
ଆଜି ସକାଳେ ଦକ୍ଷିଣ କୋରିଆର ମୁଆନ ବିମାନ ବନ୍ଦରରେ ଏକ ଭୟାବହ ବିମାନ ଦୁର୍ଘଟଣା ଘଟି ୧୭୯ ଜଣ ଯାତ୍ରୀ ଆଉ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏହି ଯାତ୍ରୀବାହୀ ବିମାନଟି ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଜେଜୁ ଏୟାର ଲାଇନ୍ସର ଥିଲା । ବିମାନ ଅବତରଣ ବେଳେ ରନୱେରେ ଏକ ବାଡ ସହ ଘସି ହୋଇଥିଲା । ଫଳରେ ବିମାନରେ ନିଆଁ ଲାଗିଯାଇଥିଲା ।ବିମାନରେ ମୋଟ ୧୮୧ ଜଣ ଥିବା ଜଣାପଡିଛି ।ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନେ ଚିକିତ୍ସାଧୀନ ଅଛନ୍ତି।
ବିମାନଟି ବ୍ୟାଙ୍ଗକକରୁ ଆସି ରନଓ୍ଵରେ ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ବିମାନ ଦୁର୍ଘଟଣା ପରେ ତୁରନ୍ତ ହିଁ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନରେ ଲାଗିଥିବା ନିଆଁ ଲିଭାଇବା କାମରେ ଲାଗି ଯାଇଥିଲେ । ବିମାନରେ ୧୭୫ ଯାତ୍ରୀ ଥିବା ବେଳେ ୬ କ୍ରୁ ମେମ୍ବର ରହିଥିଲେ । ଏହି ଦୁର୍ଘଟଣାରେ ମୋଟ ୧୭୯ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି, ସେମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଥିଲା । ତେବେ ପ୍ରାରମ୍ଭିକ ଅବସ୍ଥାରେ ଦକ୍ଷିଣ କୋରିଆ ମିଡିଆ, ଏମିତିକି ୟୋନହପ ନ୍ୟୁଜ ଏଜେନ୍ସି ସୂଚନା ଦେଇଥିଲା କି, ବିମାନ ଦୁର୍ଘଟଣାରେ ୨୮ ଜଣଙ୍କ ମୃତ୍ୟୁ ହୋଇଛିା
ୟୋନହପ କହିଥିଲା କି ବିମାନ ଅବତରଣ କାଳରେ ଏକ ବାଡରେ ଘସି ହୋଇଯାଇଥିଲା । ତେବେ ଅଧିକାରୀମାନେ ଏହାର ତଦନ୍ତ କରୁଛନ୍ତି ପ୍ରକୃତ କାରଣ ଜାଣିବାକୁ । ସ୍ଥାନୀୟ ଟିଭି ଷ୍ଟେସନ ତରଫରୁ ଦେଖାଯାଉଥିବା ଦୃଶ୍ୟରେ ଏକ କଳା ବେଲୁନ ସଦୃଶ କଳା ଧୂଆଁ ସାରା ଅଞ୍ଚଳକୁ ଆଚ୍ଛାଦିତ କରିଦେଇଥିଲା ।
ଏହି ଘଟଣା ଏମିତି ସମୟରେ ଆସିଛି, ଯେତେବେଳେ କି ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁଂ ସୁକ ୟୋଲଙ୍କ ଦ୍ୱାରା ଦେଶରେ ମାର୍ଶଲ ଆଇନ ଲାଗୁ କରିବା ନେଇ ତାଙ୍କ ବିରୋଧରେ ମହାଭିଯୋଗ ଅଣାଯିବା କାରଣରୁ ଦେଶ ରାଜନୈତିକ ସଂକଟ ଦେଇ ଗତି କରୁଛି । ଗତ ଶୁକ୍ରବାର ଦେଶର ସାଂସଦମାନେ କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ ଡ୍-ସୁଙ୍କ ଉପରେ ମହାଭିଯୋଗ ଆଣିଥିଲେ ଓ ତାଙ୍କୁ ନିଲମ୍ବିତ କରାଗଲା । ତାଙ୍କ ଦାୟିତ୍ୱ ଏବେ ଉପ ପ୍ରଧାନମନ୍ତ୍ରୀ ଡୋଇ ସାଙ୍ଗ-ମୋକ ସମ୍ଭାଳୁଛନ୍ତି । ।