

ରାଜା ରଘୁବଂଶୀଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିଛି। ତିନି ଅଭିଯୁକ୍ତ ଆକାଶ ରାଜପୁତ, ବିଶାଲ ଚୌହାନ ଏବଂ ଆନନ୍ଦ କୁର୍ମି ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି।
ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି ଯେ ରାଜାଙ୍କ ହତ୍ୟା ସମୟରେ ସୋନମ ସେଠାରେ ଉପସ୍ଥିତ ଥିଲେ। ଚାରି ଅଭିଯୁକ୍ତ କହିଛନ୍ତି ଯେ ଇନ୍ଦୋରରୁ ସିଲଂକୁ କୌଣସି ସିଧାସଳଖ ଟ୍ରେନ ନାହିଁ। ତେଣୁ ସେମାନେ ଟ୍ରେନ ଯୋଗେ ଗୌହାଟି ଦେଇ ସିଲଂରେ ପହଞ୍ଚିଥିଲେ। ବିଶାଲ ଅସ୍ତ୍ର କିଣିଥିଲେ। ସେ ହିଁ ରାଜାଙ୍କୁ ପଛରୁ ଆକ୍ରମଣ କରିଥିଲେ। ରାଜା ବେହୋସ ହେବା ପରେ, ସମସ୍ତେ ମିଶି ରାଜାଙ୍କୁ ଖାଲରେ ପକାଇ ଦେଇଥିଲେ।' ମେ ୨୩ ତାରିଖରେ ସୋନମ ରାଜାଙ୍କୁ ଫଟୋ ସୁଟ୍ ବାହାନାରେ ପାହାଡିଆ କୋର୍ସା ଅଞ୍ଚଳକୁ ନେଇଯାଇଥିଲେ। ରାସ୍ତାରେ ତିନି ଅଭିଯୁକ୍ତ ରାଜାଙ୍କୁ ଭେଟିଥିଲେ।
ସେମାନେ ହିନ୍ଦୀରେ କଥା ହୋଇ ଏକାଠି ଯାଇଥିଲେ। କିଛି ସମୟ ପରେ, ଏକ ନିର୍ଜନ ସ୍ଥାନ ଦେଖି ସୋନମ ଚିତ୍କାର କରି କହିଥିଲେ – ତାଙ୍କୁ ହତ୍ୟା କର। ହତ୍ୟା ପରେ, ସୋନମ ଫୋନ୍ ଭାଙ୍ଗି ଦେଇଥିଲେ। ଅଭିଯୁକ୍ତମାନେ ମଧ୍ୟ ଟ୍ରେନ ଯୋଗେ ନିଜ ନିଜ ଘରକୁ ଚାଲିଯାଇଥିଲେ। ସୋନମ ଏକା ବାରାଣସୀ ଯାଇଥିଲେ। ଏଠାରେ ଦୁଇଜଣ ଲୋକ ତାଙ୍କୁ ବସ୍ ଷ୍ଟାଣ୍ଡରେ ଛାଡିବାକୁ ଯାଇଥିଲେ।
ସୋନମ୍ ଦୋଷ ସ୍ଵୀକାର କଲା
ହତ୍ୟା ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ଗୁରୁବାର କହିଛନ୍ତି ଯେ, ସୋନମ ରଘୁବଂଶୀଙ୍କ ଜଣେ ସମ୍ପର୍କୀୟ ଭାଇ ଗତ ମାସରେ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ନିଯୁକ୍ତ ତିନି ଜଣ ସୁପାରୀ କିଲ୍ରଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଥିଲେ।
ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ସୋନମଙ୍କ ସମ୍ପର୍କୀୟ ଭାଇ ଜିତେନ୍ଦ୍ର ରଘୁବଂଶୀ ଏବେ ପୁଲିସର ଟାର୍ଗେଟକୁ ଆସିଛନ୍ତି। ପୁଲିସର କହିବା ଅନୁଯାୟୀ, ରାଜାଙ୍କୁ ହତ୍ୟା କରାଯିବା ଦିନ, ମେ’ ୨୩ ତାରିଖରେ ସୋନମ ହିଟମ୍ୟାନ୍ ଆକାଶ ରାଜପୁତ, ବିଶାଲ ସିଂହ ଚୌହାନ ଏବଂ ଆନନ୍ଦ କୁର୍ମୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଟଙ୍କାର ପ୍ରଥମ କିସ୍ତି ଦେବା ପାଇଁ ଜିତେନ୍ଦ୍ରଙ୍କ ୟୁପିଆଇ ଆକାଉଣ୍ଟ ବ୍ୟବହାର କରାଯାଇଥିଲା। ଜିତେନ୍ଦ୍ର ପରିବାରର ବ୍ୟବସାୟ ସହ ଜଡ଼ିତ, ଯାହାର ତଦାରଖ ପ୍ରାୟତଃ ସୋନମ କରିଥାନ୍ତି। ତେବେ ଜିତେନ୍ଦ୍ର ଦେୟ ପଛରେ କାରଣ ବିଷୟରେ ଜାଣିଥିଲେ କି ନାହିଁ ତାହା ଏବେ ପୁଲିସ ଜାଣିବାକୁ ଚେଷ୍ଟା କରୁଛି।
ଏବେ ତଦନ୍ତକାରୀମାନେ ତଦନ୍ତ ସମୟରେ ଷ୍ଟେ ରୁମ୍ ରେ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ ରଘୁବଂଶୀ ଛାଡ଼ି ଯାଇଥିବା ଏକ ବ୍ୟାଗ୍ ପାଇଛନ୍ତି। ସେଥିରୁ ମଙ୍ଗଳସୂତ୍ର ଓ ସୁନା ମୁଦି ମିଳିିଛି।
ବୁଧବାର ନନ୍ଗ୍ରାଙ୍ଗ୍ ଡିଜିପି ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ହେଲା ଜଣେ ବିବାହିତା ମହିଳା ନିଜ ଅଳଙ୍କାର ଖୋଲି ରଖି ଦେଇଯିବା ଘଟଣା ଆମ ମନରେ ସନ୍ଦେହ ଉପୁଜାଇଥିଲା ଓ ପରେ ତାଙ୍କ ପତ୍ନୀ ନିଜେ ହିଁ ଦୋଷ ସ୍ବୀକାର କରିଛନ୍ତି। ତେବେ ପୁଲିସ୍ ଏବେ ସୁଦ୍ଧା ସୋନମଙ୍କ ସହିତ ତାଙ୍କ ପ୍ରେମିକ ଓ ୩ ଜଣ ଭଡ଼ାଟିଆ ଗୁଣ୍ଡାଙ୍କୁ ଗିରଫ କରିସାରିଛି।
ଏବେ ପ୍ରେମିକ ରାଜ କୁଶୱାହାଙ୍କ ସହିତ ସୋନମଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଦୁହେଁ ଖୁବ ଖୁସିଥିବା ଦେଖାଯାଇଛି। ଏହି ଫଟୋ ଭାଇରାଲ ହେବା ପରେ ଦୁହିଁଙ୍କ ପ୍ରେମ ସମ୍ପର୍କ କିଭଳି ଆରମ୍ଭ ହୋଇଥିଲା, ତାହା ସାମ୍ନାକୁୁ ଆସିଛି।
ସୂଚନା ମୁତାବକ, ସୋନମଙ୍କ ବାପଘର ଇନ୍ଦୋରର ଗୋବିନ୍ଦ ନଗରରେ ଥିବା ଖାରଚା ଅଞ୍ଚଳରେ। ସୋନମଙ୍କ ପରିବାର ଫର୍ଣ୍ଣିଚରରେ ବ୍ୟବହୃତ ସନମାଇକା ବ୍ୟବସାୟ ସହିତ ଜଡିତ। ରାଜ୍ କୁଶୱାହା ଏହି ପ୍ରତିଷ୍ଠାନରେ କାମ କରୁଥିବା ବେଳେ ସୋନମଙ୍କ ସହ ତାଙ୍କର ଦେଖା ହୋଇଥିଲା।
କୁହାଯାଉଛି ଯେ, ରାଜ କୁଶୱାହା ସୋନମଙ୍କଠାରୁ ୫ବର୍ଷ ସାନ। ସେ ସମସ୍ତଙ୍କ ସାମ୍ନାରେ ସୋନମକୁ ‘ଦିଦି’ ବୋଲି ଡାକୁଥିଲେ। ସମାଜ ପାଇଁ ଭାଇ-ଭଉଣୀର ସମ୍ପର୍କ ଥିଲେ ବି ଦୁହେଁ ପରସ୍ପର ସହ ପ୍ରେମ ସମ୍ପର୍କ ରଖିଥିଲେ। ସୋନମ, ରାଜକୁ ସର୍ବସମ୍ମୁଖରେ ‘ଭାଇ’ ବୋଲି ଡାକୁଥିଲେ। ସୋନମ ତିନି ବର୍ଷ ପର୍ଯ୍ୟନ୍ତ ରାଜ୍ ହାତରେ ରାଖୀ ମଧ୍ୟ ବାନ୍ଧିଥିଲେ। ଏହି ସୂଚନା ସୋନମଙ୍କ ନିଜ ଭାଇ ଗୋବିନ୍ଦ ଦେଇଛନ୍ତି।