
ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଅଣସେବାୟତ ଓ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ସରକାର । ଅଣସେବାୟତ ରଥ ଉପରକୁ ଚଢ଼ିଲେ ହେବେ ଗିରଫ । ରଥରେ ସେବାୟତ ମୋବାଇଲ୍ ବ୍ୟବହାର କରିପାରିବେନାହି। ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସଂସ୍କାରମୂଳକ ପଦକ୍ଷେ ନେବା ସହ କଠୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ଶ୍ରୀ ପୃଥିବୀରାଜ ହରିଚନ୍ଦନ।
ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଅଣସେବାୟତ ରଥ ଉପରେ ଚଢିପାରିବେ ନାହିଁ। ଧରାପଡିଲେ ବନ୍ଧା ହେବେ । ରଥ ଉପରେ ସେବାୟତ ମାନେ ମୋବାଇଲ ବ୍ୟବହାର କରିପାରିବେନି । ପହଣ୍ଡିରେ କେଉଁ କେଉଁ ସେବାୟତ ରହିବେ ସେମାନଙ୍କ ତାଲିକା ପ୍ରସ୍ତୁତ ହେବ । ଘଣ୍ଟୁଆ ସେବାୟତ ମାନଙ୍କ ତାଲିକା ବି ପ୍ରସ୍ତୁତ ହେବ । ଏନେଇ ନିଯୋଗ ଗୁଡ଼ିକ ତାଲିକା ପାଇଁ ସେବାୟତଙ୍କ ନାଁ ଦେବେ । ଛତିଶା ନିଯୋଗ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି।