


ପ୍ୟାରିସ୍ ଚୁକ୍ତିନାମାକୁ ଏକ ଦଶନ୍ଧି ବିତିଗଲାଣି। ଏହା ସତ୍ତ୍ୱେ ବିଶ୍ୱବ୍ୟାପୀ ମହାସାଗରଗୁଡ଼ିକ ଯେଉଁ ଗତିରେ ଉଷ୍ଣ ତଥା ଗରମ୍ ହେଉଛନ୍ତି, ତାହା ବୈଜ୍ଞାନିକମାନଙ୍କୁ ହତଚକିତ କରିଛି। ଫ୍ରାନ୍ସର ନିସ୍ରେ ସଦ୍ୟ ଆରମ୍ଭ ହୋଇଥିବା ଜାତିସଂଘ ମହାସାଗର ସମ୍ମିଳନୀ ସମୟରେ ବିଶେଷଜ୍ଞମାନେ ସତର୍କ କରାଇ ଦେଇଥିଲେ ଯେ ମହାସାଗରଗୁଡ଼ିକ ଏପର୍ଯ୍ୟନ୍ତ ୧ ଶହ ୭୦ କୋଟି ସଂଖ୍ୟକ ପରମାଣୁ ବୋମା ସମାନ ଶକ୍ତି ଶୋଷିତ କରିସାରିଛନ୍ତି। ଏହାର ଅର୍ଥ ହେଉଛି ପ୍ରତି ସେକେଣ୍ଡରେ ୫ଟି ପରମାଣୁ ବୋମା ପରି ଉତ୍ତାପ ସମୁଦ୍ର ଶୋଷୁଛି ଆଉ ସେହି ଅନୁପାତରେ ଉତ୍ତପ୍ତ ହେଉଛି l
ସାମୁଦ୍ରିକ ପରିବେଶ ଉପରେ ସଙ୍କଟ ବୃଦ୍ଧି ପାଉଛି ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଆଲେକ୍ସ ସେନ୍ ଗୁପ୍ତା କହିଛନ୍ତି, 'ଗତ ୧୦ ବର୍ଷରେ ପୃଥିବୀ ଦ୍ୱାରା ଶୋଷିତ ତାପ ପରିମାଣ ୧ ଶହ ୭୦ଟି ପରମାଣୁ ବୋମା ବିସ୍ଫୋରଣ ସହିତ ସମାନ। ଯଦି ଏହାକୁ ସେକେଣ୍ଡରେ ବିଭକ୍ତ କରାଯାଏ, ତେବେ ପ୍ରତି ସେକେଣ୍ଡରେ ୫ଟି ପରମାଣୁ
ବୋମା ବିସ୍ଫୋରଣ ପରି ଉତ୍ତାପ ସମୁଦ୍ରରେ ଶୋଷିତ ହେଉଛି।' ଏହାର ପରିଣାମ ହେଉଛି - ସମୁଦ୍ର ପତନରେ ଅଭୂତପୂର୍ବ ବୃଦ୍ଧି, ବରଫ ଚାଦର ଦ୍ରୁତ ତରଳିବା ଏବଂ ସମୁଦ୍ର ଭିତରେ ଅତ୍ୟଧିକ ଉତ୍ତାପ ତରଙ୍ଗ (ସାମୁଦ୍ରିକ ଉତ୍ତପ୍ତ ତରଙ୍ଗ)। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଉତ୍ତାପଜନିତ ତରଙ୍ଗ
ସମୁଦ୍ରରେ ମାଛ ସଂଖ୍ୟାକୁ ବିନଷ୍ଟ କରିଛି, ପ୍ରବାଳ ରି
ଫ୍ ଗୁଡ଼ିକୁ ଧ୍ବଂସ କରିଛି ଏବଂ ସାମୁଦ୍ରିକ ଜୈବ ବିବିଧତାକୁ ଗମ୍ଭୀର ଭାବରେ ପ୍ରଭାବିତ କରିଛି।
ସମୁଦ୍ରର ତାପମାତ୍ରା ପରମାଣୁ ବୋମା ପରି ଫାଟିଯାଉଛି, ଯାହା ମାନବଜାତି ପାଇଁ ବିପଦ। ୨୦୨୪ ଆରମ୍ଭରୁ
ସମୁଦ୍ର ପୃଷ୍ଠର ତାପମାତ୍ରା ନୂତନ ରେକର୍ଡ ସ୍ଥାପନ କରିଥିଲା। ବିଶ୍ୱ ସ୍ତରରେ ସମୁଦ୍ର ବରଫ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବୈଜ୍ଞାନିକମାନେ କହିଛନ୍ତି ଯେ ବିଶ୍ୱର ୮୪ ପ୍ରତିଶତ ପ୍ରବାଳ ପ୍ରାଚୀରରେ ବ୍ଲିଚିଂ ପରିଲକ୍ଷିତ ହୋଇଛି, ଯାହାକି ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ପ୍ରବାଳ ସଙ୍କଟ।
ବ୍ରିଟେନର ମାରିନ୍ ବାୟୋଲୋଜିକାଲ୍ ଆସୋସିଏସନ୍ ର ଡକ୍ଟର କ୍ୟାଥରିନ ଇ. ସ୍ମିଥ୍ କୁହନ୍ତି ଯେ, 'ବିଗତ ବର୍ଷଗୁଡ଼ିକରେ ସମୁଦ୍ରର ଉତ୍ତାପ ଲହରୀ ସମଗ୍ର ମତ୍ସ୍ୟ ଅର୍ଥନୀତିକୁ ଦୋହଲାଇ ଦେଇଛି। ମତ୍ସ୍ୟଚାଷ ଗୋଟିଏ ପରେ ଗୋଟିଏ ଧ୍ୱଂସ ପାଉଛି, ସାମୁଦ୍ରିକ ଜୀବଜନ୍ତୁ ବଡ଼ ସଂଖ୍ୟାରେ ଲୋପ ପାଉଛନ୍ତି ଏବଂ ପୃଥିବୀରେ ବାତ୍ୟାର ପ୍ରଳୟ ମଧ୍ୟ ବୃଦ୍ଧି ପାଇଛି। ଏସବୁ ୧.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସୀମା ପୂର୍ବରୁ ଘଟୁଛି।'
ଗମ୍ଭୀର ଚେତାବନୀ – ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ସମ୍ମିଳନୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଥିଲେ ଯେ, 'ଏକମାତ୍ର ବିକଳ୍ପ ହେଉଛି ମହାସାଗରଗୁଡ଼ିକୁ ଲୁଟ୍ ରୁ ସଂରକ୍ଷଣ ଆଡ଼କୁ ସ୍ଥାନାନ୍ତର କରିବା।' ସେ ଦେଶଗୁଡ଼ିକୁ କେବଳ ପ୍ରତିଶ୍ରୁତି ଦେବା ନୁହେଁ ବରଂ ମଜଭୁତ ନୀତି ମାଧ୍ୟମରେ ସାମୁଦ୍ରିକ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିବେଦନ କରିଥିଲେ। ଚଳିତ ବର୍ଷର ସମ୍ମିଳନୀ ଫ୍ରାନ୍ସ ଏବଂ କୋଷ୍ଟାରିକା ମିଳିତ ଭାବରେ ଆୟୋଜନ କରୁଛନ୍ତି ଏବଂ ଏଥିରେ ୧ ଶହରୁ ଅଧିକ ଦେଶ ଅଂଶଗ୍ରହଣ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୨୦୨୬ ସୁଦ୍ଧା 'ହାଇ ସିଜ୍ ଟ୍ରିଟି' ତଥା ସୁଉଚ୍ଚ ସାମୁଦ୍ରିକ ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ ଏବଂ ଗଭୀର ସମୁଦ୍ର ଖନନ ବନ୍ଦ କରିବା ପାଇଁ ନିବେଦନକୁ ଦୋହରାଇଥିଲେ। ଏହି ଚୁକ୍ତିନାମା ବିଷୟରେ ଏପର୍ଯ୍ୟନ୍ତ ଅଳସୁଆ ଥିବା ତଥା ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବ୍ରିଟେନ ମଧ୍ୟ ଘୋଷଣା କରିଛି ଯେ ଏହା ଚଳିତ ବର୍ଷ ଶେଷ ସୁଦ୍ଧା ଚୁକ୍ତିକୁ ଆଇନଗତ ରୂପ ଦେବ।
ସମୁଦ୍ର ବରଫ ତରଳିବା ଭବିଷ୍ୟତର ଏକ ଭୟଙ୍କର ଚିତ୍ର ଉଡୱେଲ ଜଳବାୟୁ ଗବେଷଣା କେନ୍ଦ୍ର ସହିତ ଜଡିତ ଡକ୍ଟର ଜେନିଫର ଫ୍ରାନ୍ସିସ୍ କହିଛନ୍ତି ଯେ ଗ୍ରୀଷ୍ମ ଋତୁରେ ଆର୍କଟିକ୍ ଅଞ୍ଚଳରେ ବରଫର ପୃଷ୍ଠ ଏବେ ଅଧାରୁ କମ୍ ହୋଇଯାଇଛି ଏବଂ ଏହାର ଆୟତନ ପ୍ରାୟ ତିନି-ଚତୁର୍ଥାଂଶ ହ୍ରାସ ପାଇଛି। ବରଫ ଅଭାବରୁ, ଆର୍କଟିକ୍ ପଥଗୁଡ଼ିକ ଏବେ ଖୋଲା ଅଛି, ଯାହା ଜାହାଜଗୁଡ଼ିକର ଗତିବିଧିକୁ ସହଜ କରିଛି, କିନ୍ତୁ ଏହା ଇନ୍ଧନ ଲିକେଜ୍ ଏବଂ ଜୈବିକ ଅସନ୍ତୁଳନର ବିପଦ ମଧ୍ୟ ବୃଦ୍ଧି କରିଛି।
ସମ୍ମିଳନୀ ଶେଷରେ, 'ନାଇସ୍ ଓସନ୍ ଆକ୍ସନ୍ ପ୍ଲାନ୍' ଏବଂ ଏକ ରାଜନୈତିକ ଘୋଷଣା ପ୍ରକାଶ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ନୀତି ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବା। ଛୋଟ ଦ୍ୱୀପ ରାଷ୍ଟ୍ରର ପ୍ରତିନିଧି, ବୈଜ୍ଞାନିକ ଏବଂ ସାମାଜିକ ସଂଗଠନଗୁଡ଼ିକ ମଧ୍ୟ କଠୋର ଜଳବାୟୁ ନୀତି ଏବଂ ନିର୍ଗମନ ହ୍ରାସ ପାଇଁ ଆବେଦନ କରିଛନ୍ତି।