
ମେଲବୋର୍ଣ୍ଣ ଠାରେ ଚାଲିଥିବା ଚତୁର୍ଥ କ୍ରିକେଟ ଟେଷ୍ଟର ଆଜି ଚତୁର୍ଥ ଦିବସର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଙ୍ଗ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ତାହାର ଦ୍ଵିତୀୟ ପାଳିରେ ୯ ଉଇକେଟ ବିନିମୟରେ ୨୨୮ ରନ୍ କରିବା ସହ ପ୍ରଥମ ପାଳିରେ ଅଗ୍ରଣୀ ଆଧାରରେ ମୋଟ ୩୩୩ ରନରେ ଅଗ୍ରଣୀ ରହିଛି।
ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଙ୍ଗ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳଗତ ସ୍କୋର୍ ୮୫ ରନରେ ପ୍ରଥମ ୫ ଟି ଉଇକେଟ ହରାଇ ବଡ ଦାରୁଣ ସ୍ଥିତିରେ ପଡ଼ିଥିଲା। ତେବେ ପରବର୍ତ୍ତୀ ବ୍ୟାଟରମାନେ ଦୃଢ଼ତା ପ୍ରଦର୍ଶନ କରିବାରୁ ଦଳ ୨୨୮ ରନ୍ ପର୍ଯ୍ୟନ୍ତ ଟାଣି ଘୋଷାଡିହୋଇ ଆସିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ ସର୍ବାଧିକ ୭୦, ଅଧିନାୟକ କମିନ୍ସ ୪୧ ଏବଂ ନାଥାନ ଲିଅନ ଅପରାଜିତ ୪୧ ରନ୍ କରିଛନ୍ତି। ନବାଗତ କନଷ୍ଟାନ୍ସ ୮ ରନ୍ କରି ବୁମରାହାଙ୍କ ଦ୍ଵାରା ଆଉଟ୍ ହୋଇଥିଲେ। ଷ୍ଟିଭ ସ୍ମିଥ୍ ୧୩ ଏବଂ ଉସମାନ ଖ୍ଵାଜା ୨୧ ରନ୍ କରିଛନ୍ତି।ଭାରତ ପକ୍ଷରୁ ବୁମରାହା ୪ ଟି, ସିରାଜ ୩ ଟି ଏବଂ ରବିନ୍ଦ୍ର ଯାଦେଜା ୧ ଟି କରି ଉଇକେଟ ଦଖଲ କରିଛନ୍ତି।
ଏହା ପୂର୍ବରୁ ଆଜି ସକାଳେ ଭାରତ ତାହାର ଅସମାପ୍ତ ପ୍ରଥମ ପାଳିରେ ଶେଷ ଉଇକେଟରେ ଆଉ ମାତ୍ର ୧୧ ରନ୍ ଯୋଗ କରିବା ପରେ ୩୬୯ ରନରେ ତାହାର ପ୍ରଥମ ପାଳି ଉଦଯାପିତ କରିଥିଲା। ଆଜି ଶତକଧାରୀ ବ୍ୟାକରଣ ନୀତିଶ କୁମାର ରେଡ୍ଡୀ ତାଙ୍କ ପୂର୍ବ ଦିନର ସ୍କୋରରେ ଆଉ ମାତ୍ର ୯ ରନ୍ ଯୋଗ କରିବା ପରେ ସେ ସ୍ପିନର୍ ଲାଅନଙ୍କ ଏକ ବିଲକୁ ମାରିବାକୁଯାଇ ଆଉଟ୍ ହୋଇଥିଲେ। ସେ ୧୧୪ ରନ୍ କରିଥିଲେ। ସିରାଜ ୪ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ, ବୋଲେଣ୍ଡ ଏବଂ ଲାଅନ ସମାନ ୩ ଟି କରି ଉଇକେଟ ଅକ୍ତିଆର କରିଛନ୍ତି