
ଶେଷରେ ବାବୁଙ୍କୁ ବଡ଼ ମହଙ୍ଗା ପଡ଼ିଲା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା। ବନ୍ଧା ହେଲେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥିସହ ଶାନ୍ତନୁଙ୍କ ୪ ସହଯୋଗୀଙ୍କୁ ବାନ୍ଧିଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତମାନେ ହେଲେ ୩ ସରକାରୀ କର୍ମଚାରୀ ଓ ଜଣେ ଜନସେବା କେନ୍ଦ୍ର ପରିଚାଳକ।
ସେମାନେ ହେଲେ ଆସିଷ୍ଟାଣ୍ଟ ଏଗ୍ରିକଲଚର୍ ଇଞ୍ଜିନିୟର ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର୍ ବିଶ୍ୱଜିତ ମଣ୍ଡଳ, ଠିକା କର୍ମଚାରୀ ଅମୀୟକାନ୍ତ ସାହୁ ଓ ଗଞ୍ଜାମ ଜଗନ୍ନାଥପ୍ରସାଦର ଏକ ଜନସେବା କେନ୍ଦ୍ରର ମାଲିକ ଅଲେଖ ପ୍ରଧାନ। ୨ ଦିନ ତଳେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶାନ୍ତୁନଙ୍କ ଘରେ ରେଡ୍ କରିଥିଲା। ଦୁଇ ଦିନର ରେଡ୍ ବେଳେ ଶାନ୍ତନୁଙ୍କ ଘରୁ ନଗଦ ୨.୬ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କ ସହଯୋଗୀଙ୍କ ନିକଟରୁ ୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି। ଏହା ସହିତ ଆଲିସାନ୍ କୋଠା, ୪ଟି ମୂଲ୍ୟବାନ ପ୍ଲଟ, ୪୨୦ ଗ୍ରାମ ସୁନା ଅଳଙ୍କାର, ୯୧ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଜବତ କରିଛି ଭିଜିଲାନ୍ସ।
…………………………………………………..
ସଂକ୍ଷେପରେ ଆଜିର ତଟକା ଖବର -ପ୍ରୟାଗରାଜ ମହାକୁମ୍ଭରେ ଭୟଙ୍କର ନିଆଁ; ଜଳିଗଲା ଟେଣ୍ଟ
………………………………………………………..
……………………………………………………….
ସଂକ୍ଷେପରେ ଆଜିର ତଟକା ଖବର – ଚଳଚିତ୍ର ଅଭିନେତା ସୋନୁ ସୁଦଙ୍କ ନାମରେ ଅର୍ଥ ଠକେଇ ଅଭିଯୋଗରେ ଗିରଫ ଓ୍ଵାରେଣ୍ଟ
………………………………………………………….
ଶାନ୍ତନୁଙ୍କ ପାଇଁ ଲାଞ୍ଚ ଆଦାୟ କାମରେ ୪ ଜଣ ନିଯୋଜିତ ହୋଇଥିଲେ। ଅଲେଖ ପ୍ରଧାନଙ୍କ ସହ ଶାନ୍ତନୁଙ୍କର ୨୦୧୯ରୁ ସମ୍ପର୍କ ଆରମ୍ଭ ହୋଇଥିଲା। ନିୟମିତ ଭାବେ ଅଲେଖ ଲାଞ୍ଚ ଆଦାୟ କରି ଟଙ୍କା ଶାନ୍ତନୁଙ୍କ ପାଖକୁ ପଠାଉଥିଲେ। ଉଭୟଙ୍କ ମଧ୍ୟରେ କୋଟିଏରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି। କାମ ନକରି ବିଭିନ୍ନ ପ୍ରକଳ୍ପରେ ଲେବର ଆକାଉଣ୍ଟକୁ ଟଙ୍କା ପଠାଇ ଅଭିଯୁକ୍ତମାନେ ସରକାରୀ ସମ୍ପତ୍ତି ହଡ଼ପ କରୁଥିଲେ । ଏବେ ବି ଭିଜିଲାନ୍ସ ତଦନ୍ତ ଜାରି ରହିଥିବାବେଳେ ଆଗକୁ ଶାନ୍ତନୁଙ୍କ ସମ୍ପତ୍ତି ପରିମାଣ ବଢିପାରେ।