


ପର୍ଶୁରାମ ଅନ୍ତ କରନ୍ତି ଅନ୍ୟାୟର, ପର୍ଶୁରାମ ପୂଜା କରନ୍ତି ଗୋମାତାର, ଆଉ ସେ ସଂହାର କରିବା ବି ଜାଣନ୍ତି। ସେ ଏହି ପୃଥିବୀରେ ଏବେ ବି ବିଦ୍ୟମାନ ଚିରଞ୍ଜିବୀ ରୂପେ, ସେ ଜାମଦଗ୍ନିଙ୍କ ପୁତ୍ର, ସେ ପର୍ଶୁରାମ, ସେ ପରାଶୁରାମ | ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପରଶୁରାମ,ମାତା ରେଣୁକା ଏବଂ ପିତା ଜମଦଗ୍ନିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ।
ପର୍ଶୁରାମଙ୍କର ପିଲାଦିନର ନାମ ରାମ ଥିଲା। ରାମ ଭଗବାନ ଶିବଙ୍କୁ ପୂଜା କରୁଥିଲେ ଏବଂ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ ” ବିଦ୍ୟୁଦଭ” ନାମକ ଏକ ବିଶେଷ ଦିବ୍ୟାସ୍ତ୍ର ତଥା ପରଶୁ ପ୍ରଦାନ କରିଥିଲେ।
ଭଗବାନ ଶିବଙ୍କ ଠାରୁ ଆଶୀର୍ବାଦ ଭାବରେ ସେ ଶ୍ରୀକୃଷ୍ଣଙ୍କ ତ୍ରିଲୋକ୍ୟ ବିଜୟ କବଚଳ, ସ୍ୱରାଜ ସ୍ତୋତ୍ର ଏବଂ ମନ୍ତ୍ର କଳ୍ପତରୁ ମଧ୍ୟ ପ୍ରାପ୍ତ ହୋଇଥିଲେ । ଶିବ ତାଙ୍କ ତପସ୍ୟାରେ ପ୍ରଭାବିତ ହୋଇ ଏସବୁ ତାଙ୍କୁ ଦେଇଥିଲେ। ପରଶୁରାମ ଅସ୍ତ୍ରଶସ୍ତ୍ରର ଜଣେ ମହାନ ଗୁରୁ ଭାବରେ ମଧ୍ୟ ନିଜର ଛାପ ସୃଷ୍ଟି କରିଥିଲେ। ପରଶୁରାମ ଏକାଦଶ ଛନ୍ଦଯୁକ୍ତ “ଶିବା ପଞ୍ଚତ୍ଵାରିଂଶନାମ” ସ୍ତୋତ୍ର ମଧ୍ୟ ରଚନା କରିଥିଲେ। ପର୍ଶୁରାମଙ୍କୁ ଅମର ବା ଚିରଞ୍ଜିବୀ ବୋଲି ବିବେଚନା କରାଯାଏ |
ପରଶୁରାମ ସବୁବେଳେ ମହିଳାଙ୍କ ସମ୍ମାନକୁ ମହତ୍ୱ ଦେଇଆସିଛନ୍ତି। ସେ ଋଷି ଅତ୍ରିଙ୍କ ପତ୍ନୀ ଅନୁସୂୟା ଏବଂ ମହର୍ଷି ଅଗସ୍ତ୍ୟଙ୍କ ପତ୍ନୀ ଲୋପାମୁଦ୍ରାଙ୍କ ସହିତ ମହିଳା ଜାଗରଣ ପାଇଁ ଅକ୍ଳାନ୍ତ ଭାବରେ କାର୍ଯ୍ୟ କରିଥିଲେ ଏବଂ ମହାଭାରତ କାଳରେ ଅମ୍ବାଙ୍କ ସମ୍ମାନ ରକ୍ଷା ପାଇଁ ଭୀଷ୍ମଙ୍କ ସହିତ ଯୁଦ୍ଧ କରିଥିଲେ। ଅମ୍ବାଙ୍କ ଅନୁରୋଧରେ ଅମ୍ବାଙ୍କୁ ଅପହରଣ ଏବଂ ତାଙ୍କ ନିଜ ଶିଷ୍ୟ ଭୀଷ୍ମଙ୍କ ସହ ଯୁଦ୍ଧ କରିବା ମହିଳାଙ୍କ ସୁରକ୍ଷା ପ୍ରତି ସମ୍ମାନ ଭାବ ଥିବା ଦର୍ଶାଏ । ପରଶୁରାମ କେବଳ ବ୍ରାହ୍ମଣମାନଙ୍କୁ ଯୁଦ୍ଧକୌଶଳ ଶିଖାଇବାକୁ ପ୍ରତିଜ୍ଞା କରିଥିଲେ। କାରଣ ସେ ନିଜେ ଜାଣିଥିଲେ ଯେ ଜଣେ କ୍ରୋଧିତ ବ୍ୟକ୍ତି ( କ୍ଷତ୍ରିୟ)ଙ୍କ ହାତରେ ଅସ୍ତ୍ର କିପରି ବିନାଶକାରୀ ହୋଇପାରେ। ବ୍ରାହ୍ମଣଙ୍କର ନିଜ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ଥିଲା ଏବଂ ସେମାନେ ଶାନ୍ତ ଏବଂ ଧୈର୍ଯ୍ୟବାନ ଥିଲେ। ତେଣୁ ସେମାନେ ଏହାକୁ କେବଳ ଅନ୍ୟମାନଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବେ, କ୍ଷମତା ହାସଲ ପାଇଁ ନୁହେଁ। ପୁରୁଷମାନେ ସାରା ଜୀବନ ଏକ ପତ୍ନୀବ୍ରତ ପାଳନର ସେ ସମର୍ଥକ ଥିଲେ। ମହିଳା ଜାଗରଣ ତାଙ୍କର ମୁଖ୍ୟ ଧ୍ୟେୟ ତଥା ଲକ୍ଷ୍ୟ ଥିଲା। ସେ ପଶୁପକ୍ଷୀମାନଙ୍କୁ ମଧ୍ୟ ପ୍ରେମ କରୁଥିଲେ ଏବଂ ସେମାନଙ୍କ ଭାଷା ମଧ୍ୟ ଜାଣିଥିଲେ।
ହୈହୟ ରାଜବଂଶର ୨୧ ଥର /ବିନାଶର ମୁଖ୍ୟ କାରଣ ଥିଲା ଗୋ ସୁରକ୍ଷା ଏବଂ ମିଛ କହି ଗାଈ ଚୋରି କରିବା, ଏବଂ ତାଙ୍କ ପିତାଙ୍କ ହତ୍ୟା ଏବଂ ଏଥିଲାଗି ତାଙ୍କ ମାତା ସତୀ ହେବା। ପର୍ଶୁରାମ କୌଣସି ଗର୍ଭବତୀ ମହିଳାଙ୍କୁ ଆକ୍ରମଣ କରି ନଥିଲେ । ଏହି ଯୁଦ୍ଧ ୨୧ ଥର ଘଟିଥିଲା।
ପରଶୁରାମ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କୁ ଯୁଦ୍ଧ କୌଶଳ ଏବଂ ଶାସ୍ତ୍ର ଜ୍ଞାନ ପ୍ରଦାନ କରିଥିଲେ। ପରଶୁରାମଙ୍କଠାରୁ କୃଷ୍ଣ ଯୁଦ୍ଧ ରଣନୀତି ବିଷୟ ଶିଖିଥିଲେ। ଶ୍ରୀକୃଷ୍ଣ ଏବଂ ପରଶୁରାମଙ୍କ ମଧ୍ୟରେ ଗୁରୁ-ଶିଷ୍ୟ ସମ୍ପର୍କ ଥିଲା ଏବଂ ଏହା ମାଧ୍ୟମରେ ଶ୍ରୀକୃଷ୍ଣ ଯୁଦ୍ଧ କୌଶଳରେ ବିଶେଷଜ୍ଞ ହୋଇ ପାରିଥିଲେ। ପର୍ଶୁରାମ କର୍ଣ୍ଣ, ଦୁର୍ଯୋଧନ ଏବଂ ଅନ୍ୟ କ୍ଷତ୍ରିୟ ରାଜାମାନଙ୍କୁ ଶସ୍ତ୍ର ଶିକ୍ଷା ଦେଇଥିଲେ ଯାହା ଫଳରେ ସେମାନେ ଯୁଦ୍ଧ କୌଶଳରେ ପାରଙ୍ଗମ ହୋଇଥିଲେ। ଭଗବାନ ଶିବଙ୍କ ଭକ୍ତ ପର୍ଶୁରାମ, ଶିବଙ୍କ କଠିନ ତପସ୍ୟା ଦ୍ୱାରା ଏହି ସମସ୍ତ ଦିବ୍ୟ ଅସ୍ତ୍ର ଏବଂ ଜ୍ଞାନ ହାସଲ କରିଥିଲେ।
ପକ୍ଷୀ ଏବଂ ପ୍ରାଣୀଙ୍କ ସମସ୍ତ ଭାଷା ବୁଝିପାରୁଥିବା ଜଣେ ପ୍ରକୃତି ପ୍ରେମୀ ପର୍ଶୁରାମ ପିଲାଦିନରୁ ପ୍ରାଣୀଙ୍କୁ ଛୁଇଁ ସେମାନଙ୍କ ସହିତ ବନ୍ଧୁତା ସ୍ଥାପନ କରୁଥିଲେ। ପ୍ରକୃତି ପ୍ରତି ତାଙ୍କର ଗଭୀର ପ୍ରେମ ଏବଂ ପ୍ରାଣୀମାନଙ୍କ ପ୍ରତି ସହାନୁଭୂତି ଥିଲା। ପର୍ଶୁରାମ ମଧ୍ୟ ଦାନ ଦେବାରେ ପଛରେ ନଥିଲେ। ଯଜ୍ଞର ଶେଷରେ, ସେ ସମଗ୍ର ପୃଥିବୀକୁ ପୁଣ୍ୟବାନ ମହର୍ଷି କଶ୍ୟପଙ୍କୁ ଦକ୍ଷିଣା ଭାବରେ ଦାନ କରିଥିଲେ ଏବଂ ନିଜେ ମହେନ୍ଦ୍ର ପର୍ବତରେ ରହିବା ଆରମ୍ଭ କରିଥିଲେ ଏବଂ ଏହିପରି ପୃଥିବୀ ଦାନ କରିଥିଲେ।
ପରଶୁରାମଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ଶିବ ଏହି ଧନୁ ତାଙ୍କୁ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ତାହାକୁ ସଂରକ୍ଷଣ ଲାଗି ରାଜା ଜନକଙ୍କୁ ଦେଇଥିଲେ। ଏହି ଧନୁକୁ ରାମ ସୀତାଙ୍କ ସ୍ୱୟଂବର ସମୟରେ ଭାଙ୍ଗି ଦେଇଥିଲେ। ଏହି ଧନୁ ଏକ ସାଧାରଣ ଧନୁ ନୁହେଁ ବରଂ ଏକ ଶକ୍ତିଶାଳୀ ଅସ୍ତ୍ର ଥିଲା, ଯାହାର ସଞ୍ଚାଳନ ବିଧି କେବଳ କିଛି ଲୋକଙ୍କୁ ଜଣା ଥିଲା।
ପରଶୁରାମଙ୍କ ସର୍ବଶ୍ରେଷ୍ଠ ଗୁଣଗୁଡ଼ିକ ଥିଲା ତାଙ୍କର ଅସୀମ ବୀରତ୍ଵ ଆଉ ସାହସ, ଧର୍ମ ପ୍ରତି ନିଷ୍ଠା, ନ୍ୟାୟ ପ୍ରିୟତା। ପିତାଙ୍କ ଆଦେଶ ପାଳନ କରି ପରଶୁରାମ ତାଙ୍କ ମାତାଙ୍କ ମୁଣ୍ଡ କାଟିଦେଲେ ଏବଂ ପରେ ପିତାଙ୍କ ଆଶୀର୍ବାଦରେ ସେ ତାଙ୍କ ମାତାଙ୍କୁ ପୁନର୍ଜୀବିତ କଲେ ଏବଂ ତାଙ୍କ ମାତା ଏବଂ ପିତାଙ୍କ ଆଜ୍ଞା ପାଳନ କଲେ। ଏହା ସହିତ, ସେ ସର୍ବଦା ଅନ୍ୟାୟ ବିରୁଦ୍ଧରେ ଲଢ଼ିଥିଲେ ଏବଂ ପୀଡିତମାନଙ୍କୁ ସୁରକ୍ଷା ଦେଇଥିଲେ।
ପିତୃ ଆଜ୍ଞା ପାଳନ କରିବା କାରଣରୁ ପରଶୁରାମଙ୍କୁ ତାଙ୍କ ପିତାଙ୍କଠାରୁ ତିନୋଟି ବର ମାଗିବାକୁ କୁହାଯାଇଥିଲା। ପ୍ରଥମ ବର ଥିଲା ତାଙ୍କ ମାଆଙ୍କୁ ପୁନର୍ବାର ଜୀବିତ କରିବା, ଦ୍ୱିତୀୟ ବର ଥିଲା ତାଙ୍କ ଭାଇମାନଙ୍କୁ ସୁସ୍ଥ କରିବା ଏବଂ ତୃତୀୟ ବର ଥିଲା ସେ କେବେ କାହା ଠାରୁ ପରାସ୍ତ ନ ହୁଅନ୍ତି ଏବଂ ଦୀର୍ଘାୟୁ ଜୀବନ ପାଆନ୍ତୁ। ପରଶୁରାମଙ୍କ କଥାରେ କଠୋରତା ଥିଲା। ଆଜି ଦେଶକୁ ଆତଙ୍କବାଦ ବିରୁଦ୍ଧରେ ପରଶୁରାମଙ୍କ ପଧଶୁର ଆବଶ୍ୟକତା ଅଛି। ଯୁବପିଢ଼ି ଭଗବାନ ପର୍ଶୁରାମଙ୍କ ଆଦର୍ଶକୁ ନିଜ ଜୀବନରେ ଗ୍ରହଣ କରିବା ଉଚିତ।