
ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ କରିଥିବା ସନ୍ଦିଗ୍ଧର ପ୍ରଥମ ଫଟୋ ସାମ୍ନାକୁ ଆସିଛି।
ମୁମ୍ବାଇ ପୁଲିସ ପ୍ରତିକ୍ରିୟା ଦେଇ କହିଛି,’ଅଭିନେତାଙ୍କ ଉପରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ଚୋରି କରିବାର ଉଦ୍ଦେଶ୍ୟ ନେଇ ଫାୟର ଏଗଜିଟ ଶିଢ଼ି ଦେଇ ଘରେ ପ୍ରବେଶ କରି ଅନେକ ସମୟ ପର୍ଯ୍ୟନ୍ତ ଲୁଚି ରହିଥିଲା।
ସନ୍ଦିଗ୍ଧ ଅଭିଯୁକ୍ତ ସେହି କୋଠାର ସିସିଟିଭି ଫୁଟେଜରେ କୈଦ ହୋଇଛି ଯାହାର ୧୨ତମ ମହଲାରେ ସୈଫ ତାଙ୍କ ପରିବାର ସହିତ ବସବାସ କରନ୍ତି। ଏହି କ୍ରମରେ ପୁଲିସ ୨୫ରୁ ୩୦ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି। ଏଥିପାଇଁ ୧୦ଟି ଟିମ ଗଠନ କରିଛି।
ଏହି ଛୁରାମାଡ଼ର ଘଟଣାର ତଦନ୍ତ କରୁଥିବା ପୁଲିସ କହିଛି, ‘ପୁଲିସ ସୈଫ ରହୁଥିବା ଅଞ୍ଚଳର ଡମ୍ପ ଡାଟା ବାହାର କରିଛି। ଏଥିରୁ ପୁଲିସ ଜାଣିବାକୁ ପାଇଥିଲା କି ଆକ୍ରମଣ ସମୟରେ କେଉଁକେଉଁ ନେଟୱାର୍କ ଉକ୍ତ ଅଞ୍ଚଳରେ ସକ୍ରିୟ ଥିଲା। ଏହାକୁ ଆଧାର କରି ପୁଲିସ ଆକ୍ରମଣକାରୀର ଚିହ୍ନଟ କରିଥିଲା।
ସନ୍ଦେହ କରାଯାଉଛି ଯେ ଏହି ଆକ୍ରମଣକାରୀ ବିରୋଧରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରୁଜୁ ଥିବ। କାରଣ ଜଣେ ପ୍ରଶିକ୍ଷଣ ପ୍ରାପ୍ତ ଅପରାଧୀ ହିଁ କଡ଼ା ସୁରକ୍ଷା ବ୍ୟବସ୍ଥା ଚଖମା ଦେଇ ଏପରି ଘଟଣା ଘଟାଇପାରେ।
ତିନି କର୍ମଚାରୀ ଅଟକ
…………………………….
କ୍ରାଇମବ୍ରାଞ୍ଚ ଟିମ୍ ସୈଫଙ୍କ ଘରେ କାମ କରୁଥିବା ତିନି ଜଣ କର୍ମଚାରୀଙ୍କୁ ଅଟକ ରଖିଛି। ସୁରକ୍ଷା କର୍ମୀମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। କର୍ମଚାରୀଙ୍କ ମୋବାଇଲ୍ ଜବତ କରାଯାଇଛି। ପୋଲିସ କହିଛି ଯେ ଜଣେ ଅଜଣା ବ୍ୟକ୍ତି ଅଭିନେତାଙ୍କ ବାସଭବନରେ ପ୍ରବେଶ କରି ହାଉସ୍ ହେଲପରଙ୍କ ସହ ଯୁକ୍ତିତର୍କ କରିଥିଲେ। ଯେତେବେଳେ ଅଭିନେତା ଜଣକ ହସ୍ତକ୍ଷେପ କରି ବ୍ୟକ୍ତିଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲେ। ସେତେବେଳେ ସୈଫଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ସମ୍ପର୍କରେ ପୋଲିସ ହାଉସ୍ ହେଲପରଙ୍କ ବୟାନ ନେଉଛି।
ହାଉସ୍ ହେଲପର ସହିତ ଯୁକ୍ତିତର୍କ କାହିଁକି?
ଏହି ଘଟଣା ପରେ, ପ୍ରଶ୍ନ ଉଠାଯାଉଛି ଯେ ସେହି ବ୍ୟକ୍ତି କେଉଁ ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିଲେ। ସେ ତାଙ୍କ ହାଉସ୍ ହେଲପର ସହିତ କାହିଁକି ଯୁକ୍ତିତର୍କ କଲେ? ତାଙ୍କୁ ଜଣେ ଚୋର ବୋଲି କୁହାଯାଉଥିଲା ଏବଂ ସେ ସୈଫଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସର ବୟାନରେ ଚୋର କିମ୍ବା ଚୋରିର କୌଣସି ଉଲ୍ଲେଖ ନାହିଁ। ପୋଲିସ କହିଛି ଯେ ତାଙ୍କର ତାଙ୍କ ହାଉସ୍ ହେଲପରଙ୍କ ସହ ଝଗଡ଼ା ହୋଇଥିଲା। ଏହି ଘଟଣା ପରେ ବ୍ୟକ୍ତି ଜଣକ ଫେରାର୍ ଅଛନ୍ତି। ପୋଲିସ ତାଙ୍କୁ ଧରିବାରେ ବ୍ୟସ୍ତ। ସିସିଟିଭିର ସାହାଯ୍ୟ ନିଆଯାଉଛି।
ସୈଫଙ୍କ ଟିମ୍ କ’ଣ କହିଲେ?
ଏହି ଘଟଣା ବିଷୟରେ, ସୈଫଙ୍କ କହିଛନ୍ତି ଯେ ଅଭିନେତାଙ୍କ ବାସଭବନରେ ଚୋରି କରିବାକୁ ଚେଷ୍ଟା କରାଯାଇଥିଲା। ତାଙ୍କର ବର୍ତ୍ତମାନ ହସ୍ପିଟାଲରେ ଅସ୍ତ୍ରୋପଚାର ଚାଲିଛି। ଗଣମାଧ୍ୟମ ଏବଂ ପ୍ରଶଂସକମାନଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରୁଛୁ। ଆକ୍ରମଣକାରୀ କିଏ, ସେ କେଉଁଠାରୁ ଆସିଥିଲେ ଏବଂ ଆକ୍ରମଣ ପଛରେ କ’ଣ ଉଦ୍ଦେଶ୍ୟ ଥିଲା ସେ ବିଷୟରେ ପୋଲିସ ଏପର୍ଯ୍ୟନ୍ତ କୌଣସି ସୂଚନା ପାଇପାରି ନାହିଁ। ସେ ଚୋର ଥିଲା ନା ଆଉ କେହି? ତାଙ୍କର ଉଦ୍ଦେଶ୍ୟ କ’ଣ କେବଳ ଚୋରି ଥିଲା? କେହି ତାଙ୍କୁ ଟାର୍ଗେଟ ଦେଇଥିଲା କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍।
୬ ଥର ଛୁରା ମାଡ କରିଥିଲା ସୈଫଙ୍କୁ
…………………………………………………………………….
ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ମୁମ୍ବାଇ ପୋଲିସକୁ ମିଳିଲା ବଡ ସଫଳତା। ଛୁରାମାଡ ହେବାର ମାତ୍ର କେଇଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଚିହ୍ନଟ କରିଛି ମୁମ୍ବାଇ ପୋଲିସ। ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ସୈଫ୍ ଙ୍କୁ ଛୁରାମାଡ କରିଥିଲା। ତେବେ ବର୍ତ୍ତମାନ ସେ ମୁମ୍ବାଇର ଲିଳାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସହ ସୁରକ୍ଷିତ ଥିବା ଜଣାପଡିଛି।
ସୂଚନା ମୁତାବକ, ଅଭିଯୁକ୍ତ ଜଣଙ୍କ ସୈଫ୍ ଙ୍କ ଫାୟାର ଏକ୍ସିଟ ସିଡି ଦେଇ ରାତି ୨ଟା ୩୦ ସୁଦ୍ଧା ଘର ଭିତରକୁ ପଶିଥିଲା। ଚୋରି କରିବା ଉଦ୍ଦେଶ୍ୟ ନେଇ ଘର ଭିତରକୁ ପଶି ଆସିଥିବା ଏହି ଅଭିଯୁକ୍ତ ଜଣଙ୍କ ସିଧା ଯାଇ ସୈଫ୍ ଙ୍କ ପିଲାମାନେ ରହୁଥିବା ଘରେ ପହଞ୍ଚିଥିଲା। ସେଠାରେ ଉପସ୍ଥିତ ଥିବା ଘରୋଇ ସହାୟକ ଜଣଙ୍କ ତାଙ୍କୁ ସେଠାରେ ଦେଖି ପାଟି କରିଥିଲେ। ପାଟି ଶୁଣି ସୈଫ୍ ପିଲାମାନେ ରହୁଥିବା ଘରକୁ ଧାଇଁ ଆସିଥିଲେ। ସେହି ସମୟରେ ଅଭିଯୁକ୍ତ ଜଣଙ୍କ ସୈଫ୍ ଙ୍କ ଉପରେ ୬ ଥର ଛୁରାମାଡ କରିଥିଲା। ଅନ୍ୟପଟେ ସୈଫ୍ ଙ୍କୁ ବଞ୍ଚେଇବାକୁ ଆସିଥିବା ଘରୋଇ ସହାୟକ ଜଣଙ୍କୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ଛାଡି ନଥିଲା। ଅଭିଯୁକ୍ତର ଛୁରାମାଡରେ ଘରୋଇ ସହାୟକ ଜଣକଙ୍କ ହାତରେ ମଧ୍ୟ ଗଭୀର ଆଘାତ ସୃଷ୍ଟି ହୋଇଛି। ଏହି ଘଟଣା ଘଟେଇ ଅଭିଯୁକ୍ତ ଜଣଙ୍କ ଉକ୍ତ ସ୍ଥାନ ଛାଡି ଫେରାର ହୋଇଯାଇଥିଲା। ସୈଫଙ୍କ ଉପରେ ଆକ୍ରମଣ ହେବା ପରେ ତାଙ୍କୁ ତୁରନ୍ତ ଲିଳାବତୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ହେବା ସହ ତାଙ୍କ ଚିକିତ୍ସା ଜାରି ରହିଛି। ତେବେ ଏହି ଘଟଣାରେ ସୈଫ୍ ଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ସୂଚନା ପ୍ରଦାନ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୈଫ୍ ଅଲ୍ଲୀ ଖାନ ସୁରକ୍ଷିତ ଥିବା ନେଇ ଡାକ୍ତରଖାନାରୁ ସୂଚନା ମିଳିଛି। ଏହି ଘଟଣା ଘଟିବା ପରେ ମାମଲାର ଯାଞ୍ଚ ପାଇଁ ସୈଫ୍ ଙ୍କ ଘରେ ପୋଲିସ ସମେତ ଫରେନସିକ ଟିମ ପହଞ୍ଚିଥିଲେ। ଏହି ମାମଲାରେ ଜଡିତ ପ୍ରମାଣକୁ ଉଭୟଦଳ ଉଦ୍ଧାର କରିବା ସହ ମୁମ୍ବାଇପୋଲିସ ଅଭିଯୁକ୍ତକୁ ଖୋଜିବା କାମରେ ଲାଗିଯାଇତିଲା। ସୈଫ୍ ଙ୍କ ଘରେ ପଶି ଆକ୍ରମଣ କରିଥିବା ଆକ୍ରମଣକାରିକୁ ଧରିବା ପାଇଁ ମୁମ୍ବାଇ ପୋଲିସ ଉପରେ ବହୁ ଚାପ ରହିଥିଲା। ଏହି ଘଟଣାରେ ମୁମ୍ୱାଇ ପୋଲିସ ଏକ ଦଶ ଜଣିଆ ଟିମ ଗଠନ କରି ଆଖପାଖ ଅଞ୍ଚଳର ୨୫ରୁ ୩୦ଟି ସିସିଟିଭି ଫୁଟେଜର ଯାଞ୍ଚ କରିଥିଲେ। ସିସିଟିଭି ଫୁଟେଜରେ କଏଦ ହୋଇଥିବା ଅଭିଯୁକ୍ତ ଜଣଙ୍କୁ ପୋଲିସ ଅଭିଯୁକ୍ତ ଜଣଙ୍କୁ ଚିହ୍ନଟ କରିବାରେ ସଫଳତା ପାଇଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛି।
ତଳେ ଭିଡିଓ ଦେଖନ୍ତୁ