
କଣ ରୋନାଲ୍ଡ ଟ୍ରମ୍ପଙ୍କ ଦ୍ଵିତୀୟ ଥର ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବନିବା ଏକ ସ୍ଵପ୍ନ ହୋଇରହିଯିବ? କଣ ସେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବାର ୧୦ ଦିନ ପୂର୍ବରୁ ଜାନୁଆରୀ ୧୦ ତାରିଖରେ ଗିରଫ ହେବେ ? ଏହିଭଳି ଏକ ଦୃଢ ସମ୍ଭାବନା ଦେଖାଦେଇଛି।
ଜଣେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆସନ୍ତା ୧୦ ତାରିଖରେ ଏହି ମାମଲାର ଦଣ୍ଡ ବିଧାନ ଶୁଣାଣୀ କରାଯିବ ବୋଲି ବିଚାରପତି ଜୁଆନ ମର୍କାନ ଘୋଷଣା କରିଛନ୍ତି। ଫଳରେ ଟ୍ରମ୍ପ ଗିରଫ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଜାନୁୟାରୀ ୨୦ ତାରିଖରେ ଟ୍ରମ୍ପ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।
ନିକଟରେ ସମ୍ପନ୍ନ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଟ୍ରମ୍ପ। ତେବେ ବର୍ତ୍ତମାନ ଟ୍ରମ୍ପଙ୍କ ହ୍ବାଇଟ ହାଉସ ପ୍ରବେଶକୁ ନେଇ ଆଶଙ୍କା ଦେଖା ଦେଇଛି। ଏହି ମାମଲାରେ ଟ୍ରମ୍ପଙ୍କୁ ୪ ବର୍ଷର ଦଣ୍ଡାଦେଶ ହେବାର ସମ୍ଭାବନା ରହିଛି। ପୂର୍ବରୁ ସମାନ ଲାଞ୍ଚ ପ୍ରଦାନ ମାମଲାରେ ନ୍ୟୁୟର୍କର ଏକ ଜୁରୀ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ନିଷ୍ପତ୍ତିକୁ ବିରୋଧ କରି ଟ୍ରମ୍ପ ଆବେଦନ କରିଥିବା ବେଳେ ଜୁଆନ ମର୍କାନ ଏହି ମାମଲାର ବିଚାର କରୁଛନ୍ତି। ୧୦ ତାରିଖରେ ରାୟ ପ୍ରକାଶ ନିଷ୍ପତ୍ତି ଆସିବା ପରେ ଟ୍ରମ୍ପ ଏହାକୁ ସମାଲୋଚନା କରିଛନ୍ତି। ରାଜେନୈତିକ ଅଭିସନ୍ଧି ରଖି ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଉଛି ବୋଲି ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି। ସେହିପରି ବିଚାରପତି ଜୁଆନ ମର୍କାନ ଜଣେ କଠୋରପନ୍ଥୀ ବୋଲି କହିଛନ୍ତି ଟ୍ରମ୍ପ।
୨୦୦୬ ମସିହାରେ ପର୍ନ ଷ୍ଟାର ଷ୍ଟର୍ମ ଡାନିଏଲ୍ସଙ୍କ ସହ ଟ୍ରମ୍ପ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ଉଠିଥିଲା। ଏହାକୁ ଲୁଚାଇବା ପାଇଁ ଟ୍ରମ୍ପ ଲାଞ୍ଚ ଦେଇଥିବା ବେଳେ ୩୪ ଫେଲୋନୀର ଅପରାଧ କରିଥିଲେ। ୨୦୧୬ରେ ଲାଞ୍ଚ ଦେଇଥିବା ବେଳେ ବର୍ତ୍ତମାନ ଏହା ତାଙ୍କୁ ଅଡୁଆରେ ପକାଇଛି। ତେବେ ଟ୍ରମ୍ପଙ୍କ ଓକିଲ ତାଙ୍କୁ ମୁକ୍ତ କରିବା ପାଇଁ ଏକାଧିକ ଦଲିଲ ଉପସ୍ଥାପନ କରିଛନ୍ତି। ଗତ ବର୍ଷର ସୁପ୍ରିମେକାର୍ଟଙ୍କ ରାୟକୁ ଶୁଣାଇଥିଲ ମଧ୍ୟ ଏହାକୁ ଖାରଜ କରିଥିଲେ ଜୁଆନ ମର୍କାନ। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସୁପ୍ରିମକୋର୍ଟ ଟ୍ରମ୍ପଙ୍କୁ ଇମ୍ୟୁନିଟି ପ୍ରଦାନ କରିଥିଲେ।
ଏହା ସହିତ ଜୁଆନ ମର୍କାନ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, ଟ୍ରମ୍ପ ହ୍ବାଇଟ ହାଉସରେ ପ୍ରବେଶ କରିବା ପରେ ତାଙ୍କୁ ଦଣ୍ଡିତ କରାଯିବା ସମ୍ଭବ ନୁହେଁ। ଅନ୍ୟ ପକ୍ଷରେ ଟ୍ରମ୍ପଙ୍କ ମୁଖପାତ୍ର ଷ୍ଟିଭେନ ଚିୟୁଙ୍ଗ ବିଚାରପତିଙ୍କ ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିବା ସହ ଲଢେଇ ଜାରି ରହିବ ବୋଲି କହିଛନ୍ତି।
ଏହି କେସକୁ ଖାରଜ କରିବା ପାଇଁ ଟ୍ରମ୍ପ କୋର୍ଟରେ ଅପିଲ୍ କରିଥିଲେ । କିନ୍ତୁ ଜଜ୍ ତାଙ୍କର ଏହି ଅନୁରୋଧକୁ ଅସ୍ୱୀକାର କରିଛନ୍ତି । ଏହା ସହ ଜାନୁଆରୀ ୧୦ରେ ଟ୍ରମ୍ପଙ୍କ ଶପଥ ଗ୍ରହଣର ୧୦ ଦିନ ପୂର୍ବରୁ ଦଣ୍ଡ ଶୁଣାଯିବ ବୋଲି ଘୋଷଣା କରିଛନ୍ତି ।
ଏହି ନିଷ୍ପତ୍ତି ଉପରେ ରାଗିଯାଇ ଟ୍ରମ୍ପ ଜଜ୍ ମାର୍ଚେନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ।
ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ ମନି ମାମଲାରେ ଶୁଣାଣି କରୁଥିବା ଜଜ୍ ମର୍ଚେନ ଶୁକ୍ରବାର ଟ୍ରମ୍ପଙ୍କ ଅନୁରୋଧକୁ ସ୍ୱୀକାର କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ବିନା ସର୍ତ୍ତରେ ଅଭିଯୋଗମୁକ୍ତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ଟ୍ରମ୍ପ ଏଥିପାଇଁ ରାଜି ନଥିଲେ, କାରଣ ଏହା ଜରିଆରେ ଟ୍ରମ୍ପଙ୍କୁ କୌଣସି ଦଣ୍ଡ କିମ୍ୱା ଜରିମାନା ଦେବାକୁ ପଡ଼ିବ ନାହିଁ, କିନ୍ତୁ ସେ ଏହି ମାମଲାରେ ଦୋଷୀ ବୋଲି ଘୋଷିତ ହେବେ ।
ଏହି ପୂରା ମାମଲାକୁ ନେଇ ଟ୍ରମ୍ପ ରାଗିଯାଇ ଜଜ୍ ମର୍ଚେନ ଆଇନକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି । ନିଜ ମୁଖପାତ୍ରଙ୍କ ଜରିଆରେ ଜାରି କରିଥିବା ବୟାନରେ ମାର୍ଚେନଙ୍କୁ ଜଣେ ବିବାଦୀୟ ଏବଂ ଦୁର୍ନୀତିଗ୍ରସ୍ତ ଜଜ୍ ବୋଲି କହିଛନ୍ତି । ୨୦୧୬ ମସିହାରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଟ୍ରମ୍ପ ଗୁପ୍ତ ଭାବେ ପ୍ରାୟ ୧୩୦,୦୦୦ ଡଲାର ପୈଠ କରିଥିଲେ । ଏଥିପାଇଁ ସେ ବ୍ୟବସାୟିକ ଆକାଉଣ୍ଟରେ ହେରାଫେରି କରିଥିଲେ । ମ୍ୟାନହିଷ୍ଟନର ଡିଷ୍ଟ୍ରିକ ଆଟର୍ଣ୍ଣି ଏଲଭିନ୍ ବ୍ରାଗ ଅଭିଯୋଗ କରିଥିଲେ ଯେ ଷ୍ଟର୍ମିଙ୍କ ସହ ଟ୍ରମ୍ପ ସମ୍ପର୍କ ରଖିଥିଲେ । ନିର୍ବାଚନ ପ୍ରଚାର ବେଳେ ଏହା ଉପରେ ଚୁପ୍ ରହିବା ପାଇଁ ଷ୍ଟର୍ମିଙ୍କୁ ଟ୍ରମ୍ପ ଏହି ଟଙ୍କା ଦେଇଥିବା ଦାବି କରିଥିଲେ । ତେବେ ଟ୍ରମ୍ପ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ମିଛ ପ୍ରଚାର କରାଯାଉଛି ବୋଲି କହିଥିଲେ ।