
ପୁଣେର ୨୨ ବର୍ଷୀୟା ଆଇନ ଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ଶର୍ମିଷ୍ଠା ପାନୋଲିଙ୍କ ଗିରଫଦାରୀକୁ ନେଇ ଦେଶରେ ରାଜନୀତି ଉଷ୍ମ ହୋଇଛି। ଅପରେସନ ସିନ୍ଦୂର ସହିତ ଜଡିତ ଏକ ଭିଡିଓରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ କୋଲକାତା ପୋଲିସ ଶର୍ମିଷ୍ଠାଙ୍କୁ ଗୁରୁଗ୍ରାମରୁ ଗିରଫ କରିଛି। ଏହି ଏ ସମ୍ପର୍କରେ ଶର୍ମିଷ୍ଠା ପାନୋଲିଙ୍କ ବିରୋଧରେ ଏଫଆଇଆର ଦାୟର କରିଥିବା ୱାଜାହତ ଖାନ କାଦରୀ ରାଶିଦି ମଧ୍ୟ ସମାନ ସମସ୍ୟାରେ ଛନ୍ଦିହୋଇପଡି ନିଶ୍ଚିତ ଗିରଫଦାରୀର ସମ୍ମୁଖୀନ ହୋଇଛନ୍ତି।
ହିନ୍ଦୁ ଦେବୀ ଦେବତାଙ୍କ ଉପରେ ଆପତ୍ତିଜନକ ପୋଷ୍ଟର ଅଭିଯୋଗ ୱାଜହତ ଖାନ କାଦରୀଙ୍କ ବିରୁଦ୍ଧରେ ହିନ୍ଦୁ ଦେବୀ ଦେବତାଙ୍କୁ ଅପମାନ ଏବଂ ଆପତ୍ତିଜନକ ପୋଷ୍ଟ କରିବାର ଅଭିଯୋଗ ରହିଛି। ଏହି ମାମଲା ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ୱାଜାହତ ରସିଦଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। "ଆସାମ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ବଙ୍ଗଳାକୁ ଏକ ଦଳ ପଠାଇଛି। ଆମେ ୱାଜାହତଙ୍କ ଗିରଫଦାରୀ ସମ୍ପର୍କରେ ବଙ୍ଗଳା ସରକାରଙ୍କ ଠାରୁ ସାହାଯ୍ୟ ଲୋଡ଼ିଛୁ।"
ବିଜେପିର ବଙ୍ଗଳା ସରକାରଙ୍କ ଉପରେ ପ୍ରଶ୍ନ ଜନସେନା ମୁଖ୍ୟ ଏବଂ ଆନ୍ଧ୍ର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏବଂ ବିଜେପି ଦଳ ଶର୍ମିଷ୍ଠା ପାନୋଲିଙ୍କ ଗିରଫଦାରୀ ସମ୍ପର୍କରେ ଟିଏମସି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି। ବିଜେପି ସାଂସଦ କଙ୍ଗନା ରାଣାୱତ କହିଛନ୍ତି ଯେ, "ଆଇନ ଶୃଙ୍ଖଳା ନାମରେ କାହାକୁ ଏପରି ହଇରାଣ କରିବା ଠିକ୍ ନୁହେଁ, ବିଶେଷକରି ଯେତେବେଳେ ସେ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି ଏବଂ ଆପତ୍ତିଜନକ ପୋଷ୍ଟ ମଧ୍ୟ ହଟାଇ ଦେଇଛନ୍ତି। ଗୋଟିଏ ଭୁଲ ଯୋଗୁ ତାଙ୍କର ସମଗ୍ର କ୍ୟାରିଅରକୁ ନଷ୍ଟ କରିବା ଠିକ୍ ନୁହେଁ।" ସେ ବଙ୍ଗଳା ସରକାରଙ୍କୁ ରାଜ୍ୟକୁ ଉତ୍ତର କୋରିଆ ନ କରିବାକୁ, ବରଂ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି।
। ଭାରତୀୟ ବାର ଆସୋସିଏସନ୍ ତୁରନ୍ତ ଖଲାସ ଦାବି କଲା ଦିଲ୍ଲୀ ବାର ଆସୋସିଏସନ୍ ଶର୍ମିଷ୍ଠା ପାନୋଲିଙ୍କୁ ତୁରନ୍ତ ଖଲାସ କରାଯିବାକୁ ଦାବି କରିଛି। ଭାରତୀୟ ବାର ଆସୋସିଏସନ୍ (BCI) ସଭାପତି ମନନ କୁମାର ମିଶ୍ର ଶର୍ମିଷ୍ଠା ପାନୋଲିଙ୍କୁ ତୁରନ୍ତ ଖଲାସ କରିବା ଏବଂ ଏହାର ନିରପେକ୍ଷ ବିଚାର ଦାବି କରିଛନ୍ତି। ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଶର୍ମିଷ୍ଠା ପାନୋଲିଙ୍କ ମାମଲାରେ ନ୍ୟାୟପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ୍ କରିଛନ୍ତି। ସେ ଟିଏମସି ସରକାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଛନ୍ତି, "ଯେତେବେଳେ ଟିଏମସିର ନିର୍ବାଚିତ ନେତା, ସାଂସଦମାନେ ସନାତନ ଧର୍ମର ମଜା କରନ୍ତି, ଲକ୍ଷ ଲକ୍ଷ ଲୋକ ବହୁତ ଦୁଃଖିତ ହୁଅନ୍ତି, ସେ ସମ୍ପର୍କରେ କ'ଣ କରାଯାଇଛି ?"
କୋର୍ଟ ଜାମିନ ଦେଲେନାହିଁ
ମଙ୍ଗଳବାର ଦିନ କଲିକତା ହାଇକୋର୍ଟ ଇନ୍ଫ୍ଲୁଏନସର୍ ତଥା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବାକ୍ ସ୍ୱାଧୀନତା ଧାର୍ମିକ ଭାବନାକୁ ଆଘାତ କରିବାକୁ ଅନୁମତି ଦିଏ ନାହିଁ।
ହାଇକୋର୍ଟ ଦେଶର ବିବିଧତାକୁ ମନେପକାଇ ଦେଇ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ଭାବନାକୁ ଆଘାତ ଦେଇଛି। ୨୨ ବର୍ଷୀୟା ଆଇନ ଛାତ୍ରୀ ‘ଅପରେସନ ସିନ୍ଦୂର’ ପରିପ୍ରେକ୍ଷୀରେ ଧାର୍ମିକ ପରିଚୟ ଉପରେ ଲୋକଙ୍କୁ ଟାର୍ଗେଟ କରି ଏକ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିଥିଲେ। ମନ୍ତବ୍ୟ ପାଇଁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ପରେ ଭିଡିଓଟିକୁ ଡିଲିଟ୍ ବି କରିଦେଇଥିଲେ।
ପୁଣେର ଏହି ଆଇନ୍ ଛାତ୍ରୀ ଜଣଙ୍କୁ ଗୁରୁବାର ରାତିରେ କୋଲକାତା ପୁଲିସ୍ ଗିରଫ କରିଛି। ତେବେ ଏହି ମାଲାକୁ ନେଇ ଏକ ନୂଆ ତଥ୍ୟ ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀ ଜଣକ ଏବେ ନିଖୋଜ ଅଛନ୍ତି।