
ହୋଷ୍ଟନରୁ ଫୋଇନିକ୍ସ ଯାଉଥିବା ସାଉଥ୍ ୱେଷ୍ଟ ଏୟାର ଲାଇନ୍ସ ଫ୍ଲାଇଟ୍ ଯାତ୍ରୀ ଓ କ୍ରିଉ ମେମ୍ବର ଜଣେ ମହିଳାଙ୍କ ପାଇଁ ହୋଇଛନ୍ତି ହଟହଟା । ବିମାନରେ ଯାତ୍ରୀମାନେ ନିଜ ନିଜ ସିଟରେ ବସିବା ପରେ ବିମାନଟି ଟେକଅଫ୍ କରିବାର ଥିଲା । କିନ୍ତୁ ଠିକ୍ ଏତିକିବେଳେ ମହିଳା ଯାତ୍ରୀ ଜଣକ ବିମାନରୁ ଓହ୍ଲାଇବା ପାଇଁ କହିଲେ ।
ଏଥିପାଇଁ ଶେଷରେ ମହିଳା ଜଣକ ଉଲଗ୍ନ ମଧ୍ୟ ହୋଇଗଲେ । ଖାଲି ସେତିକି ନୁହେଁ, ମହିଳା ଜଣକ ଉଲଗ୍ନ ହୋଇ ଚିକ୍ରାର କରିବାକୁ ଲାଗିଲେ ଏବଂ ବିମାନରେ ଦୌଡ଼ିବା ଆରମ୍ଭ କରିଦେଲେ । ମହିଳାଙ୍କ ଏ ପ୍ରକାର କାଣ୍ଡ ପରେ ପାଇଲଟ ତୁରନ୍ତ ବିମାନକୁ ଗେଟ୍ ପାଖକୁ ଫେରାଇ ନେଇଥିଲେ । ଯେଉଁଠାରୁ ମହିଳାଙ୍କୁ ନିଆଯାଇଥିଲା ।
ତେବେ ଏ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ମହିଳାଙ୍କ ଏ ପ୍ରକାର କାଣ୍ଡ ଦେଖି ଅନ୍ୟ ଯାତ୍ରୀମାନେ ଲଜ୍ଜିତ ହେବା ସହ ଆଶ୍ଛର୍ଯ୍ୟ ମଧ୍ୟ ହୋଇଥିଲେ । ପ୍ଲେନରେ ଛୋଟ ପିଲା ମଧ୍ୟ ଯାତ୍ରା କରୁଥିଲେ । ଭିଡିଓଟି ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ ଜରିଆରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ।