


ଆଲେଖ୍ୟ – ଜବାହର ମିଶ୍ର
ଅଧ୍ୟାତ୍ମ ବିଜ୍ଞାନୀ, ବରିଷ୍ଠ ସାମ୍ବାଦିକ
କଳ୍ପନା କରନ୍ତୁ ଯେ, ଆପଣ ଏପରି ଏକ ସ୍ଥାନରେ ଠିଆ ହୋଇଛନ୍ତି, ଯେଉଁଠାରେ ସମୟ ଅଟକି ଯାଇଛି। ଯେଉଁଠାରେ ଆପଣ ପାଦ ଦେବା ମାତ୍ରେ ପବନର ଗତି ପରିବର୍ତ୍ତନ ହୁଏ। ଯେଉଁଠାରେ ଆପଣ ଏକା ଥିଲେ ମଧ୍ୟ ଆପଣ ଏକାକୀତ୍ଵ ଅନୁଭବ କରନ୍ତି ନାହିଁ। ଯେଉଁଠାରେ ପର୍ବତର ନୀରବତାରେ ମଧ୍ୟ କିଛି ଆଶ୍ଚର୍ଯ୍ୟଜନକ ଏବଂ ରହସ୍ୟମୟ ଶବ୍ଦ ଶୁଣାଯାଏ। ଏହି ସ୍ଥାନଟି କୌଣସି ସାଧାରଣ ସ୍ଥାନ ନୁହେଁ, ଏହା କୈଳାସ ପର୍ବତ। ହିମାଳୟର କୋଳରେ ଅବସ୍ଥିତ ଏହି ଶିଖର କେବଳ ଏକ ପର୍ବତ ନୁହେଁ, ଏହା ଏକ ଜୀବନ୍ତ ରହସ୍ୟ।
କୈଳାସ: ଉଚ୍ଚତା ଦ୍ୱାରା ନୁହେଁ, ଏହାର ଅସ୍ତିତ୍ୱ ଦ୍ୱାରା ଆକର୍ଷଣ କରେ
କୈଳାସ ପର୍ବତକୁ ଦେଖି ଆପଣ ମୋହିତ ହୋଇଯାଆନ୍ତି। ଏହା କେବଳ ଏହାର ଉଚ୍ଚତା ପାଇଁ ମହାନ ନୁହେଁ, ବରଂ ଏହାର ଅସ୍ତିତ୍ୱ ଏବଂ ଶକ୍ତି ପାଇଁ ଏହା ଆଶ୍ଚର୍ଯ୍ୟଜନକ। କୁହାଯାଏ ଯେ ଏଠାରେ ଥିବା ପ୍ରତ୍ୟେକ ପଥର, ପ୍ରତ୍ୟେକ ବରଫର ସ୍ତର ଏବଂ ପ୍ରତ୍ୟେକ ଶୂନ୍ୟସ୍ଥାନ କିଛି ନା କିଛି କୁହେ। କିନ୍ତୁ ଆମେ କ’ଣ ସେହି ବାର୍ତ୍ତା ଶୁଣିପାରୁଛୁ? ଏହା କେବଳ ଏକ ତୀର୍ଥସ୍ଥାନ ନୁହେଁ, ବରଂ ଏକ ଦ୍ୱାର। କିନ୍ତୁ ପ୍ରଶ୍ନ ହେଉଛି, ଏହି ଦ୍ୱାର କେଉଁଠାକୁ ନେଇଯାଏ? କେଉଁ ଜଗତକୁ? ଏହା ପ୍ରକୃତରେ ଭଗବାନ ଶିବଙ୍କର ଦ୍ୱିତୀୟ ଧାମ ?
କୈଳାସ: ଚାରି ଧର୍ମର ବିଶ୍ୱାସର କେନ୍ଦ୍ର
ତିବ୍ବତରେ ଅବସ୍ଥିତ ଏହି ପର୍ବତ ପ୍ରାୟ ୨୧,୭୭୮ ଫୁଟ ଉଚ୍ଚ। ଏହା ବିଶ୍ୱର ସର୍ବୋଚ୍ଚ ପର୍ବତ ନ ହୋଇପାରେ, କିନ୍ତୁ ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ପବିତ୍ର ପର୍ବତ ଭାବରେ ବିବେଚନା କରାଯାଏ। ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ ଏବଂ ତିବ୍ବତୀ ବୋନ୍ ପରମ୍ପରାରେ କୈଳାସର ଏକ ବିଶେଷ ସ୍ଥାନ ଅଛି। ଏହା କୌଣସି ସଂଯୋଗ ନୁହେଁ। ଏହା ଏକ ସଙ୍କେତ ଯେ ଏହି ପର୍ବତରେ କିଛି ଅସାଧାରଣ ଅଛି। ଚାରୋଟି ମହାନ ନଦୀ ବ୍ରହ୍ମପୁତ୍ର, ସିନ୍ଧୁ, କର୍ଣ୍ଣାଳୀ ଏବଂ ସତଲେଜ ଏହି ପର୍ବତରୁ ଉତ୍ପନ୍ନ ହୋଇଛି। ଏହା କେବଳ ଭୂଗୋଳ ନୁହେଁ, ଏହା ବ୍ରହ୍ମାଣ୍ଡର ଯୋଜନା।
ଶିବଙ୍କ ନିବାସ: କୈଳାସ ଲୋକ
ହିନ୍ଦୁ ଧର୍ମରେ କୈଳାସ ପର୍ବତକୁ ଭଗବାନ ଶିବଙ୍କ ନିବାସ ବୋଲି ବିବେଚନା କରାଯାଏ। 'ଶିବ ପୁରାଣ'ରେ ଲେଖାଯାଇଛି, "କୈଳାସ ହେଉଛି ସେହି ଧାମ, ଯେଉଁଠାରେ କେବଳ ଶରୀର ନୁହେଁ ବରଂ ଆତ୍ମା ମଧ୍ୟ ପ୍ରବେଶ ଞକରିପାରିବ।" ଏହି ସ୍ଥାନ ଏକ ଭୌତିକ ସ୍ଥାନ ନୁହେଁ, ଏହା ଏକ ଦିବ୍ୟ ଚେତନାର କେନ୍ଦ୍ର, ଯେଉଁଠାରେ ଶିବ ଏବଂ ଶକ୍ତି ସାକ୍ଷାତ ନିବାସ ବୋଲି ବିଶ୍ୱାସ କରାଯାଏ।
କୈଳାସ ପର୍ବତର ଶିଖରକୁ କେହି କାହିଁକି ଚଢ଼ିପାରିଲେ ନାହିଁ?
ଆଜି ପର୍ଯ୍ୟନ୍ତ କେହି କୈଳାସ ପର୍ବତର ଶିଖରରେ ପହଞ୍ଚି ଓପାରିନାହାଁନ୍ତି। ଅନେକ ପ୍ରୟାସ କରାଯାଇଥିଲା, କିନ୍ତୁ ପ୍ରତ୍ୟେକ ଥର କିଛି ଏପରି ଘଟିଥିଲା; ଯାହା ପର୍ବତାରୋହୀମାନଙ୍କୁ ଫେରିବାକୁ ବାଧ୍ୟ କରିଥିଲା। କେତେକଙ୍କୁ ପାଗ, କେତେକଙ୍କୁ ଭ୍ରମ ଏବଂ କେତେକଙ୍କୁ କୌଣସି ଅଦୃଶ୍ୟ ଶକ୍ତି ଦ୍ୱାରା ଅଟକାଇ ଦିଆଯାଇଥିଲା। ଥରେ ରୁଷୀୟ ପର୍ବତାରୋହୀମାନେ ପ୍ରାୟ ଶିଖରର ପାଖାପାଖି ପହଞ୍ଚି ଯାଇଥିଲେ। କିନ୍ତୁ ସେମାନେ କହିଥିଲେ ଯେ, " ସେତେବେଳେ ସେମାନଙ୍କୁ ଏପରି ଲାଗିଲା, ଯେପରି କୌଣସି ଶକ୍ତି ଆମକୁ ଆମ ଭିତରକୁ ଟାଣି ନେଉଛି ଏବଂ ଆମର ଚେତନା ଦୋହଲିବାକୁ ଲାଗିଛି ।" ତିବ୍ବତୀୟମାନେ ବିଶ୍ୱାସ କରନ୍ତି ଯେ, "ଯେଉଁ ଲୋକ କୈଳାସ ପର୍ବତାରୋହଣ କରେ, ସେ ପୃଥିବୀକୁ ଆଉ ଫେରି ଆସେ ନାହିଁ।"
କୈଳାସ ଭିତରକୁ ଯିବା ପାଇଁ କୌଣସି ଭୂମିଗତ ପଥ ଅଛି କି?
ଅନେକ ତୀର୍ଥଯାତ୍ରୀ ଅନୁଭବ କରିଛନ୍ତି ଯେ କୈଳାସ ପରିକ୍ରମା କରିବା ସମୟରେ କିଛି ସ୍ଥାନରେ ସେମାନେ ଅନୁଭବ କରିଥିଲେ ଯେପରି ପର୍ବତ ଭିତରକୁ ଏକ ସୁଡ଼ଙ୍ଗ ଅଛି କିମ୍ବା ଯେପରି ଏକ ପଥ ଏହା ଭିତରକୁ ଯାଇଛି। କିଛି ସାଧକ ଧ୍ୟାନରେ ଏକ ଦିବ୍ୟ ନଗରୀ ଦେଖିଥିଲେ, ଯେଉଁଠାରେ ଆଲୋକ, ସଙ୍ଗୀତ ଏବଂ ଅଲୌକିକ ଶକ୍ତିର ଅନୁଭବ ହେଉଥିଲା। ପୌରାଣିକ ବିଶ୍ୱାସ ଅନୁସାରେ ଭଗବାନ ଶିବ କେବଳ କୈଳାସ ପର୍ବତ ବାହାରେ ନୁହେଁ, ବରଂ ଏହା ଭିତରେ ମଧ୍ୟ ବାସ କରନ୍ତି। ଏହି ପର୍ବତର ଅତି ସଘନ ଆଭ୍ୟନ୍ତରୀଣ ଇଲାକାରେ ମଣିଷର ସ୍ଥୂଳ ଆଖିକୂ ଦେଖାଯାଊନଥିବା ଦିବ୍ୟ ଆଭା ପରିପୂର୍ଣ ଏପରି ସୂକ୍ଷ୍ମ ଜଗତ ଅଛି ,ଯାହା ଜଣେ ସାଧାରଣ ମଣିଷର ସାଧାରଣ ଚେତନାର ବୁଝିବା ଶକ୍ତ ବାହାରେ। ଏହା ବିଶ୍ୱାସ କରାଯାଏ ଯେ କୈଳାସ ଏକ ଶକ୍ତି ଚକ୍ରର କେନ୍ଦ୍ର ସ୍ଥଳରେ ଅବସ୍ଥିତ, ଯେଉଁଠାରେ ପଞ୍ଚମ ଆୟାମ ସକ୍ରିୟ, ଏହା ଏକ ଆୟାମ, ଯାହା ଆମକୁ ଅନ୍ୟ ଜଗତକୁ ନେଇଯାଇପାରେ।
ଶାମ୍ଭଲା : ଦିବ୍ୟ ନଗରୀକୁ ଯିବା ପାଇଁ ଏକ ପଥ?
ତିବ୍ବତୀୟ ପରମ୍ପରାରେ କୈଳାସକୁ କାଙ୍ଗ ରିନପୋଛେ ଅର୍ଥାତ୍ "ମୂଲ୍ୟବାନ ବରଫର ମଣି" କୁହାଯାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ କୈଳାସ ଭିତରେ ଏକ ପଥ ଅଛି, ଯାହା ଶାମ୍ଭଲାକୁ ନେଇଯାଏ । ଏହା ଏକ ଦିବ୍ୟ ନଗରୀ, ଯେଉଁଠାରେ କେବଳ ସିଦ୍ଧ ଆତ୍ମା ସବୁ ବାସ କରନ୍ତି। ବୌଦ୍ଧ ଧର୍ମରେ ତାରା ଦେବୀ ଏବଂ ଚକ୍ରସମ୍ବରଙ୍କ ସାଧନା ମଧ୍ୟ କୈଳାସ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ। ବୋନ୍ ପରମ୍ପରାରେ, କୈଳାସକୁ ବ୍ରହ୍ମାଣ୍ଡର ରକ୍ଷକ ଭାବରେ ବିବେଚନା କରାଯାଉଥିବା ସିପା ହୋରଙ୍କ ବାସସ୍ଥାନ ବୋଲି କୁହାଯାଏ।
କୈଳାସରୁ ଆସୁଥିବା ଦିବ୍ୟ ଧ୍ଵନୀ
ତିବ୍ବତୀ ଲୋକକଥା କହେ ଯେ କେତେବେଳେ କୈଳାସରୁ ଡମରୁ ପରି ଶବ୍ଦ ଶୁଣାଯାଏ। ଆଉ କେତେବେଳେ ରାତିରେ ପର୍ବତ ଶିଖରରୁ ଦିବ୍ୟ ଆଲୋକ ବିଚ୍ଛୁରିତ ହୁଏ। ଲୋକମାନେ ବିଶ୍ୱାସ କରନ୍ତି ଯେ ଏ ସବୁ କୈଳାସରେ ଭଗବାନ ଶିବଙ୍କ ଉପସ୍ଥିତିର ସଙ୍କେତ ବହନ କରେ। ମହାନ ତିବ୍ଦତୀୟ ସନ୍ଥ ମିଲାରେପା ବର୍ଷ ବର୍ଷ ଧରି କୈଳାସ ଚାରି ପାର୍ଶ୍ବରେ ଧ୍ୟାନ କରିଥିଲେ। ଥରେ ଧ୍ୟାନାବସ୍ଥାରେ ସେ ପର୍ବତରେ ଏକ ଖୋଲା ଦ୍ୱାର ଥିବା ଦେଖିଲେ, ଯେଉଁଠାରୁ ଦିବ୍ୟ ଆଲୋକ ଏବଂ ଦିବ୍ୟ ଶବ୍ଦ ବାହାରକୁ ଆସୁଛି। କିନ୍ତୁ ତା’ପରେ ସେ ଏକ ଆନ୍ତରିକ ସଙ୍କେତ ମିଳିଲା ଯେ, “ଏହି ଦ୍ୱାର କେବଳ ସେମାନଙ୍କ ପାଇଁ ଉଦ୍ଧିଷ୍ଟ , ଯେଉଁମାନେ ତପସ୍ୟା ଏବଂ ତ୍ୟାଗର ଶୀର୍ଷରେ ପହଞ୍ଚିଛନ୍ତି।” କୁହାଯାଏ ଯେ ଗୋରଖନାଥ ଏବଂ ମତ୍ସ୍ୟେନ୍ଦ୍ରନାଥଙ୍କ ଭଳି ମହାନ୍ ବିଭୂତି ସମ୍ପନ୍ନ ଭାରତୀୟ ଯୋଗୀମାନେ କୈଳାସ ଭିତରକୁ ପ୍ରବେଶ କରିଥିଲେ।କୈଳାସ ଭିତରକୁ ପ୍ରବେଶ କରିବାପରେ ସେମାନେ ବହୁତ ବର୍ଷ ପର୍ଯ୍ୟନ୍ତ ଫେରିଲେ ନାହିଁ। ଦୀର୍ଘ ବର୍ଷ ପରେ ଯେତେବେଳେ ସେମାନେ ଫେରିଲେ, ସେମାନଙ୍କ ଶରୀର ଆଉ ନ ଥିଲା , ବରଂ ସେମାନଙ୍କର ଜ୍ୟୋତିର୍ମୟ ଚେତନା ଫେରି ଆସିଥିଲା।
କୈଳାସ ଏବଂ ସମୟର ରହସ୍ୟ
କୈଳାସ ଯାତ୍ରା ସମୟରେ ଅନେକ ତୀର୍ଥଯାତ୍ରୀ ଅନୁଭବ କରିଥିଲେ ଯେ ସେମାନଙ୍କର କେଶ ଏବଂ ନଖ ସାଧାରଣ ଅପେକ୍ଷା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି। ବିଜ୍ଞାନ ଏହାକୁ
Time Dilation ତଥା ସମୟର ବିସ୍ତାର ବୋଲି କହିଥାଏ, ଯେତେବେଳେ କି କୌଣସି ସ୍ଥାନରେ ସମୟର ପ୍ରବାହ ଅନ୍ୟ ସ୍ଥାନଠାରୁ ଭିନ୍ନ ହୋଇଥାଏ। ଏପରି ପ୍ରଭାବ ସାଧାରଣତଃ Black Whole ତଥା କୃଷ୍ଣ ଗର୍ତ୍ତ ଭଳି ସ୍ଥାନରେ ଦେଖାଯାଏ। ତେବେ କୈଳାସ କ'ଣ ଏପରି ଏକ ଶକ୍ତି କେନ୍ଦ୍ର ଅଟେ ?
କୈଳାସ କ’ଣ ଏକ ପ୍ରାଚୀନ ପିରାମିଡ୍?
ଋଷୀୟ ବୈଜ୍ଞାନିକ ଡକ୍ଟର ଅର୍ନେଷ୍ଟ ମୁଲଦାଶେଭ ବହୁ ବର୍ଷ ଧରି କୈଳାସ ପର୍ବତ ଉପରେ ଗବେଷଣା କରିଥିଲେ। ସେ କୁହନ୍ତି ଯେ କୈଳାସ ଏକ ପ୍ରାକୃତିକ ପର୍ବତ ନୁହେଁ, ବରଂ ଏହା ଏକ ବିଶାଳ ପିରାମିଡ୍। ତାଙ୍କ ଅନୁସାରେ ଏହା ଏକ Energy Transmitter ତଥା ଶକ୍ତି ପ୍ରବାହକ, ଯାହା କି ଏକ ଅତି ପ୍ରାଚୀନ ସଭ୍ୟତା ଦ୍ୱାରା ନିର୍ମିତ ହୋଇଥିଲା। ସେ ଏହା ମଧ୍ୟ ଜାଣିବାକୁ ପାଇଲେ ଯେ କୈଳାସ ଆଖପାଖରେ ଅନେକ ପର୍ବତ ଏକ ସମାନ ଦୂରତ୍ଵରେ ରହିଛନ୍ତି, ଯେପରିକି କୈାଣସି ବିଶାଳ ପ୍ରଣାଳୀ। କେତେକ ସାଧକ ଧ୍ୟାନାବସ୍ଥାରେ ଦେଖିଛନ୍ତି ଯେ କୈଳାସ ଭିତରେ ଏକ ମନ୍ଦିର ଅଛି, ଯେଉଁଠାରେ ଦୀପ ଜଳୁଛି, ତାହା ସହିତ ସେଠାରୁ ଆଶ୍ଚର୍ଯ୍ୟଜନକ ଆଲୋକ ରଶ୍ମୀ ବିଚ୍ଛୁରିତ ହେବା ସହ ଦିବ୍ୟ ସଙ୍ଗୀତର ତରଙ୍ଗ ଭାସିଆସୁଛି। ଜଣେ ସାଧକ କହିଥିଲେ ଯେ , “ଯେତେବେଳେ ମୁଁ ଧ୍ୟାନସ୍ଥ ହୋଇ ମୋ ଆଖି ବନ୍ଦ କଲି, ସେତେବେଳେ ସେଠାରେ ଏକ ଆଲୋକ ଜଳୁଥିବା ଦେଖିଲି।”ଆଉ କେହି କହିଲେ ଯେ, “ମୁଁ ଏକ ଅଦୃଶ୍ୟ ମନ୍ଦିର ଦେଖିଲି, ଯାହା ଭିତରେ ପ୍ରକଟ ହେଲା।” କୈଳାସ ପର୍ବତରେ ବସି ଧ୍ୟାନ କଲେ ଶରୀରରେ କମ୍ପନ, ବ୍ରହ୍ମ ଧ୍ଵନୀ ଏବଂ ଅପାର ଉର୍ଜାର ଅନୁଭବ କରିବା ସାଧାରଣ ବୋଲି ବିବେଚନା କରାଯାଏ। ଅନେକ ଯାତ୍ରୀ କହିଥିଲେ ଯେ ସେମାନେ ପର୍ବତ ପାଖରେ ପହଞ୍ଚିବା ମାତ୍ରେ କୌଣସି ଅଦୃଶ୍ୟ ଶକ୍ତି ସେମାନଙ୍କୁ ଅଟକାଇ ଦେଉଥିଲା। କେତେକ ରହସ୍ୟମୟ ସ୍ୱପ୍ନ ଦେଖିଥିଲେ, କେତେକ ନିଜକୁ ଅନ୍ୟ କୌଣସି ଲୋକରେ ପାଇଥିଲେ।