

ଦେଶରେ ଲଗାତାର ସୁନାର ମୂଲ୍ୟ ବୃଦ୍ଧି ପାଇଚାଲିଛି । ୧୭ ଫେବୃୟାରୀ, ସୋମବାର ଦିନ ସୁନା ଦରରେ ହ୍ରାସ ଦେଖାଯାଇଥିଲା । କିନ୍ତୁ ଏହା ସ୍ଥିର ରହିଲା ନାହିଁ । ବୁଧବାର, ଫେବୃୟାରୀ ୧୯ ନତାରିଖରେ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୮୭,୧୧୦ ରହିଥିଲା ।
ଦିଲ୍ଲୀରେ ୨୪ କ୍ୟାରେଟ ସୁନା ପ୍ରତି ମୂଲ୍ୟ ୧୦ ଗ୍ରାମ ପିଛା ୮୭୧୧୦ ଟଙ୍କା ରହିଥିଲା । ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୭୯୮୬୦ରେ ବିକ୍ରି ହେଉଥିଲା ।ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦାମ ୮୦,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୮୭,୬୫୦ ଟଙ୍କା ରହିଥିଲା । ଯାହା ପୁଣି ବଢିଛି । କେତେକ ବୈଶ୍ୱିକ କାରଣରୁ ସୁନା ଦର ୧୦ ଗ୍ରାମ୍ ପିଛା ଲକ୍ଷେ ଟଙ୍କା ଟପିବ ବୋଲି ଆଶଙ୍କା କରାଯାଉଛି। ଆମେରିକା ଲଣ୍ଡନର ଥ୍ରେଡ୍ ଷ୍ଟ୍ରିଟ୍ ତଳେ ଥିବା ବିଶ୍ୱର ସର୍ବବୃହତ୍ ସୁନା ରିଜର୍ଭରୁ ଆମେରିକାର ସୁନା ମଗାଇବା ଆରମ୍ଭ କରିଛ
ନ୍ତି। ଏହି କ୍ରମରେ ଏ ପର୍ଯ୍ୟନ୍ତ ୮୦୦୦ ସୁନା
ବାର୍ ଆମେରିକାର ନ୍ୟୁୟର୍କ ସୁନା ରିଜର୍ଭରେ ପହଞ୍ଚିଛି। ବ୍ୟାଙ୍କ ଅଫ୍ ଇଂଲଣ୍ଡର ସୁନା ଭଣ୍ଡାରରେ ୨୨ ଲକ୍ଷ କୋଟି ଟଙ୍କାର ସୁନା ଜମାହୋଇ ରହିଛି।
ଆଗାମୀ ଦିନରେ ସୁନା ଆମଦାନୀରେ ଶୁଳ୍କ ଲାଗୁହେବା ନେଇ ଆଶଙ୍କା କରାଯାଉଥିବାବେଳେ ସୁନା ଦର ଭାରତରେ ଲକ୍ଷେ ଟଙ୍କା ଟପିପାରେ। କେବଳ ଭୁବନେଶ୍ବର କିମ୍ବା ଓଡ଼ିଶା ନୁହେଁ, ସାରା ଭାରତରେ ସୁନା ମହଙ୍ଗା ହେଉଛି। ଜାତୀୟ ବଜାରରେ ସୁନା ଦାମ୍ ଏହାର ସର୍ବକାଳୀନ ରେକର୍ଡ ସ୍ତର ୮୬,୭୩୩ ଟଙ୍କାରେ ପହଞ୍ଚିଛି। କେବଳ ବୁଧବାର ଦିନ ଏହାର ଦାମ୍ରେ ୧୦୪୩ ଟଙ୍କାର ବୃଦ୍ଧି ଘଟିଛି। ୨୦୨୫ରେ ଏପର୍ଯ୍ୟନ୍ତ ସୁନା ଦାମ୍ରେ ୧୦,୫୭୧ ଟଙ୍କାର ବୃଦ୍ଧି ହୋଇସାରିଲାଣି। ରୁପା ଦାମ୍ ୧୫୪୩ ଟଙ୍କା ବୃଦ୍ଧି ପାଇ ୯୭,୫୬୬ ଟଙ୍କା ହୋଇଛି। ଜାତୀୟ ବଜାର ତୁଳନାରେ ଭୁବନେଶ୍ବରରେ ରୁପା ଦାମ୍ ଅଧିକ ରହୁଛି। ଏଠାରେ ରୁପା ଦାମ୍ ଆଜି ୧୦୮୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୮ହଜାର ଟଙ୍କା ହୋଇଛି।
ସୁନା ଦରରେ ହେଉଥିବା ବୃଦ୍ଧି ସମ୍ପର୍କରେ ବଡ ବଡ ସୁନା ବ୍ୟବସାୟୀ କହିଛନ୍ତି ଯେ ସୁନା ବଜାରରେ ଦରବୃଦ୍ଧି ହେବା ସହ କିଛି ଦିନ ପରେ ସେଥିରେ ହ୍ରାସ ଘଟିଥାଏ। ଏଥର ଦରବୃଦ୍ଧି କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଛି। ସେଥିରେ ହେବାକୁ ଥିବା ହ୍ରାସକୁ ଆମେ ସମସ୍ତେ ଅପେକ୍ଷା କରିଛୁ। ନିଶ୍ଚିତ ସେହି ହ୍ରାସ ଘଟିବ। ଯେତେବେଳେ ସେହି ସମୟ ଆସିବ, ସୁନା ଦରରେ ୨ହଜାର ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତର ହ୍ରାସ ହେବ । ଦରବୃଦ୍ଧିକୁ ନେଇ ଚିନ୍ତିତ ଗ୍ରାହକମାନଙ୍କୁ ପରାମର୍ଶ ଦେଇ ସେମାନେ କହିଛନ୍ତି ଯେ ଯେତେବେଳେ ଦାମ୍ କମୁଛି, ସେହି ସମୟରେ ଅଳ୍ପ ଅଳ୍ପ ସୁନା କିଣିବା ଦରକାର। ସେହି ରଣନୀତିରେ କିଣାକିଣି କଲେ ଦରବୃଦ୍ଧି ଏତେଟା ବାଧିବ ନାହିଁ। ଏହା ବ୍ୟତୀତ ଗ୍ରାହକମାନେ 'ଗୋଲ୍ଡ ପ୍ରାଇସ୍ ବ୍ଲକ୍' ଯୋଜନାର ମଧ୍ୟ ଲାଭ ଉଠାଇପାରିବେ। ସେଥିରେ ଯେକୌଣସି ଦିନର ସୁନା ଦାମ୍କୁ ବ୍ଲକ୍ କରାଯାଇପାରିବ। ଗ୍ରାହକ ଯେତେବେଳେ ସୁନା କିଣିବେ, ଯଦି ସେହି ସମୟରେ ଦାମ୍ ବଢ଼ିଥିବ ତେବେ ସେ ପୁରୁଣା ମୂଲ୍ୟରେ କମ୍ ଦାମ୍ରେ ସୁନା କିଣିପାରିବେ। ଯଦି ସୁନା ଦାମ୍ କମିଥିବ ତେବେ ସେହି କମ୍ ଦାମ୍ରେ ତାଙ୍କୁ ସୁନା ଦିଆଯିବ । ସୁନା ଦରରେ ହୋଇଥିବା ବୃଦ୍ଧିର ଦୁଇ ପ୍ରକାର ପ୍ରଭାବ ରହିଛି। ରାଜ୍ୟରେ ବିବାହ ଋତୁ ଚାଲିଥିବାରୁ ଗହଣା କିଣିବାକୁ ଚାହୁଥିବା ଗ୍ରାହକମାନଙ୍କ ଚିନ୍ତା ବଢ଼ିଯାଇଛି। ଯେହେତୁ ବିବାହ କାର୍ଯ୍ୟରେ ଗହଣା କିଣା ଖର୍ଚ୍ଚର ଭାଗ ସବୁଠୁ ବଡ଼, ତେଣୁ ଲୋକମାନେ ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନଙ୍କୁ ବାହାଘର ଲାଗି ଅଧିକ ଟଙ୍କା ଯୋଗାଡ଼ କରିବାକୁ ପଡ଼ୁଛି।
ଅନ୍ୟ ପକ୍ଷରେ, ନିବେଶ ଉଦ୍ଦେଶ୍ୟରେ ଯେଉଁମାନେ କଏନ୍ କିମ୍ବା ବାର୍ କିଣିଥିଲେ, ସେମାନେ ଏବେ ଲାଭରେ ଅଛନ୍ତି। ଦାମ୍ରେ ଯେତିକି ବୃଦ୍ଧି ଘଟିବ, ସେଥିରୁ ସେମାନେ ସେହି ଅନୁସାରେ ଲାଭବାନ ହେବେ।
ବିଭିନ୍ନ କାରଣ ଲାଗି ସୁନା ଦାମ୍ ବଢ଼ୁଛି। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ଗ୍ରହଣ କରିବା ପରେ ଶୁଳ୍କ ଲଗାଇବା ଆରମ୍ଭ କରିଛନ୍ତି। ଏହାର ପ୍ରଭାବରେ ବିଶ୍ବରେ ଏକ ନୂଆ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିଥିବାରୁ ସୁନା ଆମଦାନୀ କରିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ଦରଦାମ୍ରେ ଘଟିଥିବା ବୃଦ୍ଧି ମଧ୍ୟ ସୁନା ଦରକୁ ପ୍ରଭାବିତ କରିଛି। ଅନ୍ୟ ପକ୍ଷରେ ଷ୍ଟକ୍ ବଜାରରୁ ବିଦେଶୀ ନିବେଶକମାନେ ଲଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ, ଘରୋଇ ନିବେଶକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଷ୍ଟକ୍ ବଜାର କାରବାର ଅସ୍ଥିର ରହୁଥିବାରୁ ନିବେଶକମାନେ ନିଜ ପାଣ୍ଠିକୁ ସୁରକ୍ଷିତ ରଖିବା ଲାଗି ସୁନାରେ ନିବେଶ କରୁଥିବା କୁହାଯାଉଛି। ଚଳିତ ବର୍ଷ ସୁନା ଦାମ୍ ୯୦ ହଜାର ଟଙ୍କାରୁ ଅଧିକ ହୋଇଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।