

ଶିକ୍ଷାନୁଷ୍ଠାନରେ ରାଗିଂ ଦଣ୍ଡନୀୟ ଅପରାଧ। ରାଗିଂକୁ ରୋକିବାକୁ ଶିକ୍ଷାନୁଷ୍ଠାନରେ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ତଥାପି ଅନେକ ଶିକ୍ଷାନୁଷ୍ଠାନରେ ଜୁନିୟର ଶିକ୍ଷାର୍ଥୀଙ୍କୁ ସିନୟରଙ୍କ ରାଗିଙ୍ଗ୍ ଜାରି ରହିଛି।
ନିକଟରେ ଏପରି ଏକ ଭୟଙ୍କର ରାଗିଙ୍ଗ୍ ସାମ୍ନାକୁ ଆସିଛି, ଯାହା ଯେ କୈାଣସି ବ୍ୟକ୍ତିଙ୍କୁ ବିଚଳିତ କରିଦେବ।ସରକାରୀ ନର୍ସିଂ କଲେଜରେ ଚାଲିଥିଲା ଏମିତି କାଣ୍ଡ ଯାହାକୁ ଶୁଣିଲେ ଡର ଲାଗିବ । ଖୁଲମଖୁଲା ଜୁନିୟରଙ୍କୁ ଦିଆଯାଉଥିଲା ନର୍କ ଯନ୍ତ୍ରଣା । ଏ ଘଟଣା ଘଟିଛି, କେରଳର କୋଟାୟମସ୍ଥିତ ଏକ ସରକାରୀ ନର୍ସିଂ କଲେଜରେ ।
ରାଗିଙ୍ଗ ଆକ୍ଟ ଆଧାରରେ ୫ ଜଣ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ, ନର୍ସିଂ ପାଠ୍ୟକ୍ରମର ୩ୟ ବର୍ଷର ୫ ଛାତ୍ର ପ୍ରଥମ ବର୍ଷ ପିଲାଙ୍କୁ ରାଗିଙ୍ଗ ନାଁ’ରେ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ ।
ଉଳଗ୍ନ ହୋଇ ରୁହ: ଜୁନିଅରମାନଙ୍କୁ ଲଙ୍ଗଳା ହୋଇ ରହିବାକୁ କହୁଥିଲେ । ଏଥିସହ ସେମାନଙ୍କ ପ୍ରାଇଭେଟ୍ ପାର୍ଟରେ ଡମ୍ବଲକୁ ବାନ୍ଧି ଓହଳାଇଦେଉଥିଲେ । ଜ୍ୟାମିତି ବାକ୍ସରେ ଥିବା କମ୍ପାସକୁ ଦେହ ସାରା ଫୋଡ଼ି ଖଣ୍ଡି କରୁଥିଲେ ଏହି ୫ ସିନିୟର । ରାଗିଙ୍ଗ ଏତିକିରେ ସରିନାହିଁ, ଜୁନିଅରଙ୍କ ଘା’ରେ ସିନିୟରମାନେ ଲୋସନ ଲଗେଇ ଦେଉଥିଲେ । ଯାହାଦ୍ୱାରା ସେମାନଙ୍କ ଯନ୍ତ୍ରଣା ଆହୁରି ବଢ଼ିଯାଉଥିଲା ।
ଯନ୍ତ୍ରଣାରେ ଛଡ଼ପଟ ହୋଇ ଚିକ୍ରାର କଲେ, ସେହି ଲୋସନକୁ ପାଟିରେ ଭର୍ତ୍ତି କରିଦେଉଥିଲେ ସିନିଅର । ଏହାଛଡ଼ା ଅଭଦ୍ର ଭାଷାରେ ଜୁନିଅରମାନଙ୍କୁ ଗାଳିଗୁଲଜ ମଧ୍ୟ କରୁଥିଲେ । ଏ ନେଇ ଅଭିଯୋଗ ନ କରିବାକୁ ଡରା ଧମକା ମଧ୍ୟ କରୁଥିବା ପୋଲିସ କହିଛି ।
ଛଡ଼େଇ ନେଇଥିଲେ ଟଙ୍କା: ରବିବାର ଛୁଟିରେ ପାର୍ଟି କରିବା ପାଇଁ ସିନିୟରମାନେ ଜୁନିଅରଙ୍କ ଟଙ୍କା ନେଇଯାଉଥିଲେ । ଏହି ଟଙ୍କାରେ ସେମାନେ ମଦ କିଣି ଆଣି ପିଉଥିଲେ । ଟଙ୍କା ଦେବାକୁ ମନା କଲେ ସିନିୟରମାନେ ମାଡ଼ ମାରୁଥିବା ଜଣାପଡ଼ିଛି । ଏ ନେଇ ଜଣେ ଛାତ୍ର ଘରେ କହିବା ପରେ ଛାତ୍ରଙ୍କ ବାପା ଥାନାରେ ଏହାର ଅଭିଯୋଗ କରିଥିଲେ । ଯାହାପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ହୋଇଥିଲା ।
ଏ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।
ଘଟଣାରୁ ଆହୁରି ପ୍ରକାଶ ଯେ ଦିନେ କି ସପ୍ତାହେ ନୁହେଁ, ୩ ମାସ ଧରି ଜୁନିୟରମାନଙ୍କୁ ଏପରି ନିର୍ଯାତନା ମିଳିଥିଲା। ଏଠାରେ ପଢ଼ୁଥିବା ୩ ଜଣ ପ୍ରଥମ ବର୍ଷର ଛାତ୍ର ରାଗିଂ ନେଇ କୋଟ୍ଟାୟାମ ଗାନ୍ଧିନଗର ପୁଲିସ୍ ନିକଟରେ ଅଭିଯୋଗ କରିବା ପରେ ପୂରା ତଥ୍ୟ ସାମ୍ନାକୁ ଆସିଛି। ରାଗିଂର କଳା କାହାଣୀ ୨୦୨୪ ନଭେମ୍ବର ମାସରୁ ଆରମ୍ଭ ହୋଇଥିଲା ଓ ଏହା ପ୍ରାୟ ୩ ମାସ ଧରି ଜାରି ରହିଥିଲା।
ପ୍ରଥମ ବର୍ଷର ୩ ଜଣ ଛାତ୍ରଙ୍କ ଅଭିଯୋଗ ପରେ ରାଗିଂରେ ସାମିଲ ଥିବା ୫ ସିନିୟରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି। ସେହିପରି ରାଗିଂ ବିରୋଧୀ ଆଇନ ଅଧୀନରେ ସେମାନଙ୍କୁ ଗିରଫ କରାଯାଇଛି। ଏହି ଭୟଙ୍କର ରାଗିଂ ଦୃଶ୍ୟକୁ ସିନିୟରମାନେ ମୋବାଇଲରେ ରେକର୍ଡ କରୁଥିଲେ। ଯଦି ସେମାନେ ଏ ସମ୍ପର୍କରେ ଅଭିଯୋଗ କରିବେ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଧମକ ବି ଦେଉଥିଲେ। ଅଭିଯୋଗରେ ଆହୁରି କୁହାଯାଇଛି ଯେ ସିନିୟରମାନେ ନିୟମିତ ଭାବେ ଜୁନିୟର ଛାତ୍ରମାନଙ୍କ ଠାରୁ ରବିବାର ଟଙ୍କା ଆଦାୟ କରନ୍ତି। ଏହି ଟଙ୍କାରେ ସେମାନେ ମଦ ଆଣି ପିଅନ୍ତି। ଯେଉଁମାନେ ଟଙ୍କା ଦେବାକୁ ମନା କରନ୍ତି, ସେମାନଙ୍କୁ ସିନିୟରମାନେ ମାଡ଼ ମାରନ୍ତି।
ବେଶ କିଛି ମାସ ଧରି ଏପରି ଚାଲିଥିବା ବେଳେ ନିର୍ଯାତନା ସହି ନ ପାରି ଜଣେ ପିଲା ତାଙ୍କ ବାପାଙ୍କୁ ସବୁ କଥା କହିଥିଲେ। ବାପାଙ୍କ ପରାମର୍ଶ ପରେ ସେ ପୁଲିସ୍ରେ ଅଭିଯୋଗ କରିଥିଲେ। ତାଙ୍କୁ ଦେଖି ଆଉ ୨ ଜଣ ପ୍ରଥମ ବର୍ଷର ଛାତ୍ର ମଧ୍ୟ ରାଗିଂ ସମ୍ପର୍କରେ ପୁଲିସକୁ ଜଣାଇଥିଲେ।