

ରାଜା ରଘୁବଂଶୀ ହତ୍ୟା ମାମଲା: ସ୍ତ୍ରୀ ସାଜିଲା ପିଶାଚିନୀ- ସୁପାରିଶ ଦେଇ ହତ୍ୟା କରାଇଛି – ପ୍ରେମିକ ସହ ଗିରଫ
………………………………….
…………………………………
ଇନ୍ଦୋରରୁ ମେଘାଳୟକୁ ହନିମୁନ୍ ପାଇଁ ଯାଇଥିବା ଦମ୍ପତି ରାଜା ରଘୁବଂଶୀ ଓ ସୋନମଙ୍କ ହତ୍ୟା ଆଉ ନିଖୋଜ କାହାଣୀ ଏବେ ସମ୍ପୂର୍ଣ୍ଣ କଡ଼ ବଦଳାଇ ନୂଆ ଏକ ନୂଆ ଆଉ ଆଶ୍ଚର୍ଯ୍ୟଜନକ ମୋଡ ନେଇଛି । ବାସ୍ତବରେ ରାଜା ରଘୁବଂଶୀଙ୍କ ହତ୍ୟା ପରେ ତାଙ୍କ ସ୍ତ୍ରୀ ନିଖୋଜ ହୋଇନଥିଲେ। ଓଲଟା ତାଙ୍କ ସ୍ତ୍ରୀ ସୋନମ୍ ହିଁ ନିଜ ପ୍ରେମିକ ସହ ମିଶି ସୁପାରିସ ଜରିଆରେ ରାଜା ରଘୁବଂଶୀଙ୍କ ହତ୍ୟା କରାଇ ଲୁଚି ଯାଇଥିଲା।ମୃତଦେହ ମିଳିବା ପରେ ସୋନମଙ୍କୁ ତାଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି । ସୋମବାର ସକାଳେ ସୋନମ ଉତ୍ତରପ୍ରଦେଶର ଗାଜୀପୁରରେ ଆତ୍ମସମର୍ପଣ କରିଥିଲେ। ସୋନମଙ୍କ ସହ ଆଉ ତିନିଜଣଙ୍କୁ ମଧ୍ୟ ରାଜାଙ୍କ ହତ୍ୟା ମାମଲାରେ ଗିରଫ କରାଯାଇଛି ।
ପୋଲିସ୍ ଅନୁସାରେ ସୋନମ ସୁପାରୀ ଦେଇ ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିଲେ। ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ । ମେଘାଳୟର ଡିଜିପି ଇଦାଶିଶା ନୋଙ୍ଗରାଙ୍ଗ କହିଛନ୍ତି ଯେ ସୋନମ ନିଜ ସ୍ୱାମୀଙ୍କ ହତ୍ୟା ପାଇଁ ସୁପାରୀ ଦେଇଥିଲେ। ଜଣେ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି ଏବଂ ଦୁଇ ଅଭିଯୁକ୍ତଙ୍କୁ ଏସ୍ଆଇଟି ଇନ୍ଦୋରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଆଉ କିଛି ଲୋକଙ୍କ ନାମ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ସୋନମ ଉତ୍ତରପ୍ରଦେଶର ନନ୍ଦଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା । ମାମଲାରେ ଏକ ନୂଆ ମୋଡ଼ ତେବେ ଆସିଲା, ଯେତେବେଳେ ସୋନମଙ୍କ ଗିରଫ ପରେ ରାଜ କୁଶୱାହା ନାମକ ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଲା। ଏକ ରିପୋର୍ଟ ଅନୁସାରେ ବିବାହ ପୂର୍ବରୁ ସୋନମଙ୍କର ରାଜ କୁଶୱାହାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ଅନୁମାନ କରାଯାଉଛି ଯେ ନିଜର ଏହି ପ୍ରେମ ସମ୍ପର୍କ ପାଇଁ ସୋନମ ରାଜା ରଘୁବଂଶୀଙ୍କୁ ସୁପାରୀ ଦେଇ ହତ୍ୟା କରିଥିଲେ।
ହନିମୁନ୍ ରୁ କିପରି ହେଲା ହତ୍ୟାକାଣ୍ଡ ? ରାଜା ରଘୁବଂଶୀ ଓ ସୋନମଙ୍କ ବିବାହ ଗତ ମାସ ୧୧ ମେ'ରେ ହୋଇଥିଲା । ବିବାହର ୯ ଦିନ ପରେ ଦୁହେଁ ହନିମୁନ୍ ପାଇଁ ବେଙ୍ଗାଲୁରୁ ହେଇ ଗୁୱାହାଟୀ ପହଞ୍ଚିଥିଲେ ଏବଂ ମା' କାମାକ୍ଷା ଦେବୀଙ୍କ ଦର୍ଶନ କରିଥିଲେ । ଏଠାରୁ ରାଜା ଓ ସୋନମ ହନିମୁନ୍ ମନାଇବା ପାଇଁ ମେଘାଳୟ ଅଭିମୁଖେ ଯାତ୍ରା କରିଥିଲେ। ମେଘାଳୟ ପହଞ୍ଚି ଦୁହେଁ ଶିଲଂ ଯାଇଥିଲେ ଏବଂ ଏକ ସ୍କୁଟି ଭଡ଼ାରେ ନେଇଥିଲେ । ୨୨ ମେ'ରେ ପରିବାର ସହ ଶେଷ ଥର ପାଇଁ କଥା ହୋଇଥିଲା ଏବଂ ଏହାପରେ ଦୁହେଁ ନିଖୋଜ ହୋଇଯାଇଥିଲେ । ଯେତେବେଳେ ପରିବାରର ସମ୍ପର୍କ ରାଜା ଓ ସୋନମଙ୍କ ସହ ହୋଇ ପାରିଲା ନାହିଁ, ମେଘାଳୟ ପୁଲିସକୁ ସେମାନଙ୍କ ନିଖୋଜ ହେବା ଅଭିଯୋଗ ଦିଆଯାଇଥିଲା ଏବଂ ଦୁହିଁଙ୍କୁ ଖୋଜା ଆରମ୍ଭ ହୋଇଥିଲା। ୧୧ ଦିନ ପରେ ରାଜା ରଘୁବଂଶୀଙ୍କ ମୃତଦେହ ଏକ ଖାଇରେ ମିଳିଥିଲା। ମୃତଦେହ ପାଖରେ ଏକ କାଠ କାଟିବା ଦାଆ ମଧ୍ୟ ମିଳିଥିଲା। ରାଜାଙ୍କ ପର୍ସ, ଘଣ୍ଟା, ସୁନା ଚେନ୍, ଅଙ୍ଗୁଠି ଏବଂ ହୀରା ବ୍ରେସଲେଟ୍ ନିଖୋଜ ଥିଲା। ଏହା ସହ ଏକ ମହିଳାଙ୍କ ସେଫଟି ସାର୍ଟ ମଧ୍ୟ ରାଜାଙ୍କ ମୃତଦେହ ପାଖରେ ମିଳିଥିଲା।
ସମ୍ପୂର୍ଣ୍ଣ କାହାଣୀ ବଦଳି ଗଲା
ପ୍ରାରମ୍ଭରେ ମନେ ହେଉଥିଲା ଯେ ରାଜା ଓ ସୋନମଙ୍କ ସହ ଲୁଟ୍ ହୋଇଛି । ହତ୍ୟାକାରୀମାନେ ଲୁଟ୍ ଉଦ୍ଦେଶ୍ୟରେ ସେମାନଙ୍କ ଉପରେ ଆକ୍ରମଣ କରିଥାଇପାରନ୍ତି। ରାଜାଙ୍କ ହତ୍ୟା ପରେ ସୋନମଙ୍କୁ ଖୋଜିବା ପାଇଁ ତୀବ୍ର ଅନୁସନ୍ଧାନ ଆରମ୍ଭ ହେଲା । ପୁଲିସ୍, ଏସ୍ଡିଆର୍ଏଫ୍, ଏନ୍ଡିଆର୍ଏଫ୍, ଏସ୍ଓଟି ଏବଂ ଡ୍ରୋନ୍ ସାହାଯ୍ୟରେ ଏକ ବଡ଼ ଧରଣର ଅନୁସନ୍ଧାନ ଅଭିଯାନ ଆରମ୍ଭ ହେଲା । ଖାଇରେ ଏନ୍ଡିଆର୍ଏଫ୍ ଯବାନମାନେ ଓହ୍ଲାଇ ସବୁ ସ୍ଥାନକୁ ଖୋଜାଖୋଜି କରିଥିଲେ । କିନ୍ତୁ ସୋମବାର ଯେତେବେଳେ ସୋନମଙ୍କ ଆତ୍ମସମର୍ପଣର ଖବର ଆସିଲା, କାହାଣୀ ସମ୍ପୂର୍ଣ୍ଣ ବଦଳି ଗଲା। ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଟ୍ୱିଟ୍ କରି କହିଥିଲେ, 'ସାତ ଦିନ ମଧ୍ୟରେ ମେଘାଳୟ ପୁଲିସ୍ ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ଏକ ବଡ଼ ସଫଳତା ହାସଲ କରିଛି। ତିନି ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି ଏବଂ ଜଣେ ମହିଳା ଆତ୍ମସମର୍ପଣ କରିଛନ୍ତି । ଆଉ ଜଣେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଭିଯାନ ଜାରି ରହିଛି ।'
ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ହେଲେ ଘଟଣା ଘଟିବାର ଦୀର୍ଘ ୧୭ ଦିନ ପରେ ସୋନମ ଉତ୍ତର ପ୍ରଦେଶର ଗାଜିପୁରର ଏକ ଢାବାରେ ଥିବା ଜଣାପଡିଥିଲା। ପରେ ସେ ଆତ୍ମସମର୍ପଣ କଲେ ଏବଂ ତା'ପରେ ତାଙ୍କୁ ଗିରଫ କରାଗଲା। ତାଙ୍କ ସହିତ ଆଉ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ମେଘାଳୟ ପୋଲିସ ଦାବି କରିଛି ଯେ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାର ଅଭିଯୁକ୍ତ ଆଉ କେହି ନୁହେଁ, ବରଂ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ ରଘୁବଂଶୀ। ପୋଲିସ ଦାବି କରିଛି ଯେ ସୋନମ ହତ୍ୟାକାରୀମାନଙ୍କୁ ସୁପାରୀ ଦେଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ।
ସୋନମଙ୍କ ବାପାଙ୍କ ବଡ଼ ବୟାନ ଅଥଚ ସୋନମଙ୍କ ବାପା ଦେବୀ ସିଂହ କହିଛନ୍ତି ଯେ ରାଜା ଏବଂ ସୋନମଙ୍କର ଆରେଞ୍ଜ ମ୍ୟାରେଜ୍ ହୋଇଥିଲା। ଯେତେବେଳେ ତାଙ୍କୁ ପଚରାଗଲାଦ ଯେ ତାଙ୍କ ଝିଅ ରାଜାଙ୍କ ସହିତ ବିବାହକୁ ବିରୋଧ କରୁଥିଲେ କି? ସୋନମଙ୍କ ବାପା କହିଲେ ନା…ମୋ ପିଲାମାନେ ଏପରି ନୁହଁନ୍ତି। ମୋ ଝିଅ ୧୮-୧୯ ବର୍ଷ ବୟସର ନୁହେଁ। ସୋନମଙ୍କ ବାପା ଦେବୀ ସିଂହ, ରଘୁବଂଶୀଙ୍କ ହତ୍ୟା ସମ୍ପର୍କରେ ମେଘାଳୟ ପୋଲିସର ଦାବି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ମୋ ଝିଅ ସୁପାରୀ ଦେଇ ତା ସ୍ୱାମୀକୁ ମାରିବା କଥା ସମ୍ପୂର୍ଣ୍ଣ ଭୁଲ। ମୋ ଝିଅ ଏମିତି କାମ କରିପାରିବ ନାହିଁ। ସତ ଦିନେ ନା ଦିନେ ସାମ୍ନାକୁ ଆସିବ। ମୋ ଝିଅକୁ ଫସାଇ ଦିଆଯାଇଛି: ମେଘାଳୟ ପୋଲିସ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବାର ଅଭିଯୋଗରେ ସୋନମକୁ ଗିରଫ କରିଛି। କିନ୍ତୁ ସେମାନଙ୍କ ପରିବାର ଏହାକୁ ମାନିବାକୁ ନାରାଜ। ସୋନମଙ୍କ ବାପା, ମା’ ରାଜା ରଘୁବଂଶୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସୋନମଙ୍କ ମାଆ ମଧ୍ୟ କହୁଛନ୍ତି ଯେ ତାଙ୍କ ଝିଅ ନିର୍ଦ୍ଦୋଷ। ସୋନମଙ୍କ ମାଆ କହିଛନ୍ତି ଯେ ଏହି ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯିବା ଉଚିତ। ତାଙ୍କ ଝିଅକୁ ଶିଲଂ ପୋଲିସ ଫସାଇ ଦେଇଛି। ଏହାର ସଠିକ୍ ତଦନ୍ତ କରାଯିବା ଉଚିତ।
ମେଘାଳୟ ଡିଜିପିଙ୍କ ଅନୁଯାୟୀ, ରାଜାଙ୍କୁ ହତ୍ୟା କରିବା ପାଇଁ ସୋନମ ଅପରାଧୀଙ୍କୁ କଣ୍ଟ୍ରାକ୍ଟ ଦେଇଥିଲେ। ଏହି ମାମଲାରେ ପୋଲିସ ପତ୍ନୀ ସୋନମଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି। ସୋନମଙ୍କ ବ୍ୟତୀତ ଅନ୍ୟ ସମସ୍ତ ତିନି ଅଭିଯୁକ୍ତ ମଧ୍ୟପ୍ରଦେଶର। ଏହି ମାମଲାରେ ପୋଲିସ ଏବେ ବି ଜଣେ ଅଭିଯୁକ୍ତଙ୍କୁ ଖୋଜୁଛି। ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମ ମଧୁଚନ୍ଦ୍ରିମା ପାଇଁ ମଧ୍ୟପ୍ରଦେଶରୁ ମେଘାଳୟ ଯାଇଥିଲେ ଏବଂ ଏହି ସମୟରେ ରାଜାଙ୍କୁ ହତ୍ୟା କରାଯାଇଥିଲା।