


ଆଜି ଅଷ୍ଟ୍ରେଲିଆକୁ ଦୁବାଇରେ ପଖାଳିଦେଲା ଭାରତ ଆଉ ୪ ଉଇକେଟର ଏକ ଭବ୍ୟ ବିଜୟ ସହ ସଗର୍ବେ ଚମ୍ପିୟାନ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି।
ବିରାଟ କୋହଲୀଙ୍କ ୮୪ ରନ୍ ର ଜମାଣିଆ ଅର୍ଦ୍ଧ ଶତକ ସହାୟତାରେ ଭାରତ ଏହି ପ୍ରତିଶୋଧାତ୍ମକ ବିଜୟ ହାସଲ କରିଛି।
ଉଲ୍ଲେଖନୀୟ ଯେ ଗତ ବର୍ଷ ବିଶ୍ଵ କପ୍ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ଏଣୁ ଆଜିର ଏହି ବିଜୟ ସେହି ପୂର୍ବ ପରାଜୟର ସୁଖଦ ପ୍ରତିଶୋଧ ଥିଲା।
“ବିରାଟ କୋହଲି ୯୮ ବଲ୍ ରୁ ୮୪ ରନ୍ କରି ଭାରତର ବିଜୟ ଯାତ୍ରାର ନେତୃତ୍ୱ ନେଇଥିଲେ। ଶ୍ରେୟସ ଆୟର (୪୫) ଏବଂ କେଏଲ ରାହୁଲ (୪୨ ଅପରାଜିତ) ମୂଲ୍ୟବାନ ଅବଦାନ ରଖିଥିଲେ।
ଭାରତ ଏକ ଦୁର୍ବଳ ପ୍ରାରମ୍ଭରୁ କ୍ରମଶଃ ସୁସ୍ଥ ହୋଇ ଅଷ୍ଟ୍ରେଲିଆ ଦ୍ୱାରା ନିର୍ଦ୍ଧାରିତ ୨୬୫ ରନ୍ ଟାର୍ଗେଟକୁ ପିଛା କରିଥିଲା ଆଉ ଚାରି ୱିକେଟ୍ ଏବଂ ୧୧ ବଲ ବାକି ଥାଇ ହାସଲ କରିନେଇଥିଲା। ଅଧିନାୟକ ରୋହିତ ଶର୍ମା (୨୮), ହାର୍ଦ୍ଦିକ ପାଣ୍ଡ୍ୟା (୨୮) ଏବଂ ଅକ୍ଷର ପଟେଲ (୨୭)ଙ୍କ ତ୍ରିକୀୟର ମଧ୍ୟ ଉପଯୋଗୀ ଅବଦାନ ରହିଛି।
ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଏବଂ ଅଷ୍ଟ୍ରେଲିଆ ୨୬୪ ରନ୍ କରିଥିଲା। ସ୍ମିଥ୍ଝ ତାଙ୍କ ଦଳ ପାଇଁ ସର୍ବାଧିକ ୭୩ ରନ୍ କରିଥିଲେ, ୱିକେଟ୍କିପର-ବ୍ୟାଟର ଆଲେକ୍ସ କେରି ଆକ୍ରମଣାତ୍ମକ ୬୧ ରନ୍ କରିଥିଲେ। ଭାରତ ପାଇଁ ବରିଷ୍ଠ ପେସର ମହମ୍ମଦ ଶାମି ୩/୪୮ ରନ୍ ରେ ସର୍ବାଧିକ ୩ ଟି ଉଇକେଟ ଦଖଲ କରି ଅଷ୍ଟ୍ରେଲିଆର ଅଣ୍ଟା ଭାଙ୍ଗିଦେଇଥିଲେ। ରବିନ୍ଦ୍ର ଜାଡେଜା (୨/୪୦) ଏବଂ ବରୁଣ ଚକ୍ରବର୍ତ୍ତୀ (୨/୪୯) ପ୍ରତ୍ୟେକେ ଦୁଇଟି ୱିକେଟ୍ ନେଇଥିଲେ।”