
ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧିଙ୍କ ବିବାଦୀୟ ମନ୍ତବ୍ୟ ସମଗ୍ର ଦେଶରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି। ସଂସଦ ଭବନ ବାହାରେ ଏ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତିଙ୍କୁ ସୋନିଆ’ ପୁଅର୍ ଲେଡି ଏବଂ ପୁଅର୍ ଥିଙ୍ଗ୍ ବୋଲି ମନ୍ତବ୍ୟ ଦେଲେ । ଭାଷଣରେ ମିଥ୍ୟା ପ୍ରତିଶ୍ରୁତି ଏବଂ ପୁଅର୍ ଲେଖି ତଥା ବିଚାରୀ ମହିଳା କହି ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରିଛନ୍ତି। ଅଭିଭାଷଣ ପଢି ରାଷ୍ଟ୍ରପତି ଥକି ଯାଇଥିବା କଥା ମଧ୍ୟ ସେ କହିଛନ୍ତି।
ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବୋରିଂ ତଥା ବିରକ୍ତିକର ବୋଲି କହିଛନ୍ତି। ସୋନିଆ ଗାନ୍ଧୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ନେତାଙ୍କ ଏଭଳି ବିବାଦୀୟ ବୟାନ ପରେ ରାଜନୈତିକ ମାହୋଲ ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଶାସକ ଦଳ ବିଜେପି କଂଗ୍ରେସକୁ ଘେରିଛି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବଘେଲ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, 'ସୋନିଆ ଗାନ୍ଧୀଙ୍କ ଏଭଳି ପ୍ରତିକ୍ରିୟା ସର୍ବୋଚ୍ଚ ଆସନରେ ବସିଥିବା ଆଦିବାସୀ ମହିଳାଙ୍କ ପ୍ରତି ଅପମାନ।' ଏହି ମନ୍ତବ୍ୟକୁ ନେଇ ସମ୍ବିତ ପାତ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, 'ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ, ସେ କଦାପି ବିଚାରି ନୁହଁନ୍ତି। ସେ ସଶକ୍ତ, ସେ ଥକି ନାହାଁନ୍ତି କି ନଇଁ ନାହାଁନ୍ତି।'
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ‘ସୋନିଆ ଗାନ୍ଧୀଙ୍କ ଏହା ସାମନ୍ତବାଦୀ ଚିନ୍ତାଧାରା। ତାଙ୍କର ଅହଙ୍କାର ପାଇଁ ନିନ୍ଦା କରୁଛି।ସେ ବାରମ୍ଵାର ପରାଜୟକୁ ଗ୍ରହଣ କରିପାରୁ ନାହାଁନ୍ତି। ଦେଶକୁ ତାଙ୍କର ଜାଗିରୀ ଏବଂ କେବଳ ନସେହିମାନେ ହିଁ ଏ ଦେଶକୁ ଶାସନ କରିବାକୁ ଯୋଗ୍ୟ ଆଉ କ୍ଷମତା ଉପଭୋଗ ଲାଗି ଅଧିକୃତ ବୋଲି ଭାବୁଛନ୍ତି। ଦେଶବାସୀ ନିଶ୍ଚୟ ଏହାର ଜବାବ ଦେବେ।’
ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିଥିଲେ। ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଥିଲେ। ଅଭିଭାଷଣରେ ସେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ କହିଥିଲେ। କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଯୋଜନା ଏବଂ ପରିବର୍ତ୍ତନ ବିଷୟରେ କହିଥିଲେ। ମୋଟାମୋଟି ଭାବେ ସେ ଏନଡିଏ ସରକାରଙ୍କ ଦ୍ଵାରା ଦେଶରେ ଚାଲିଥିବା ବିକାଶମୂଳକ କାର୍ଯ୍ୟଧାରା ବିଷୟ କହିଥିଲେ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଲେ ଯେ, ସେ ଜଣେ ଦୁର୍ବଳ ମହିଳା ଏବଂ ଅଭିଭାଷଣ ପରେ ଥକି ଯାଇଥିଲେ। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ମୁର୍ମୁଙ୍କ ଅଭିଭାଷଣକୁ ବିରକ୍ତିକର ବୋଲି ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ତୀବ୍ର ହୋଇଛି। ବିଜେପି କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି।
ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ – ବିଜେପି
କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ବିବୃତ୍ତି ଉପରେ ବିଜେପି ସାଂସଦ ସଂବିତ ପାତ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ଅଭିଭାଷଣ ସମ୍ପର୍କରେ ସୋନିଆ ଗାନ୍ଧୀଙ୍କ ବିବୃତ୍ତି ଠିକ ନୁହେଁ। ରାଷ୍ଟ୍ରପତି ସାହସର ସହିତ ନିଜର ମତ ପ୍ରକାଶ କରିଛନ୍ତି। ସୋନିଆ ଗାନ୍ଧୀ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଉଚିତ୍।