


କିଟ୍ ସ କ୍ୟାମ୍ପସ ହଷ୍ଟେଲରେ ଜଣେ ବିଦେଶୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅସନ୍ତୋଷ ତେଜିଛି। ବର୍ତ୍ତମାନ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି। ଦିଲ୍ଲୀ ସ୍ଥିତ ଦୂତାବାସରୁ ୨ ଅଫିସର ଓଡ଼ିଶା ଆସୁଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହିତ, ସେମାନଙ୍କ ପସନ୍ଦ ଅନୁସାରେ ସେମାନେ ହଷ୍ଟେଲରେ ରହିବେ ନା ଘରକୁ ଫେରିବେ ବିକଳ୍ପ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ନେପାଳ ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି।
ଅନ୍ୟପଟେ, ଏହି ଘଟଣା ଦୁର୍ଭାଗ୍ୟଜନକ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ। ଏଥିସହ ସେ ମୃତ ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି , ବିଶ୍ବବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛି। ନେପାଳ ଛାତ୍ରୀଛାତ୍ରଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ। ସାଇନ ଡାଏ ଉଠିଛି, OSRTC ବସ୍ରେ ସେମାନଙ୍କୁ ଫେରାଇ ଅଣାଯିବ। ଭବିଷ୍ୟତରେ ଯେପରି ଧମକ ନ ମିଳେ, ସରକାର ଯତ୍ନବାନ ରହିବେ।
ଏହି ଘଟଣାକୁ ନେଇ ରବିବାର ରାତିରୁ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା। କିଟ୍ରେ କାର୍ଯ୍ୟରତ ଦୁଇ ଜଣ ମହିଳା ପିଲାମାନଙ୍କୁ ବୁଝାଇବା ପରିବର୍ତ୍ତେ ଧମକ ଦେଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଭାଇରାଲ୍ ହୋଇଛି।
ଭାଇରାଲ୍ ହେଉଥିବା ଭିଡିଓରେ ଦୁଇ ମହିଳା କହୁଛନ୍ତି, ସାମାନ୍ ପ୍ୟାକ୍ କର। ଏଠାରେ କାହାକୁ ଦେଖିବାକୁ ଚାହୁଁନାହିଁ। .. ଯିଏ ଏଠାରେ ଦେଖାଯିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାଲି ରାତିରୁ ବୁଝାଉଛୁ। କିନ୍ତୁ ତୁମେମାନେ କିଛି ଶୁଣୁନାହ।
ପ୍ରତିବାଦରେ ଛାତ୍ରୀମାନେ ଆମ୍ୱାସୀରେ ଅଭିଯୋଗ କରିବେ ବୋଲି କହିଥିଲେ। ଏହାର ଜବାବରେ ମହିଳା ଜଣକ କହିଥିଲେ, … ଆମ୍ୱାସୀ ତୁମମାନଙ୍କୁ ଏଠାକୁ କ’ଣ ପାଇଁ ପଠାଇଛି? ପାଠ ପଢ଼ିବା ଓ କ୍ୟାରିୟର ପାଇଁ ପଠାଇଥିଲା। କିନ୍ତୁ ତୁମେମାନେ ପାଠ ପଢ଼ୁଛ ତ? ….ଇଏ ୩୦ ବର୍ଷର ଇନ୍ଷ୍ଟିଚ୍ୟୁଟ୍। ୪୦ ହଜାର ପିଲା ପାଠ ପଢ଼ୁଛନ୍ତି। ୪ ଲକ୍ଷ ପିଲା ପାଠ ପଢ଼ି ଯାଇଛନ୍ତି। ଆଜି ପର୍ଯ୍ୟନ୍ତ ଏମିତି ପିଲା ଦେଖିନି। … ତୁମେମାନେ ଯଦି ଏଠାରେ ସୁରକ୍ଷିତ ନୁହେଁ, ତାହାହେଲେ ତୁମେ ଯେଉଁଆଡେ ଚାହିଁବ ଯାଇପାରିବ। ୪୦ ହଜାର ପିଲାଙ୍କୁ ଜଣେ ଲୋକ ମାଗଣାରେ ପାଠ ପଢ଼ାଉଛି ଓ ଖାଇବାକୁ ଦେଉଛି। ତୁମ ଦେଶର ବଜେଟ୍ ସେତିକି ହୋଇନଥିବ ବୋଲି ମହିଳା ଦୁଇ ଜ’ଣ କହୁଥିବା ଦେଖିବାକୁ ମିଳିଛି।
କିଟ୍ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ନେପାଳ ଷ୍ଟୁଡେଣ୍ଟ ୟୁନିୟନ୍। ଏଥିସହ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଏହି ଘଟଣା ପାଇଁ ଦାୟୀ ପୂର୍ବତନ ପ୍ରେମିକ ଓ କର୍ତ୍ତବ୍ୟରେ ଅବହେଳା କରିଥିବା କିଟ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ୟୁନିୟନ୍ର କାଠମାଣ୍ଡୁ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରୀ କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ କିଟ୍ରେ ପଢୁଥିବା ଓ ଭାରତରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାବି କରିଛି ଷ୍ଟୁଡେଣ୍ଟ ୟୁନିଅନ। ଏହି ଘଟଣାରେ କିଟ୍ ତରଫରୁ କ୍ଷମା ପ୍ରାର୍ଥନା କରାଯିବାକୁ ମଧ୍ୟ ଦାବି ହୋଇଛି।
ଭୁବନେଶ୍ବର କିଟ୍ କଲେଜରେ ଛାତ୍ରୀ ମୃତ୍ୟୁ ଘଟଣାରେ ସଫେଇ ରଖିଲେ କଲେଜ କର୍ତ୍ତୃପକ୍ଷ। କିଟ୍ କୂଳ ସଚିବଙ୍କ ସୂଚନା, ଅଭିଯୁକ୍ତ ଛାତ୍ରଙ୍କ ସହ ମୃତ ନେପାଳୀ ଛାତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ । ମନୋମାଳିନ୍ୟରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ତଦନ୍ତ କରୁଛି ପୋଲିସ।
ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କଲେଜ କ୍ୟାମ୍ପସ୍ରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଅନ୍ୟ ନେପାଳୀ ଛାତ୍ର ସାରା ରାତି କଲେଜ କ୍ୟାମ୍ପସ୍ରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଭଙ୍ଗାରୁଜା କରିଥିଲେ ।
ଏହାକୁ ନେଇ ବିଳମ୍ବିତ ରାତିରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାତି ସାରା କ୍ୟାମ୍ପସ୍ରେ ଉତ୍ତେଜନା ପରେ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେବେ । ସେପଟେ ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ଜେରା କରୁଛି ଇନଫୋସିଟି ଥାନା ପୋଲିସ । ଏଥିସହ ଆଉ ଏକ ସୂଚନା ସାମ୍ନାକୁ ଆସିଛି OA- 18 ରୁମରେ ଲୁଚିଛି ସତ !
କଣ ଘଟିଥିଲା ଲେଡ଼ିଜ ହଷ୍ଟେଲ ରେ ରାତି ଅଧରେ ସେ ନେଇ ସନ୍ଦେହ ବଢିଛି , ଯେଉଁଠି ୱାର୍ଡେନ ଛାତ୍ରୀ ମାନଙ୍କୁ ମୃତଦେହ ଦେଖାଇବାକୁ ଅମଙ୍ଗ, ଆଉ ଛାତ୍ରୀମାନେ ମୃତ ଦେହ ଦେଖିବାକୁ ଅଡ଼ି ବସିଛନ୍ତି I ଶତାଧିକ ଛାତ୍ରୀ ହଷ୍ଟେଲ ଘେରାଓ କରିବା ସହ ନେପାଳି ଛାତ୍ର ଓ ସହ ସହ ଛାତ୍ର ରାସ୍ତା ଅବରୋଧ କରିଛନ୍ତି I ଏଥିସହ ନ୍ୟାୟ ପାଇଁ ହଷ୍ଟେଲ ଘେରାଓ କରିଛନ୍ତି I
ସେପଟେ ଆହୁରି କିଛି ନୂଆ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି I ଯୁବତୀଙ୍କ ମୃତ୍ୟୁ ପରେ ଉତ୍ତେଜନନା ଦେଖିବାକୁ ମିଳିଛି I ହଷ୍ଟେଲ ଭିତରେ ନିଜର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରୀ I ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ଖୋଳତାଡ଼ ଚାଲିଛି I