

ମୁମ୍ଵାଇର ରାଜରାସ୍ତାରେ ଘୁରିବୁଲୁଛି ଜଣେ ଆଦି ମାନବ। ଏହି ଆଦି ମାନବ ଜଣକ କେଉଁଠାରୁ ଆସିଲା , ତାହା କେହି କହିପାରୁନାହାନ୍ତି। ଏହି ବିଚିତ୍ର ବେଶଭୂଷାଧାରୀ ଆଦିମାନବର ବିଚିତ୍ର ଉଚ୍ଚାରଣ,ବିଚରଣ ଆଉ ଆଚରଣ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।
ତେବେ ଏହି ବିଚିତ୍ର ମାନବ ତଥା ଆଦିମାନବ ଆଉ କେହି ନୁହଁ, ସେ ଥିଲେ ପ୍ରଖ୍ୟାତ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅମୀର ଖାନ୍। ଉଲ୍ଲେଖନୀୟ ଯେ ଅମୀର ଖାନ୍ ମଝିରେ ମଝିରେ ଏହିପରି ବିଭିନ୍ନ ବିଚିତ୍ର ବେଶଭୂଷା ଧାରଣ କରି ଆବିର୍ଭୁତ ହୋଇଥାଆନ୍ତି।