


ସେ ପଛେ ଚର୍ଚ୍ଚାକୁ ଛାଡ଼ିଦେବ, କିନ୍ତୁ ଚର୍ଚ୍ଚା ତାଙ୍କ ପିଛା କେବେ ଛାଡ଼ିବନାହିଁ । ହଁ ପରା, ପୁଣି ଚର୍ଚ୍ଚାର ବଳୟରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି । ପାରିବାରିକ ବିବାଦକୁ ନେଇ ଗତ କିଛି ଦିନ ହେବ ସେ ବିବାଦରେ ଥିବାବେଳେ ପୁଣି ତାଙ୍କ କାହାଣୀରେ ଏକ ଶକତ୍ ରୋମାଣ୍ଟିକ ଟ୍ବିଷ୍ଟ ଆସିଛି । ତାହା ହେଉଛି ଅନୁଭବ ମହାନ୍ତି ଖୁବ ଶୀଘ୍ର ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି। ଆଉ ଏଥର ହାତଗଣ୍ଠି ପଡ଼ିବ ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଳଙ୍କ ସହ। କାରଣ ଉଭୟଙ୍କ ମନ ମିଶି ସାରିଛି ।
ଏମିତି କି ଉଭୟଙ୍କ ପରିବାରଜନଙ୍କ ମନ ମଧ୍ୟ ମିଶି ସାରିଛି। ଖାଲି ବିବାହ ତିଥିକୁ ଅପେକ୍ଷା ରହିଛି। ଏହା କୌଣସି ରିଲ୍ ଲାଇଫ୍ ର କଥା ନୁହେଁ, ବରଂ ତାଙ୍କ ବାସ୍ତବିକ ଜୀବନରେ ଦ୍ଵିତୀୟ ଥର ପାଇଁ ସେ ବିବାହ କରିବାକୁ ଯାଉଛନ୍ତି। ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି ।
ଅନୁଭବ ମହାନ୍ତି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ। ଆଉ ଏକଥା ସେ ନିଜେ ଏକ ନ୍ୟାସନାଲ୍ ପଡକାଷ୍ଟରେ ସ୍ବୀକାର କରିଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । କାରଣ ଅନୁଭବ ଜାଗୃତିଙ୍କ ସହ ବିବାହ କରିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତାହାର ପୂର୍ଣ୍ଣଚ୍ଛେଦ ପଡ଼ିଛି ।
ଦୀର୍ଘଦିନର ନୀରବତା ପରେ ଅନୁଭବ- ଜାଗୃତି ଶେଷରେ ବିବାହ କରିବା ନେଇ ମୁହଁ ଖୋଲିଛନ୍ତି। ଉଭୟ ବିବାହ କରିବେ ଆଉ ଖୁବଶୀଘ୍ର ନିମନ୍ତ୍ରଣ ମଧ୍ଯ ଦେବେ ବୋଲି ପଡକାଷ୍ଟର ଆଙ୍କରଙ୍କୁ କହୁଥିବା ଦେଖିବାକୁ ମିଳିଛି ।
ଜାଗୃତି ଏହା ମଧ୍ୟ କହିଛନ୍ତି ଯେ, ଏମିତି ଏକ ଖରାପ ସମୟ ମୋ ଜୀବନରେ ଆସିଥିଲା, ଯେତେବେଳେ ମୋ ନାଁ ସହ ଅନୁଭବ ମହାନ୍ତିଙ୍କ ନାଁ କୁ ନେଇ ଚର୍ଚ୍ଚା ହେଲା। ସେମାନଙ୍କ ବୈବାହିକ ଜୀବନ ଭିତରକୁ ମତେ ଟଣାଗଲା । ମୋର କୌଣସି ଭୁଲ୍ ନଥାଇ ବି ମତେ ବଦନାମ କରାଗଲା, ସେତେବେଳେ ମୋ ପରିବାର ପୁରା ଭାଙ୍ଗି ପଡ଼ିଥିଲେ। ଆଉ ସେହି ସମୟରେ ଅନୁଭବଙ୍କ ସମ୍ପୂର୍ଣ୍ଣ ପରିବାର ମତେ ସପୋର୍ଟ କରିଥିଲେ।
ଅଲ୍ ଲାଇନ୍ କ୍ଲିୟର୍
…………………………………………………
ସେ ଆହୁରି କହିଛନ୍ତି ଯେ, ଲୋକେ ଅନେକ ଥର ପଚାରନ୍ତି କି ଆମେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛୁ ନା ନାହିଁ? କିନ୍ତୁ ଆମ ପରିବାର ଆଉ ତାଙ୍କ ପରିବାର ଉଭୟ ଉଭୟଙ୍କ ସହ ଡେଟ୍ କରିବା ଆରମ୍ଭ କରିଦେଇଛନ୍ତି। ପଡ଼କାଷ୍ଟର ଆଙ୍କର ପ୍ରଶ୍ନ କରିଥିଲେ ଯେ, ଯଦି ଉଭୟଙ୍କ ପରିବାର ଡେଟ୍ କରୁଛନ୍ତି , ତାହାଲେ ଆପଣ ଦୁହେଁ ବି କରୁଥିବେ ବୋଲି ଆଶା କରୁଛୁ। ଏହା ଉତ୍ତରରେ ଅନୁଭବ ମହାନ୍ତି କହିଛନ୍ତି ଯେ, ‘ଆପଣଙ୍କୁ ନିଶ୍ଚିତ ନିମନ୍ତ୍ରଣ ମିଳିବ’। ଏହାପରେ ଜାଗୃତି ମଧ୍ୟ କହିଛନ୍ତି, ‘ବିନା ସଗୁନରେ ମୁଁ ଅନୁମତି ଦେବିନି ଲଫାଫା ନିଶ୍ଚିତ ଦେବାକୁ ପଡ଼ିବ’।
ଅନୁଭବ ଅହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଦିନ ଠାରୁ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇଥିଲି, ମୁଁ ଜାଣିଥିଲି ଯେ ମୁଁ ଜିତିବି ବୋଲି। କାରଣ ମୁଁ ଜାଣିଥିଲି ମୁଁ କିଛି ଭୁଲ୍ କରିନି। କେବଳ ତାଙ୍କୁ ଭଲ ପାଇଛି। ମୁଁ ତାଙ୍କ ବିଷୟରେ ତ କିଛି ଭୁଲ୍ କହିନି। ସେ ମତେ କେବେ ବି ଶାରୀରିକ ସମ୍ପର୍କ ପାଇଁ ଅନୁମତି ଦେଲେନାହିଁ। ମୁଁ ମିଛ ତ କହୁନାହିଁ, ତେବେ କାହିଁକି ମତେ ନ୍ୟାୟ ମିଳିବନି। ଆଇନ ବ୍ୟବସ୍ଥା ଉପରେ ମୋର ଭରସା ଥିଲା । ବେଶିରୁ ବେଶି ୧ ରୁ ଦେଢ଼ ବର୍ଷ ଲାଗିବ। ଏହା ଭାବି ଶେଷରେ ମୁଁ କେସ୍ ଫାଇଲ୍ କଲି। ଏକଥା ମଧ୍ୟ ମୁଁ କୋର୍ଟକୁ କହିଥିଲି ଯେ ଆମେ ଉଭୟ ପବ୍ଲିକ୍ ଫିଗର୍, ତେଣୁ ମିଡିଆ
ଠାରୁ ଏସବୁକୁ ଦୂରେଇ ରଖନ୍ତୁ। କାହାର ଇଜ୍ଜତ ଉପରେ ପ୍ରଶ୍ନ ନ ଆସୁ, ଆମେ ଯେପରି ଭଲରେ ଭଲରେ ଅଲଗା ହେବୁ ସେତିକି ହିଁ ମୁଁ ଲେଖିଥିଲି।
ଅନୁଭବ ଏହା ମଧ୍ୟ କହିଛନ୍ତି ଯେ, ଆମ ନ୍ୟାୟାଳୟରେ ମହିଳାଙ୍କ ପାଇଁ ଯେତେ ସୁବିଧା ଅଛି, ଦେଖିବାକୁ ଗଲେ ପୁରୁଷଙ୍କ ପାଇଁ ସେଭଳି କିଛି ଆଇନ୍ ନାହିଁ । ଯାହାର ପ୍ରମାଣ ମୁଁ ନିଜେ। କିନ୍ତୁ ଡେରିରେ ହେଉ
ପଛେ ମତେ ନ୍ୟାୟ ମିଳିଲା
।ସେଥିପାଇଁ ମୁଁ ବହୁତ୍ ଖୁସି। ଆଉ ମୋ ବିଷୟରେ ଯେଉଁ ମିଛ ପ୍ରଚାର କରୁଛନ୍ତି ନିଜ ଫିଲ୍ମ୍ ମାଧ୍ୟମରେ, ଥରେ ଆମ୍ନା ସାମ୍ନା ହୁଅନ୍ତୁ। ମୁଁ ଚାହୁଁଛି ସମସ୍ତଙ୍କ ସମ୍ମୁଖରେ ଏ
ବିଷୟରେ କଥା ହେବା ପାଇଁ। ତେବେ ଅନୁଭବ-ଜାଗୃତିଙ୍କ ସହ ବାହାଘରକୁ ନେଇ ଆଗକୁ କ'ଣ ନୂଆ ଅପଡେଟ୍ ଆସୁଛି, ତାହାକୁ ସେମାନଙ୍କ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି ।