
ନବ ଦାସ ହତ୍ୟା ମାମଲାକୁ ନେଇ ବୟାନବାଜୀ ପୁଣି ଜୋରଦାର ହୋଇଛି। ଏହି ମାମଲାର ତଦନ୍ତକୁ ନେଇ ଆଜି କ୍ରାଇମବ୍ରାଞ୍ଚ ଆଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ ନବ ଦାସଙ୍କ ଝିଅ ଦୀପାଳି ଓପୁଅ ବିଶାଲ ଦାସ। ହେଲେ କ୍ରାଇମବ୍ରାଞ୍ଚ ନୋଟିସ୍ ପରେ ଉଷ୍ମ ହୋଇଛି ରାଜନୀତି। ବିଜେପି ସାଂସଦ ପ୍ରଦୀପ ପୁରୋହିତ ଗତକାଲି ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ଲିଖିତ ଭାବେ ଜଣାଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ। ନବ ଦାସ କାଳେ ମୁଖ୍ୟମନ୍ତ୍ରୀ ହୋଇଯିବେ, ସେଥିପାଇଁ ତାଙ୍କୁ ରାସ୍ତାରୁ ହଟେଇ ଦିଆଗଲା।
ଆଉ ଏହାର ଜବାବ ଦେଇ ବିଜେଡି ବିଧାୟକ ପ୍ରଦୀପ ଦିସାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ହେବା ପାଇଁ ନବଙ୍କୁ ହତ୍ୟା କରାଯାଇଥିବା ନେଇ ବିଜେପି ନେତା ଯଦି କିଛି ଆଭାସ ପାଇଛନ୍ତି , ତାହା ସାମ୍ନାକୁ ଆଣନ୍ତୁ। ମାମଲର ତଦନ୍ତ ପ୍ରସଙ୍ଗରେ ବିଜେପି ସାଂସଦ ପ୍ରଦୀପ ପୁରୋହି
ତ ଏହି ସାଙ୍ଘାତିକ ଅଭିଯୋଗ
ଆଣି ଆହୁରି କହିଛନ୍ତି ଯେ ନବ ଦାସଙ୍କ ପରିବାର ଉପରେ ଚାପ ସୃଷ୍ଟି କରୁଛି ବିଜେଡି। ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ। ସେଥିପାଇଁ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବା ଲାଗି ମନା କରିଛି ବିଜେଡି।
ଶନି ମନ୍ଦିରରୁ ପୂଜା କରି ଆସିବା ପରେ ନବ ଦାସ କାଳେ ମୁଖ୍ୟମନ୍ତ୍ରୀ ହୋଇଯିବେ ସେଥିପାଇଁ ନବ ଦାଶଙ୍କୁ ରାସ୍ତାରୁ ହଟେଇ ଦିଆଗଲା । ଯଦି ସିବିଆଇ ତଦନ୍ତ ହେବ ତାହେଲେ ଏହାର ପର୍ଦ୍ଦାଫାଶ ହେବ । ବିଜେପି ସରକାର ଚାହୁଁଛି ନବ ଦାସଙ୍କ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ସେଥିପାଇଁ କ୍ରାଇମବ୍ରାଞ୍ଚ ଦୀପାଳି ଓ ବିଶାଳଙ୍କୁ ନୋଟିସ କରିଛି ବୋଲି ପ୍ରଦୀପ କହିଛନ୍ତି।
ସେପଟେ ପ୍ରଦୀପଙ୍କୁ କାଉଣ୍ଟର କରି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ଦୀପାଳି ସିବିଆଇ ତଦନ୍ତ ପାଇଁ କହିଛନ୍ତି ଏବଂ ବିଜେପି ନେତା ବି ସିବିଆଇ ତଦନ୍ତ ସପକ୍ଷରେ ଅଛନ୍ତି। କିନ୍ତୁ ସିବିଆଇ ତଦନ୍ତ ପାଇଁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ? ମୁଖ୍ୟମନ୍ତ୍ରୀ ହେବା ପାଇଁ ନବ ଦାସଙ୍କୁ ହତ୍ୟା କରାଯାଇଥିବା ସେମାନେ କହୁଛନ୍ତି। ବିଜେପି ନେତା ଯଦି ଏନେଇ କିଛି ଆଭାସ ପାଇଛନ୍ତି ସାମ୍ନାକୁ ଆଣନ୍ତୁ ବୋଲି କହିଛନ୍ତି ପ୍ରଦୀପ ।
ସେପଟେ ନବ ଦାସ ହତ୍ୟାକାଣ୍ଡର ତଦନ୍ତ କରି କ୍ରାଇମବ୍ରାଞ୍ଚ କରିସାରିଛି ଯେ ଏଏସଆଇ ଗୋପାଳ ଦାସ ହିଁ ହତ୍ୟାକାରୀ । ହେଲେ ସେହି ଥିଓରୀକୁ କେତେକେ ସହଜରେ ଗ୍ରହଣ ପାରୁନାହାନ୍ତି। ନବ ଦାସଙ୍କ ପରିବାର ମଧ୍ୟ ହତ୍ୟାକାଣ୍ଡ ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛନ୍ତି। ତଥ୍ୟ ପ୍ରମାଣ ରାଜନୈତିକ, ବ୍ୟବସାୟିକ ନା ବ୍ୟକ୍ତି କେନ୍ଦ୍ରିକସେପଟେ ଆଇନଜୀବୀଙ୍କ ମତରେ ଦିପାଳୀ-ବିଶାଳ ବୟାନକୁ ତର୍ଜମା କରିବା ଦରକାର । ସିଆରପିସି ଧାରା ୧୭୩(୮) ଅନୁସାରେ ଦୀପାଳି ଓ ବିଶାଳଙ୍କୁ ନୋଟିସ ହୋଇଛି। ଏହି ଧାରା ଅନୁସାରେ ଚାର୍ଜସିଟ ଦାଖଲ ହୋଇଥିଲେ ବି ଫୌଜଦାରୀ ମାମଲାରେ ଅଧିକ ତଦନ୍ତ ହୋଇପାରିବ । ନୂଆ ପ୍ରମାଣ ମିଳିଲେ ତଦନ୍ତକାରୀ ସଂସ୍ଥା ସପ୍ଲିମେଣ୍ଟାରୀ ରିପୋର୍ଟ ଦେଇପାରିବ। ପ୍ରମାଣ ଆଧାରରେ ଅଦାଲତ ଅଧିକ ତଦନ୍ତ ପାଇଁ ନିଷ୍ପତ୍ତି ନେଇପାରନ୍ତି ।