
ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତକୁ ଓହ୍ଲାଇ ଲୋୟର୍ ପିଏମଜିରୁ ମୋହନ ସରକାର ଉପରେ ପ୍ରବଳ ବର୍ଷିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ନବୀନ ଦଳବଳ ସହ ଏକାଠି ହୋଇ ରାଜରାସ୍ତାରେ ଗର୍ଜନ କରିଛନ୍ତି। ଆନ୍ଦୋଳନରେ ଭାଗ ନେଇ ଗଣବିକ୍ଷୋଭକାରୀଙ୍କ ମନରେ ରଣହୁଙ୍କାର ଭରିଛନ୍ତି ନବୀନ । ଭାଜପା ଦେଇଥିବା ମିଛ ପ୍ରତିଶ୍ରୁତି ଓ ବିଫଳ ଅର୍ଥନୈତିକ ପରିଚାଳନା ଏବଂ ଅହେତୁକ ଦରବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ରାଜରାସ୍ତାରୁ ସିଧା ଟାର୍ଗେଟ କରିଛନ୍ତି ନବୀନ ।
ବିକ୍ଷୋଭ ସ୍ଥଳରେ ନବୀନ କହିଛନ୍ତି, ଜୁନ ମାସରେ ଭାଜପା ସରକାର ଗଠନ ହୋଇଥିଲା । ହେଲେ ଏବେ ଲୋକଙ୍କ ସୁଖଦୁଃଖ ସହ ଏହି ସରକାରର ସମ୍ପର୍କ ଥିବା ଭଳି ଜଣାପଡୁନି । ଡାଲି ଚାଉଳ ଠାରୁ ଆରମ୍ଭ କରି ଔଷଧ ସବୁ ଅତ୍ୟାବଶ୍ୟକ ପଦାର୍ଥର ଦର ବୃଦ୍ଧି ହୋଇଚାଲିଛି । ସାଧାରଣ ଲୋକଙ୍କ ପାଇଁ ଏବେ ବଞ୍ଚିବା କଷ୍ଟକର ହୋଇପଡ଼ିଛି । ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି । ମା’ ମାନେ କାନ୍ଦୁଛନ୍ତି । ଚାଷୀ ବି କାନ୍ଦୁଛନ୍ତି । କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି ବୋଲି କହି କଟାକ୍ଷ କରିଛନ୍ତି ନବୀନ ।
ଏହାକୁ ନେଇ ନବୀନଙ୍କୁ ଟାର୍ଗେଟ କରିଛି ଭାଜପା। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନବୀନଙ୍କୁ କଡା ଜବାବ ଦେଇ କହିଛନ୍ତି ଯେ, ବିଜେଡି ଯାହା କହୁଛି , ତାହା ନାଟକ ଛଡା କିଛି ନୁହେଁ । ପନିପରିବା, ତେଲ, ଡାଲି ଦର କମ୍ ଅଛି। ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ ଅଛି। ନବୀନ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି , କିନ୍ତୁ ଗତ ୨୪ବର୍ଷ ଭିତରେ ସେ ଏମିତି କେତେ ଥର ଫିଲ୍ଡକୁ ଓହ୍ଲାଇଛନ୍ତି?
ନବୀନ ତାଙ୍କ ଦରଦାମ ବୃଦ୍ଧି ପ୍ରତିବାଦ ଭାଷଣରେ ନିମ୍ନୋକ୍ତ ପ୍ରକାରେ ବର୍ଷିଛନ୍ତି –
ଜୟ ଜଗନ୍ନାଥ
ସମସ୍ତଙ୍କୁ ନମସ୍କାର ଓ ଜୁହାର।
ବନ୍ଧୁ ଗଣ,
ଦର ଵୃଦ୍ଧି ବିରୁଦ୍ଧରେ ବିଜେଡି ଡାକରାରେ ଆପଣ ମାନେ ସାରା ଓଡିଶାରୁ ଏତେ ଶୀତରେ ଭୁବନେଶ୍ୱର ଆସିଛନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ
ଜୁନ ମାସ ରେ ବିଜେପି ସରକାର ଗଠନ ହେଲା.
ସାତ ମାସ ହୋଇଗଲା .ହଁ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ .
.କିନ୍ତୁ କାମ ଘର ଶୂନ୍ , ଦରଦାମ ବଢ଼ି ବଢ଼ି ଚାଲିଛି କିନ୍ତୁ action କିଛି ନାହିଁ .
ଏ ସରକାର ଲୋକଙ୍କ ସରକାର ବୋଲି ଦାବୀ କରୁଛି।କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣା ପଡ଼ୁନାହିଁ।
ଡାଲି କୁହନ୍ତୁ,ତେଲ କୁହନ୍ତୁ, ପରିବା କଥା କୁହନ୍ତୁ,ଗ୍ରୋସରୀ ଠାରୁ ଆରମ୍ଭ କରି ମେଡ଼ିସିନ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶ ଛୁଆଁ। ମାର୍କେଟ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ।ଆଇ ମା କାହାଣୀ କହି ସରକାର ଖୁସି ଅଛନ୍ତି । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇ ଗଲାଣି।ଅଦିନିଆ ବର୍ଷା,ଫସଲହାନୀ,ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି ।ବୋଝ ଉପରେ ଏହା ନଳିତା ବିଡା ପରି ହୋଇଛି।କିନ୍ତୁ ନେତାଙ୍କ ସମୟ ନିଜ ପ୍ରଚାରରେ ବିତୁଛି।ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି ।ମା ମାନେ କାନ୍ଦୁଛନ୍ତି ,ଚାଷୀ କାନ୍ଦୁଛନ୍ତି।କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି.
ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି. ବିଜେଡି ଠାରୁ କମ୍ ଭୋଟ ପାଇ ଏ ସରକାର କ୍ଷମତାକୁ ଆସିଛି.ଡବଲ ଇଂଜିନ ଡବଲ ମାଡ,
ଏପଟେ ଦରବୃଦ୍ଧି ମାଡ,ସେପଟେ ଜିଏସଟି ମାଡ଼,ସବୁ ଜିନିଷରେ ଜିଏସଟି ।ଗରିବ ଲୋକ ବେଶୀ ଜିଏସଟି ଦେଉଛନ୍ତି।
ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ, କିନ୍ତୁ ଫିଲ୍ମ ରିଲିଜ ହେଲା ଏମଏମ ସରକାର
ମହଙ୍ଗା ମାଡ ସରକାର.
ମାହାଙ୍ଗା ମାଡ଼ ସରକାର
ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ।
ଖୋଦ ନବୀନ ଏହି ବିକ୍ଷୋଭ ସମାବେଶ ସ୍ଥଳରେ ପହଞ୍ଚି କର୍ମୀଙ୍କୁ ମନୋବଳ ବଢ଼ାଇଥିଲେ। ସମାବେଶ ସ୍ଥଳରେ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।
ସମାବେଶରେ ସାମିଲ ହେବା ଲାଗି ବିଭିନ୍ନ ଜିଲାରୁ ବିଜେଡି କର୍ମୀମାନେ ଆସି ଲୋୟର ପିଏମଜିଠାରେ ପହଞ୍ଚିଥିଲେ। ମାଷ୍ଟରକ୍ୟାଣ୍ଟିନଠାରୁ ଲୋୟର ପିଏମଜି ଯାଏ ରାସ୍ତା ଲୋକାରଣ୍ୟ ହୋଇପଡ଼ିଥିଲା। ନବୀନ କହିଥିଲେ ଯେ, ବିଜେପି ସରକାର ଆସିବା ପରେ ଦରଦାମ ବଢ଼ିବାରେ ଲାଗିଛି। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇଗଲାଣି। ଏମଏମ(ମୋହନ ମାଝୀ) ସରକାର ମହଙ୍ଗା ମାଡ଼ ସରକାର ବୋଲି ନବୀନ କହିଥିଲେ।