

ତୁମ ଜୀବକୋଷମାନେ ଭୋକିଲା ସେମାନେ ନବଞ୍ଚିଲେ ତୁମେ ବି ବଞ୍ଚିବନି
…………………………………………………………………….
ବର୍ଷ ବର୍ଷ ଧରି ତୁମ ଶରୀରରେ ଥିବା ସେଲ୍ ଗୁଡିକ ଭୋକ ଉପାସରେ ଛଟପଟ ହେଉଛନ୍ତି
……………………………………………………………………
ଜବାହର ମିଶ୍ର
ଅଧ୍ୟାତ୍ମ ବିଜ୍ଞାନୀ, ପ୍ରାକୃତିକ ଚିକିତ୍ସାବିତ୍, ବରିଷ୍ଠ ସାମ୍ବାଦିକ
……………………………………………………………………..
ମଣିଷ କେବଳ ନିଜର ଜିହ୍ଵାର ସନ୍ତୁଷ୍ଟି ଲାଗି ଯାହା ପାଇଲା ଦିନରାତି ଏଣୁ ତେଣୁ ଠୁଙ୍କିବା ଜାଣିଛି। କିନ୍ତୁ ସେ ଯେଉଁ ସେଲ୍ ବା ଜୀବକୋଷଗୁଡିକ ଲାଗି ଜୀବିତ ରହି ବିଭିନ୍ନ ଖାଦ୍ୟର ସ୍ବାଦ ଆସ୍ଵାଦନ କରୁଛି, ସେ କେବେ ଭାବିଛି କି ସେ ଯେଉଁ ଜୀବକୋଷଙ୍କ ଲାଗି ଜୀବିତ ରହି ଏତେ ମଜା ମାରୁଛି, ସେହିମାନଙ୍କ ପ୍ରତି ଅବହେଳା କାରଣରୁ ସେହି ସେଲ୍ ଗୁଡିକ ବର୍ଷ ବର୍ଷ ହେଲା ଭୋକ ଉପାସରେ ରହି କଣ ଛଟପଟ ନ ହେଉଛନ୍ତି। ସେଲ୍ ଗୁଡିକ ବି ବଞ୍ଚିରହିବା ଲାଗି କିଛି ପ୍ରାକୃତିକ ଖାଦ୍ୟ ଚାହାଁନ୍ତି। କିନ୍ତୁ ଏ ମନୁଷ୍ୟ ନିଜର ଆତ୍ମତୃପ୍ତି ଆଉ ବିଳାସ ବ୍ୟସନ ଲାଗି ସେଲ୍ ଗୁଡିକର ବ୍ୟଥା ଆଉ ଯନ୍ତ୍ରଣାକୁ ଭୁଲିଯାଇଛି ଆଉ ଭୁଲିଯାଇଛି ଯେ ସେଲ୍ ଗୁଡିକ ବର୍ଷ ବର୍ଷ ଧରି ଭୋକ ଉପବାସରେ ରହି କି ଅକଥନୀୟ କଷ୍ଟ ନ ଭୋଗୁଛନ୍ତି।
ମଣିଷର ଶରୀର ମଧ୍ୟରେ ଥିବା ସେଲ୍ ତଥା ଜୀବକୋଷଗୁଡିକ କେବେ ବି ମୃତ୍ୟୁବରଣ କରିବା ଚାହାନ୍ତି ନାହିଁ କି କେବେ ହେଲେ ବେମାର ପଡ଼ନ୍ତି ନାହଁ। ଏ କଥା ଆଉ କେହି ନୁହେଁ, ଖୋଦ୍ ମେଡିକାଲ୍ ସାଇନ୍ସ କହୁଛି। ମେଡ଼ିକାଲ ସାଇନ୍ସର ଏକ ନିୟମ ଅଛି, ଯାହାକୁ ହୋମିଓଷ୍ଟାଟିସ୍ କୁହାଯାଏ। ହୋମିଓଷ୍ଟାଟିସ୍ ହେଉଛି ତୁମେ ତୁମ ଶରୀରକୁ ସେହି ସବୁ ଆବଶ୍ୟକତା ଯୋଗାଇଦିଅ , ଯାହା ସେ ଚାହୁଁଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଗଟ୍ ବ୍ୟାକ୍ଟେରିଆ ତଥା ରୋଗ ପ୍ରତିରୋଧକ ଉତ୍ତମ ବ୍ୟାକ୍ଟେରିଆ। ବାସ୍ ଏତିକିରେ ସେଲ୍ ଗୁଡିକ ଖୁସ୍ ଆଉ ତୁମେ ବି ହେବ ନିରୋଗ ଆଉ ଦୀର୍ଘଜୀବୀ।
ତେବେ କଥାରେ କହିଦେଲେ ଶରୀରରେ ଗଟ୍ ବ୍ୟାକ୍ଟେରିଆ ଭର୍ତ୍ତି ହୋଇଯିବେନାହି। ଗଟ୍ ରବ୍ୟାକ୍ଟେରିଆ ସୃଷ୍ଟି କରିବା ଆଗରୁ ପ୍ରଥମେ ଶରୀରରେ ରୋଗ ସୃଷ୍ଟି କରୁଥିବା ବ୍ୟାଡ୍ ବ୍ୟାକ୍ଟେରିଆଗୁଡିକୁ ଶରୀରରୁ ନିପାତ୍ କରିବାକୁ ହେବ। ଏହାପରେ ଗଟ୍ ବ୍ୟାକ୍ଟେରିଆ ସୃଷ୍ଟି ଲାଗି ଆବଶ୍ୟକ ସାତ୍ତ୍ୱିକ ଆହାର ଆଉ ପାନୀୟ ତଥା ନିରାମିଷ ଖାଦ୍ୟପେୟ ଗ୍ରହଣ କରିବା ଉଚିତ।
ଏହାପରେ ଆବଶ୍ୟକ ମୁତାବକ ବ୍ୟାୟାମ, ଯୋଗାସନ ଏବଂ ପ୍ରାଣାୟାମ କରିବା ଆବଶ୍ୟକ। ଶରୀର ଲାଗି ଉତ୍ତମ ଆହାର ଆଉ ବ୍ୟାୟାମ ଯଥେଷ୍ଟ। କିନ୍ତୁ ସେଲ୍ ତଥା ଜୀବକୋଷଗୁଡିକ ଲାଗି ଏହାର ଆବଶ୍ୟକତା ନାହିଁ। ସେଲ୍ ଗୁଡିକ ଦୀର୍ଘଜୀବୀ ହେବାଲାଗି ସମ୍ପୂର୍ଣ୍ଣ ରୂପେ ଆବଶ୍ୟକ କରନ୍ତି ବିଶୁଦ୍ଧ ବାୟୁ ବା ଅକ୍ସିଜେନ୍। ଏହା ହିଁ ସେଲ୍ ଗୁଡିକର ପ୍ରକୃତ ଆଉ ଏକମାତ୍ର ଖାଦ୍ୟ। କେବଳ ପ୍ରାଣାୟାମ ଦ୍ଵାରା ସେଲ୍ ଗୁଡିକ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍ ପାଇପାରିବେ। ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମିଳିଲେ ଇଣ୍ଟେଷ୍ଟାଇନ ତଥା ଅନ୍ତ୍ରନାଳୀରେ ଗୁଡ୍ ବ୍ୟାକ୍ଟେରିଆ ଆପେ ଆପେ ଉତ୍ପନ୍ନ ହେବେ।
ଏହି ଅକ୍ସିଜେନ୍ ବିଷୟ ଆମର ମହାନ ବୈଜ୍ଞାନିକ ଋଷିଗଣଙ୍କୁ ଭଲ ଭାବେ ଜଣାଥିଲା, ଯାହାକୁ ସେମାନେ ପ୍ରାଣବାୟୁ ତଥା ପ୍ରାଣଶକ୍ତି ରୂପେ ନାମିତ କରିଯାଇଛନ୍ତି। ସେଲ୍ ଗୁଡ଼ିକରେ ସେମାନଙ୍କ ଖାଦ୍ୟ ଠିକ୍ ଭାବେ ଆଉ ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚାଇବା ଲାଗି ଋଷିଗଣ ମୋଟ ୩୦ ପ୍ରକାର ପ୍ରାଣାୟାମର ଉଦ୍ଭାବନ କରିଯାଇଛନ୍ତି। ଯଦି ପ୍ରାଣାୟାମ ଜରିଆରେ ବ୍ୟକ୍ତି ସେଲ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପ୍ରାଣବାୟୁ ତଥା ଅକ୍ସିଜେନ୍ ପହଞ୍ଚାଏ, ତେବେ ସେଲ୍ ଗୁଡିକ ଦୀର୍ଘଜୀବୀ ହେବେ।ଏ କଥା ଭୁଲି ଯାଅନାହିଁ ଯେ ସେଲ୍ ଗୁଡିକ ନ ବଞ୍ଚିଲେ ତୁମେ ବି ବଞ୍ଚିବନାହି। ଏହି ସେଲ୍ ତଥା ଜୀବକୋଷଗୁଡିକ ବି ଗୋଟିଏ ଗୋଟିଏ ଜୀବିତ ଏକକ ବା ତତ୍ତ୍ଵ। ତୁମ ପରି ସେମାନଙ୍କର ବି ଜୀବନ ଅଛି ଆଉ ସେମାନେ ବି ତୁମ ପରି ସବୁ କିଛି ଭଲ ମନ୍ଦ ଅନୁଭବ କରନ୍ତି ଆଉ ତୁମ ପରି ବଞ୍ଚିରହିବା ଚାହାନ୍ତି। ସେମାନେ ଯଦି ତୁମ ଅବହେଳାରୁ ବର୍ଷ ବର୍ଷ ଧରି ସେମାନଙ୍କ ଖାଦ୍ୟ ନ ପାଆନ୍ତି, ତେବେ ସେମାନେ ଲୋପ ପାଇଲେ ତୁମେ ବି ବିଭିନ୍ନ ପ୍ରାଣଘାତୀ ରୋଗର ଶିକାର ହୋଇ ଅସମୟରେ ଇହଧାମ ତ୍ୟାଗ କରିବ। ଏଣୁ ସେଲ୍ ଗୁଡିକ ଦୀର୍ଘଜୀବୀ ହେଲେ ବ୍ୟକ୍ତି ବି ନିରୋଗୀ ଆଉ ଦୀର୍ଘଜୀବୀ ହେବ। ଏହା ସହିତ ଯୌବନ ମଧ୍ୟ ଦୀର୍ଘସ୍ଥାୟୀ ହେବ। ଏଥିସକାଶେ ସେଲ୍ ଗୁଡିକୁ ଖୁସ୍ ରଖିବା ବ୍ୟକ୍ତିର ଧ୍ୟେୟ ହେବା ଉଚିତ। ସେଲ୍ ମାନେ ଖୁସ୍ ତ ତୁମେ ବି ଖୁସ୍।
ଦହି ଖାଇବା ଫଳରେ ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆ ବୃଦ୍ଧି ପାଇଥାଏ, କାରଣ ଦହିରେ ପ୍ରୋବାୟୋଟିକ୍ସ ଥାଏ, ଯାହା ଅନ୍ତନଳୀ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ।
ଦହି ଖାଇବାର ଲାଭ:
ପ୍ରୋବାୟୋଟିକ୍ସର ଉତ୍ସ:
ଦହିରେ ଲାକ୍ଟୋବାସିଲିସ୍ ଏବଂ ବିଫିଡୋବ୍ୟାକ୍ଟେରିୟମ୍ ଭଳି ପ୍ରୋବାୟୋଟିକ୍ସ ଥାଏ, ଯାହା ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆ ସଂଖ୍ୟା ବୃଦ୍ଧି କରେ।
ପାଚନକ୍ରିୟା ଉନ୍ନତ କରେ:
ଦହି ଖାଇବା ଦ୍ୱାରା ପାଚନକ୍ରିୟା ଭଲ ହୁଏ ଏବଂ ଗ୍ୟାସ୍, ଏସିଡିଟି ଏବଂ ବଦହଜମୀ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରେ:
ଦହି ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।
ଦହି ଅନ୍ତନଳୀ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ, ଯାହା ଅନ୍ତନଳୀ ସ୍ୱାସ୍ଥ୍ୟକୁ ଭଲ ରଖେ।
କ୍ୟାଲସିୟମ ଏବଂ ଭିଟାମିନ ଡି ର ଉତ୍ସ:
ଦହି କ୍ୟାଲସିୟମ ଏବଂ ଭିଟାମିନ ଡିର ଏକ ଭଲ ଉତ୍ସ, ଯାହା ହାଡ଼ ପାଇଁ ଲାଭଦାୟକ।
ଦହି କିପରି ଖାଇବେ:
ଆପଣ ଜଳଖିଆ, ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ସହିତ ଦହି ଖାଇପାରିବେ।
ଦହିକୁ ସେହିପରି ଖାଇହେବ କିମ୍ବା ଫଳ, ପନିପରିବା କିମ୍ବା ଅନ୍ୟାନ୍ୟ ଖାଦ୍ୟ ସହିତ ମିଶାଇ ଖାଇହେବ।
ନିୟମିତ ଦହି ଖାଇବା ଦ୍ୱାରା ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆ ସଂଖ୍ୟା ବୃଦ୍ଧି ପାଏ ଏବଂ ଅନ୍ତନଳୀ ସୁସ୍ଥ ରହେ।