
ବିଶ୍ଵ ବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନଙ୍କୁ କିଏ ନଜାଣେ ? ଥରେ ତାଙ୍କ ଡ୍ରାଇଭର ଆଇନଷ୍ଟାଇନଙ୍କୁ କହିଲେ – “ସାର୍, ଆପଣ ପ୍ରତ୍ୟେକ ସଭାରେ ଦେଇଥିବା ପ୍ରତିଟି ଭାଷଣ ଶୁଣି ଶୁଣି ମୁଁ ସେ ସବୁକୁ ମନେ ରଖିଛି।”
ଡ୍ରାଇଭରର କଥା ଶୁଣି ଆଇନଷ୍ଟାଇନ୍ ଆଶ୍ଚର୍ଯ୍ୟ ହୋଇଗଲେ !!!
ଆଇନଷ୍ଟାଇନ କହିଲେ – “ଠିକ୍ ଅଛି, ପରବର୍ତ୍ତୀ ସଭାର ଆୟୋଜକମାନେ ମୋତେ କେବେ ସ୍ଵଦେହରେ ଦେଖିନାହାଁନ୍ତି। ତୁମେ ମୋ ସ୍ଥାନରେ ସେଠାରେ ଭାଷଣ ଦେବ ଏବଂ ମୁଁ ତୁମ ସ୍ଥାନରେ ଡ୍ରାଇଭର ହୋଇ ଶ୍ରୋତାମାନଙ୍କ ପାଖରେ ବସିବି।”
ଏହା ହିଁ ଘଟିଲା। ପରଦିନ ସଭାରେ ଡ୍ରାଇଭର ମଞ୍ଚ ଉପରେ ଚଢ଼ି ଆଇନ ଷ୍ଟାଇନ ଭାବେ ଭାଷଣ ଦେବା ଆରମ୍ଭ କଲେ…
ତାଙ୍କ ଭାଷଣ ଶୁଣି ଉପସ୍ଥିତ ବିଦ୍ଵତ୍ ଶ୍ରୋତାମାନେ ଜୋର ଶୋରରେ କରତାଳି ମାଇଲେ।
ସେହି ସମୟରେ ଜଣେ ପ୍ରଫେସର ସେହି ଆଇନ ଷ୍ଟାଇନ ରୂପୀ ଡ୍ରାଇଭରଙ୍କୁ ପଚାରିଲେ – “ସାର୍, ଆପଣ ପୁଣି ଥରେ ଆପେକ୍ଷିକତାର ସେହି ପରିଭାଷା ବୁଝାଇ ପାରିବେ କି?”
ଅସଲି ଆଇନଷ୍ଟାଇନ ଦେଖିଲେ ଯେ ବଡ଼ ବିପଦ ଅଛି। ଡ୍ରାଇଭରର ତ ବୁଝେଇପାରିବ ନାହିଁ,ଏଥର ଡ୍ରାଇଭର୍ ଧରାପଡିବ।କଣ ହେବ ଏବେ !!!
କିନ୍ତୁ ଡ୍ରାଇଭରଙ୍କ ଉତ୍ତର ଶୁଣି ଆଇନ ଷ୍ଟାଇନ ଆଶ୍ଚର୍ଯ୍ୟଚକିତ ହୋଇଗଲେ…
ଡ୍ରାଇଭର୍ ସେହି ପ୍ରଫେସରଙ୍କୁ ଉତ୍ତର ଦେଲେ- ” କ’ଣ ଏହି ସହଜ ବିଷୟଟି ଆପଣ ବୁଝିପାରି ନାହାନ୍ତି ? ମୋ ଡ୍ରାଇଭରଙ୍କୁ ପଚାରନ୍ତୁ —ସେ ଆପଣଙ୍କୁ ବୁଝାଇ ଦେବେ।”ଏପରି ଚାତୁର୍ଯ୍ୟପୂର୍ଣ୍ଣ ଉତ୍ତର ଦେଇ ଡ୍ରାଇଭର ଜଣକ ନିଜକୁ ବିପଦମୁକ୍ତ କରିଥିଲେ।
ନିଷ୍କର୍ଷ – “ଯଦି ତୁମେ ବୁଦ୍ଧିମାନ ଲୋକଙ୍କ ସହିତ ରହିବ, ତେବେ ତୁମେ ମଧ୍ୟ ବୁଦ୍ଧିମାନ ହୋଇଯିବ। ଆଉ ଯଦି ତୁମେ ସବୁବେଳେ ମୂର୍ଖମାନଙ୍କ ସହିତ ବସିବ ଉଠିବ, ତେବେ ତୁମର ମାନସିକତା ତଥା ବୁଦ୍ଧିମତ୍ତାର ସ୍ତର ଏବଂ ଚିନ୍ତାଧାରା ମଧ୍ୟ ସେମାନଙ୍କ ପରି ହୋଇଯିବ..!!!”