
ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବିସ୍ଫୋରକ ବୟାନ। କହିଛନ୍ତି ସେତେବେଳର’ସୁପର ଚିଫ୍ ମିନିଷ୍ଟର’ ପାଇଁ ଆଜି ମୁଖ୍ୟମନ୍ତ୍ରୀ ହୋଇପାରିଲି। ଟାର୍ଗେଟରେ ରଖିଥିଲେ ସେ ସମୟର ସୁପର ଚିଫ୍ ମିନିଷ୍ଟର। ତାପରେ ସିଏ ସାମ୍ନାକୁ ଆସିଲେ। ଆଉ ମତେ ଲାଗୁଛି ସିଏ ସାମ୍ନାକୁ ଆସିଲେ ବୋଲି ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିଲି ।
ନିକଟରେ କେନ୍ଦୁଝର ଗସ୍ତ ସମୟରେ IMA ସମ୍ମିଳନୀରେ ମୋହନ ମାଝୀ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ DPR ନେଇ ଯାଇଥିଲି କେନ୍ଦୁଝରରେ ମେଡ଼ିକାଲ ପ୍ରତିଷ୍ଠା ପାଇଁ। ସେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ କେମିତି ହେବ। DPR କେତେ ପଇସା ଖର୍ଚ୍ଚ ହେବ ବୋଲି ଲେଖିଛନ୍ତି। ମୁଁ କହିଲି ୩୫୦ କୋଟି। ସେ ପଚାରିଲେ ପଇସା କେଉଁଠୁ ଆସିବ। ମୁଁ କହିଲି ଆମର ମାଇନ୍ସ ଏରିଆ ହୋଇପାରିବ। ଅଫିସର ମାନେ କହିଲେ ଆପଣ ଚାହିଁଲେ ହୋଇପାରିବ।
ସେ କହିଲେ ହୋଇପାରିବ ଯଦି କରନ୍ତୁ। କିନ୍ତୁ ହୋଇ ପାରିଲା ନାହିଁ। ଏମିତିକି ଟଙ୍କାଟେ ବି ଦେଲେ ନାହିଁ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି DMF କଲେ ବୋଲି ଧରଣୀଧର ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇପାରିଲା। କିନ୍ତୁ ମୁଁ ପ୍ରତିଷ୍ଠା ହେବା କହିବା ପାଇଁ ପଛାଇ ନଥିଲି। ସେହିଦିନ ଠାରୁ ମତେ ଟାର୍ଗେଟରେ ରଖିଥିଲେ ସେ ସମୟର ‘ସୁପର ଚିଫ୍ ମିନିଷ୍ଟର’ ।