

ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପତ୍ନୀ ସୋନମ ରଘୁବଂଶୀ ଏବଂ ତାଙ୍କ ପ୍ରେମିକ ରାଜଙ୍କୁ ଗିରଫ କରିବା ପରେ ନୂତନ ଖୁଲାସା ହେଉଛି। ଏହି ଅପରାଧ ଘଟାଇଥିବା ତିନି ଜଣ କଣ୍ଟ୍ରାକ୍ଟ କିଲରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।
ପୋଲିସ ସୂତ୍ର ଅନୁଯାୟୀ, କଣ୍ଟ୍ରାକ୍ଟ କିଲରମାନେ ମେଘାଳୟର ସିଲଂରେ ପର୍ବତ ଚଢ଼ି ଥକି ଯାଇଥିଲେ। ସେମାନେ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ ଯେ ସେମାନେ ରାଜାଙ୍କୁ ହତ୍ୟା କରିବେ ନାହିଁ। କିନ୍ତୁ ସୋନମ ସେମାନଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରିଥିଲେ। ସେ ଅପରାଧୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ସେମାନେ ଅପରାଧ ଘଟାଇବେ, ତେବେ ସେ ସେମାନଙ୍କୁ ରାଜି ହୋଇଥିବା ପରିମାଣ ଠାରୁ ଅଧିକ ୪୦ ଗୁଣ ଅର୍ଥ ଦେବେ। ପୋଲିସ ସୂତ୍ର ଅନୁଯାୟୀ ମେ ୨୩ ତାରିଖରେ ସୋନମ ରାଜାଙ୍କୁ ଫଟୋସୁଟ୍ ବାହାନାରେ ଏକ ନିର୍ଜନ ପାହାଡିଆ ଅଞ୍ଚଳକୁ ନେଇଯାଇଥିଲେ। ସେ ନିଜେ ପଛରେ ରହିଲେ ଏବଂ ତିନି ଜଣ କଣ୍ଟ୍ରାକ୍ଟ କିଲର ରାଜାଙ୍କ ଆଡ଼କୁ ଗଲେ। ସ୍ଥାନଟି ଖାଲି ମିଳିବା ମାତ୍ରେ ସୋନମ ଚିତ୍କାର କରି ତାଙ୍କୁ ହତ୍ୟା କରିବାକୁ କହିଥିଲେ। ଏହା ପରେ ଅଭିଯୁକ୍ତ ବିଶାଲ ଚୌହାନ କୁରାଢ଼ିରେ ରାଜାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ତାଙ୍କ ସହିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଆକାଶ ରାଜପୁତ ଏକ ବାଇକ୍ ଯୋଗେ ଦୂରରୁ ନଜର ରଖିଥିଲେ।
ଅଭିଯୁକ୍ତମାନେ ପୋଲିସକୁ କହିଥିଲେ ଯେ ସେମାନେ ପାହାଡ ଚଢ଼ି ଚଢି ଥକି ଯାଇଥିବାରୁ ରଘୁବଂଶୀଙ୍କୁ ହତ୍ୟା କରିବାକୁ ମନା କରିଦେଇଥିଲେ। ତା’ପରେ ସୋନମ ସେମାନଙ୍କୁ ପ୍ରଲୋଭନ ଦେଖାଇ କହିଥିଲେ ଯେ ସେ ସେମାନଙ୍କୁ ୨୦ ଲକ୍ଷ ଟଙ୍କା ଦେବେ, କିନ୍ତୁ ତୁମକୁ ତାଙ୍କୁ ହତ୍ୟା କରିବାକୁ ପଡିବ। ସେହି ସମୟରେ, ରାଜାଙ୍କ ପର୍ସରୁ ୧୫ ହଜାର ଟଙ୍କା ବାହାର କରି ସେମାନଙ୍କୁ ଦେଇଥିଲେ। ପୂର୍ବରୁ ଅପରାଧୀମାନଙ୍କ ସହିତ ରାଜଙ୍କ ହତ୍ୟା ପାଇଁ ୫୦ ହଜାର ଟଙ୍କାରେ ଚୁକ୍ତି ହୋଇଥିଲା।
ରାଜାଙ୍କ ଶବ ସଂସ୍କାରରେ ରାଜ୍ ଉପସ୍ଥିତ ଥିଲେ
ହତ୍ୟା ଅଭିଯୋଗରେ ଧରାପଡ଼ିଥିବା ରାଜ କୁଶୱାହା କେବଳ ରାଜାଙ୍କ ଶବ ସଂସ୍କାରରେ ଉପସ୍ଥିତ ନଥିଲେ, ବରଂ ରାଜାଙ୍କ ଶ୍ୱଶୁର ଦେବୀ ସିଂହଙ୍କୁ କାନ୍ଧ ଦେଇ ତାଙ୍କୁ ସାନ୍ତ୍ୱନା ଦେଉଥିବାର ମଧ୍ୟ ଦେଖାଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ରାଜା ତାର ପ୍ରେମିକା ସୋନମ ଠାରୁ ବୟସରେ ୫ ବର୍ଷ ସାନ
ସୋନମ ରଘୁବଂଶୀର ତାଙ୍କ ବାପାଙ୍କ ଅଫିସରେ କାମ କରୁଥିବା ରାଜ କୁଶୱାହାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଦୁହେଁ ମିଶି ରାଜାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଏହି ମାମଲାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ ସୋନମ ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲା। ସୋନମ କମ୍ପାନୀରେ ଏଚ୍,ଆର୍, ଥିଲା, ସେ ଏଠାରେ ରାଜଙ୍କୁ ଭେଟିଥିଲେ। ସୂଚନା ଅନୁଯାୟୀ ସୋନମ ପାଠପଢ଼ା ପରେ ତାଙ୍କ ବାପାଙ୍କ ମାଇକା କମ୍ପାନୀରେ କାମ କରୁଥିଲେ। ସେ ମାଇକା କମ୍ପାନୀରେ ଏଚ୍,ଆର୍, ମୁଖ୍ୟ ଥିଲେ। ରାଜ କୁଶୱାହା ଏଠାରେ ମ୍ୟାନେଜର ଭାବରେ କାମ କରୁଥିଲେ। ସେମାନଙ୍କର ପରିଚୟ ଏହିଠାରୁ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ପରିଚୟ ପ୍ରେମରେ ପରିଣତ ହୋଇଥିଲା।
ତେବେ ସୋନମ୍ ବୟସରେ ରାଜ ଠାରୁ ବୟସରେ ୫ ବର୍ଷ ବଡ଼।
ଏହି ମାମଲାରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସୋନମ ଏବଂ ରାଜ ପୂର୍ବରୁ ଗୋଟିଏ କଲୋନୀରେ ପାଖାପାଖି ରହୁଥିଲେ। ପରେ ରାଜ କୁଶୱାହା ସେଠାରୁ ଘର ଖାଲି କରିଦେଇଥିଲେ। ସୋନମଙ୍କ ବାପା ଦେବୀ ସିଂହ ରଘୁବଂଶୀ କହିଛନ୍ତି ଯେ ରାଜ କୁଶୱାହା ମୋ କମ୍ପାନୀରେ ଜଣେ କର୍ମଚାରୀ। ସେ ଏଥିରେ ଜଡିତ ହୋଇପାରିବେ ନାହିଁ। ସେ ପ୍ରତିଦିନ କମ୍ପାନୀକୁ ଡ୍ୟୁଟି ପାଇଁ ଆସୁଥିଲେ। କୁହାଯାଉଛି ଯେ ସୋନମ ରାଜ କୁଶୱାହାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ରାଜ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ସୋନମଙ୍କ ବାପା ଏହି ବିବାହକୁ ମନା କରିଦେଇଥିଲେ। ଏହା ପରେ ସୋନମ ରାଜା ରଘୁବଂଶୀଙ୍କ ସହିତ ବିବାହ କରିଥିଲେ। ଏହି ମାମଲାରେ ରାଜା ରଘୁବଂଶୀଙ୍କ ମାଆଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ତାଙ୍କ ମାଁ କହିଛନ୍ତି ଯେ ରାଜା ତାଙ୍କୁ କହିଥିଲେ ଯେ ସୋନମ ତାଙ୍କ ପ୍ରତି ଆଗ୍ରହ ଦେଖାଉନାହାଁନ୍ତି।