
ବିଜେଡି ସରକାର ଅମଳରେ ଓଡିଆ ଠିକାଦାରମାନେ ଖୁବ୍ ପାତ୍ର ଅନ୍ତରର ସମ୍ମୁଖୀନ ହୋଇ ଢେର୍ ନିଷ୍ପେସିତ ହୋଇଥିଲେ।ଅଣ ଓଡିଆ ଠିକାଦାରମାନଙ୍କୁ ଗେହ୍ଲା ପୁଅ ପରି ଠିକା କାମ ସବୁ ଦିଆଗଲା। ଓଡିଆ ଠିକାଦାରମାନଙ୍କୁ ଯାହି ତାହି ଯେତିକି କାମ ମିଳିଲା, ତାହା ନୁହେଁ ସହିତ ସମାନ। ହେଲେ ସରକାର ବଦଳିବା ପରେ ଅଣ ଓଡିଆ ଠିକାଦାରଙ୍କ ପ୍ରତି ନୂଆ ମୋହନ ସରକାରର ବଦଳିଛି ଆଭିମୁଖ୍ୟ ଆଉ ଅଣ ଓଡ଼ିଆ ଠିକାଦାରଙ୍କ ଉପରେ ବାଜିଛି ମୋହନଙ୍କ ଛାଟ।ଓଡିଆ ଠିକାଦାରମାନଙ୍କ ପ୍ରତି ଏବେ ନ୍ୟାୟ ଆରମ୍ଭ ହୋଇଛି।
ନବୀନ ସରକାର ସମୟରେ ହୋଇଥିବା ପ୍ରାୟ ସାଢେ ୩ ହଜାର କୋଟିର ୫ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ବାତିଲ କରିଛନ୍ତି ମୋହନ ସରକାର । ଗତ ୨୧ ତାରିଖରେ ମେଗା ଲିଫ୍ଟର ଚିଫ ଇଂଜିନିୟରଙ୍କୁ ଚିଠି ଲେଖି ୫ଟି ପ୍ରକଳ୍ପର ଟେଣ୍ଡର ବାତିଲ କରିବାକୁ କୁହାଯାଇଛି । ନଜର ପକାନ୍ତୁ ଯେଉଁ ଅଣ ଓଡ଼ିଆ ଉଠା ଜଳସେଚନ ପ୍ରକଳ୍ପ ପାଇଥିଲେ, ତାହା ବି ସାଧାରଣ ନିର୍ବାଚନର ଅଢେଇ ମାସ ପୂର୍ବରୁ । ଏହିସବୁ ସଂସ୍ଥା ରାଜ୍ୟର ସମ୍ୱଲପୁର, ବରଗଡ, ଝାରସୁଗୁଡା, ନୂଆପଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ୬୦ ହଜାରରୁ ଅଧିକ ହେକ୍ଟର ଚାଷ ଜମିକୁ ୩ ବର୍ଷ ଭିତରେ ଜଳସେଚନ କରିବାକୁ ଟେଣ୍ଡର ନେଇଥିଲେ । ଏଥିପାଇଁ ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିଲା। ହେଲେ ସରକାର ବଦଳିବା ପରେ ନିଷ୍ପତ୍ତି ମଧ୍ୟ ବଦଳାଇ ଦେଇଛନ୍ତି ସରକାର ।
ଏପଟେ ନୂଆ ସରକାରଙ୍କ ଟେଣ୍ଡର ବାତିଲକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସଂପନ୍ନ କମିଟିର ଟେଣ୍ଡର ବାତିଲ ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ । ଆଉ କ୍ଷମତାପ୍ରାପ୍ତ କମିଟିର ସୁପାରିଶ ଆଧାରରେ ଟେଣ୍ଡରକୁ ବାତିଲ କରାଯାଇଛି ।