଖାଇନାହିଁ । ଦୀର୍ଘବର୍ଷ ଧରି ଦଳ ପାଇଁ କଠିନ ପରିଶ୍ରମ କରି ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିଥିବା ନେତାମାନେ ଦଳର ଏଭଳି ଅପ୍ରତ୍ୟାଶିତ ବିପର୍ଯ୍ୟୟକୁ ନେଇ ଆକ୍ରୋଶ ଓ ଅସନ୍ତୋଷ ମଧ୍ୟ ଦେଇ ଗତି କରୁଛନ୍ତି । ପଞ୍ଚାୟତ ଠାରୁ ନେଇ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଉପରକୁ ଉପର ହାଇଜମ୍ପ ମାରି ଚରମ ସୀମାରେ ପହଞ୍ଚିଲାଣି। ମାତ୍ର ଏସବୁକୁ ପ୍ରଶମିତ କରି ଦଳକୁ ଠିକଣା ବାଟରେ ନେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗଭର ହେବା ତ ଦୂରର କଥା, ଏବେ ନିଜର ସେହି ଚିରାଚରିତ ପୁରୁଣା ପ୍ରଦର୍ଶନକୁ ଫେରି ଦଳୀୟ ନେତାମାନଙ୍କଠାରୁ ମାତ୍ରାଧିକ ଦୂରତ୍ୱ ଅବଲମ୍ବନ କରିବାରେ ଲାଗିଲେଣି ।
ଆଉ ଖାସ୍ ଏହି କାରଣରୁ ଦଳ ଏବେ ଦିଶାହୀନ ହୋଇ ତୀବ୍ର ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ଆଡ଼କୁ ମୁହାଁଇବାରେ ଲାଗିଛି । ଦଳର ଏପରି ଦୁଃସ୍ଥିତିରେ ଦଳୀୟ କର୍ମୀ ଓ ନେତାମାନଙ୍କୁ କିଏ ଭରସା ଦେବ ଏବଂ ସେମାନେ କାହାକୁ ବିଶ୍ୱାସ କରି ତୃଣମୂଳ ସ୍ତରରେ ସାଂଗଠନିକ କାର୍ଯ୍ୟକୁ ଆଗେଇ ନେବେ, ସେଭଳି ଚେହେରା ମଧ୍ୟ ଆଗକୁ ଆଣିବାରେ ବିଜେଡି ମହାଧିନାୟକ ବିଫଳ ହୋଇଛନ୍ତି । ଦୀର୍ଘ ୮ମାସ ଧରି ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଆଗରେ ରଖି ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଯେଉଁ ଗୋଟିଚାଳନା କରୁଛନ୍ତି, ତାହା ବି ଏବେ ଫେଲ୍ ମାରିବାରେ ଲାଗିଛି । ବିଜେଡିର ନେତାମାନେ କୌଣସି ପରିସ୍ଥିତିରେ ‘ପାଣ୍ଡିଆନ ଓ ତାଙ୍କ ଟିମ’କୁ ହଜମ କରିବା ମୁଡ୍’ରେ ନାହାନ୍ତି । ମାତ୍ର ନବୀନଙ୍କ ଅପାରଗତା ଓ ଅନାଗ୍ରହ ଯୋଗୁ ସଂଗଠନର ଅଘୋଷିତ ମୁଖିଆ ହୋଇ ଏବେ ପୁଣିଥରେ ପାଣ୍ଡିଆନ ମାତ୍ରାଧିକ ସକ୍ରିୟ ହୋଇଛନ୍ତି । ଯାହାକୁ ଖୋଲାଖୋଲି ବିରୋଧ କରିଛନ୍ତି ଅରୁଣ ଓ ଦେବାଶୀଷଙ୍କ ଭଳି ଆତ୍ମସମ୍ମାନ ଥିବା ଦଳୀୟ ରାଜନେତାମାନେ।ତେବେ ସେ ଯାହା ହେଉ , ଦଳର ସଭାପତି ଭାବେ ନବୀନଙ୍କୁ ଆଗକୁ ବାହାରିଆସି ଦଳକୁ ସହି ଦିଶାରେ ଆଗେଇ ନେବାକୁ ପଡିବ। ନାହିଁ ତ ଆଜି ନ ହେଲେ କାଲି ଦଳ ବିପର୍ଯ୍ୟୟର ବଙ୍ଗୋପ ସାଗରରେ ଡୁବିବା ନିଶ୍ଚିତ ହୋଇପଡିବ।
ତେବେ ସେ ଯାହା ହେଉ , ଦଳର ସଭାପତି ଭାବେ ନବୀନଙ୍କୁ ଆଗକୁ ବାହାରିଆସି ଦଳକୁ ସହି ଦିଶାରେ ଆଗେଇ ନେବାକୁ ପଡିବ। ନାହିଁ ତ ଆଜି ନ ହେଲେ କାଲି ଦଳ ବିପର୍ଯ୍ୟୟର ବଙ୍ଗୋପ ସାଗରରେ ଡୁବିବା ନିଶ୍ଚିତ ହୋଇପଡିବ।ନବୀନ ହେଉଛନ୍ତି ଦଳର ଏକମାତ୍ର ସାହା ଭରସା। ଯଦି ନବୀନ ଅଣ୍ଟା ନ ଭିଡିବେ, ତେବେ ଦଳକୁ ରକ୍ଷା କରିବାକୁ ଆଉ କେହି ନ ଥିବେ। ସେ ପାଣ୍ଡିଆନ ହୁଅନ୍ତୁ କି ଆଉ କେହି ହୁଅନ୍ତୁ, ନବୀନଙ୍କ ବିନା ଦଳର ତ୍ରାଣକର୍ତ୍ତା ଆଉ କେହି ହୋଇପାରିବେ ନାହିଁ। ଏହି ଅବସରରେ ଅମର ପ୍ରେମ ଚଳଚିତ୍ରର ସେହି ଅମର ଗୀତ ଟି ମନେପଡିଯାଏ । ଗୀତଟି ହେଉଛି ଏହିପରି -ଚିଙ୍ଗାରୀ କୋଇ ଭଡକେ,ତୋ ସାଓ୍ଵନ ଉସେ ବୁଝାଏ। ସାଓ୍ଵନ ଯୋ ଅଗନ ଲଗାଏ, ଉସେ କୌନ ବୁଝାଏ।
ନବୀନ ହେଉଛନ୍ତି ଦଳର ଏକମାତ୍ର ସାହା ଭରସା। ଯଦି ନବୀନ ଅଣ୍ଟା ନ ଭିଡିବେ, ତେବେ ଦଳକୁ ରକ୍ଷା କରିବାକୁ ଆଉ କେହି ନ ଥିବେ। ସେ ପାଣ୍ଡିଆନ ହୁଅନ୍ତୁ କି ଆଉ କେହି ହୁଅନ୍ତୁ, ନବୀନଙ୍କ ବିନା ଦଳର ତ୍ରାଣକର୍ତ୍ତା ଆଉ କେହି ହୋଇପାରିବେ ନାହିଁ। ଏହି ଅବସରରେ ଅମର ପ୍ରେମ ଚଳଚିତ୍ରର ସେହି ଅମର ଗୀତ ଟି ମନେପଡିଯାଏ । ଗୀତଟି ହେଉଛି ଏହିପରି -ଚିଙ୍ଗାରୀ କୋଇ ଭଡକେ,ତୋ ସାଓ୍ଵନ ଉସେ ବୁଝାଏ। ସାଓ୍ଵନ ଯୋ ଅଗନ ଲଗାଏ, ଉସେ କୌନ ବୁଝାଏ।
ଏଠାରେ ନବୀନ ହେଉଛନ୍ତି ବିଜେଡି ର ଶ୍ରାବଣର ସେହି ବାରି ଧାରା, ଯାହାର ଅଗ୍ନି ନିର୍ବାପନର ଅସୀମ ସାମର୍ଥ୍ୟ ରହିଛି।ଆଉ ଶ୍ରାବଣ ଯଦି ଅଗ୍ନିର ଭୂମିକା ଗ୍ରହଣ କରେ, ତେବେ ସେ ଅନଳକୁ କେହି ଲିଭେଇ ପାରିବନାହିଁ। ସେହିପରି ନବୀନ ଯଦି ଦଳକୁ ଉଦ୍ଧାର କରିବା ପରିବର୍ତ୍ତେ ଦଳକୁ ବିପର୍ଯ୍ୟୟର ଗର୍ତ୍ତରେ ପଡିବାଦେଖି ମଧ୍ୟ ନୀରବ ବଂଶୀ ସାଜି ବସିଥାଆନ୍ତି, ତେବେ ବିଜେଡି ଅତି ଶୀଘ୍ର ଇତିହାସର ପୃଷ୍ଠା ମଣ୍ଡନ କରିବ।