ସମ୍ପ୍ରତି ରାଜ୍ୟରେ ଦୁଇଟି ମାମଲାରେ ରାଜନୀତିର ଅନୁପ୍ରବେଶ ଘଟି ତାହା ପୁରା ଉତ୍ତେଜନାପ୍ରବଣ ହୋଇଉଠିଛି। ଗୋଟିଏ ହେଲା ରାଜଧାନୀରେ ସହଦେଵ ହତ୍ୟା ମାମଲା ଏବଂ ଅପରେଟିଂ ହଂସିକା ଠକେଇର ମାମଲା । ଶାସକ ଦଳ ବିଜେପି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଏହାକୁ ନେଇ ପରସ୍ପର ଉପରକୁ ଜୋରଦାର କାଦୁଅ ଫିଙ୍ଗା ଚଳାଇଛନ୍ତି। ‘ହଂସିତା ଠକେଇ ମାମଲାରେ ଏବେ ବିଜେଡି ନେତାଙ୍କ ଲିଙ୍କ ରହିଛି ବୋଲି ବିଜେପି ଗୁରୁତର ଅଭିଯୋଗ କରିଛି। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ହଂସିତାଙ୍କୁ ନିୟମ ବାହାରକୁ ଯାଇ କାମ ଦେଇ ରାଜସ୍ବ ଲୁଟୁଥିଲେ ।’ କିଛି ଏପରି ସଂଘେତିକ ବୟାନ ଦେଇ ହଂସିତା ଠକେଇ ମାମଲାକୁ ଏବେ ନୂଆ ମୋଡ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଂକ୍ ଥିଲା ବୋଲି ସେ ଦାବି କରିଛନ୍ତି ।
ସରକାରୀ କାମ ଦେବା ବାହାନାରେ ଶହ ଶହ କୋଟି ଟଙ୍କାର ରାଜସ୍ବ ଲୁଟ ହୋଇଛି । ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜୁ ଜନତାର ବିଧାୟକଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତିି ପ୍ରଦୀପ ପୁରୋହିତ ।
ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ମାମଲାରେ ଊଚାଲିଛି ତଦନ୍ତ । ଆୟକର ବିଭାଗ ତଦନ୍ତକୁ ଜୋରଦାର କରିଛି । ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସ୍କାନରରେ ନେତା, ମଦବେପାରୀ ଓ ସୁନା ବ୍ୟବସାୟୀ । ଠକ ଯୋଡ଼ିଙ୍କ କଳାଧନ ଉପରେ ଆୟକର ବିଭାଗ ଛାନଭିନ୍ ଚଳାଇଛି । କିନ୍ତୁ ସ୍କାନରରେ ଥିବା ବଡ଼ବଡ଼ିଆ ମାନେ ଜେରା ହେବେ ନା ଖସିଯିବେ, ତାକୁ ନେଇ ସନ୍ଦେହ ଉପୁଜିଛି । କାରଣ ଅର୍ଚ୍ଚନା ନାଗ ମାମଲାରେ ମଧ୍ୟ ବହୁ ନେତା, ବଡ଼ ବଡ଼ ବ୍ୟବସାୟୀ ଥିଲେ । କିନ୍ତୁ ସେତେବେଳେ କାହାରିକୁ ମଧ୍ୟ ଜେରା ପାଇଁ ଡକାଯାଇନଥିଲା । ତେଣୁ ଏବେ ମଧ୍ୟ ସେହିଭଳି ଖସିଯିବେ ନାହିଁ ତ ? ନା ସେମାନଙ୍କୁ ଡାକି ଜେରା କରିବ ଆୟକର ବିଭାଗ ।
ସମ୍ପ୍ରତି ରାଜ୍ୟରେ ଦୁଇଟି ମାମଲାରେ ରାଜନୀତିର ଅନୁପ୍ରବେଶ ଘଟି ତାହା ପୁରା ଉତ୍ତେଜନାପ୍ରବଣ ହୋଇଉଠିଛି। ଶାସକ ଦଳ ବିଜେପି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଏହାକୁ ନେଇ ପରସ୍ପର ଉପରକୁ ଜୋରଦାର କାଦୁଅ ଫିଙ୍ଗା ଚଳାଇଛନ୍ତି। ‘ହଂସିତା ଠକେଇ ମାମଲାରେ ଏବେ ବିଜେଡି ନେତାଙ୍କ ଲିଙ୍କ ରହିଛି ବୋଲି ବିଜେପି ଗୁରୁତର ଅଭିଯୋଗ କରିଛି। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ହଂସିତାଙ୍କୁ ନିୟମ ବାହାରକୁ ଯାଇ କାମ ଦେଇ ରାଜସ୍ବ ଲୁଟୁଥିଲେ ।’ କିଛି ଏପରି ସଂଘେତିକ ବୟାନ ଦେଇ ହଂସିତା ଠକେଇ ମାମଲାକୁ ଏବେ ନୂଆ ମୋଡ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଂକ୍ ଥିଲା ବୋଲି ସେ ଦାବି କରିଛନ୍ତି ।