
ଆଜିଠାରୁ ମହାକୁମ୍ଭ ମେଳା ଆରମ୍ଭ ହୋଇଯାଇଛି । ମହାକୁମ୍ଭ ମେଳାର ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ।ଏହି ଶୁଭଦ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ କୁମ୍ଭମେଳା ଭାରତୀୟ ଆଧ୍ୟାତ୍ମିକ ପରମ୍ପରା ବିରାଟ ଉତ୍ସବ, ପ୍ରୟାଗରାଜରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଖୁସି ଲାଗୁଛି । ଏହା ଆଧ୍ୟାତ୍ମିକ, ଅନନ୍ତ ଐତିହ୍ୟ, ବିଶ୍ୱାସକୁ ପାଳନ କରେ । କୁମ୍ଭ ମେଳା ଆପଣଙ୍କ ଜୀବନରେ ଆନନ୍ଦ ଓ ଉତ୍ସାହ ଆଣିଦେଉ ।
ସୂଚନାଯୋଗ୍ୟ ଯେ ଆଜି ମହାକୁମ୍ଭର ପ୍ରାରମ୍ଭିକ ଦିବସରେ ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୬୦ ଲକ୍ଷ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଥିଲେ। ପ୍ରତିଦିନ ହାରାହାରି ୧ କୋଟି ଲୋକ ବୁଡ ପକାଇବେ ବୋଲି ଆକଳନ କରାଯାଇଛି। ଏହିପରି ପ୍ରାୟ ୪୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ୪୫ ରୁ ୫୦ କୋଟି ଶ୍ରଦ୍ଧାଳୁ ବୁଡ ପକାଇବେ ବୋଲି ଜଣାଯାଇଛି।
Mahakumbh 2025