
ମଧ୍ୟବିତ୍ତ ଶ୍ରେଣୀ ଓ ଚାକିରିଆ ଶ୍ରେଣୀଙ୍କ ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ବଡ଼ ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁସାରେ ଏବେ ବାର୍ଷିକ ୧୨ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ ଟଙ୍କାଟିଏ ବି ଆୟକର ଦେବାକୁ ପଡିବ ନାହିଁ। ଅନ୍ୟପଟେ ଜାରି ହୋଇଥିବା ନୂଆ ଟିକସ ସ୍ଲାବକୁ ଦେଖିଲେ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଶୁନ୍ୟ କର , ୪ରୁ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ କର ଓ ୮ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ କର ଲାଗୁ ହେଉଥିବାର ଦେଖାଯାଉଛି।
ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି। ଘୋଷଣା ଅନୁସାରେ ଯଦି ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ କର ପଇଠ ନାହିଁ ,ତେବେ ୪ରୁ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ କର, ୮ରୁ ୧୨ଲକ୍ଷ ଟଙ୍କା ଆୟ ଉପରେ ୧୦ ପ୍ରତିଶତ କର କାହିଁକି ଦେଖାଯାଉଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ତେବେ ଏହା ପଛରେ କଣ ରହସ୍ୟ ରହିଛି, ତାହା ବୁଝିବାର ଅଛି। ସେ ସମ୍ପର୍କରେ ଏଠାରେ ଆଲୋଚନା କରାଯିବା ପ୍ରାସଙ୍ଗିକ ମନେହୁଏ। ଏ ସାରା ଖେଳ କର ରିହାତିର।
ସରକାର ଆୟକର ଅଧିନିୟମର ଧାରା ୮୭- ଏ ଅନୁସାରେ ରିହାତିର ବ୍ୟବସ୍ଥା ରହିଛି। ଏହାର ଅର୍ଥ ହେଉଛି କୌଣସି ସ୍ଲାବରେ ଯଦି ଜଣଙ୍କ ଆୟର ପୁରା ଟିକସ ଗଣନା ହେଉଥାଏ, ଏହା ତାଙ୍କୁ କିଛି ରିବେଟ ମିଳିବ। ଏଠାରେ ଉଦାହରଣ ସହ ବୁଝାଇ ଦିଆଯିବା ଉଚିିତ ମନେହୁଏ।ଯଦି ଜଣଙ୍କ ବାର୍ଷିକ ଆୟ ୪ରୁ ୮ଲକ୍ଷ ମଧ୍ୟରେ ହେଉଛି ,ତେବେ ତାଙ୍କ ଉପରେ ୨୦ ହଜାର ଟଙ୍କାର କର ଭାର ପଡୁଛି। ସେହିପରି ଯଦି ତାଙ୍କ ବେତନ ୮ରୁ ୧୨ ଲକ୍ଷ ଟଙ୍କା ମଧ୍ୟରେ ତେବେ ତାଙ୍କ ବାର୍ଷିକ କର ୪୦ ହଜାର ଟଙ୍କାର ହେବ। ସେହି ଅନୁସାରେ ତାଙ୍କ ଉପରେ ମୋଟ କର ୬୦ ହଜାର ଟଙ୍କା ହେଉଛି। ତେବେ ଆୟକର ଧାରା ୮୭- ଏ ଅନୁସାରେ ଏବେ କର ରିହାତିକୁ ବାର୍ଷିକ ୧୨ଲକ୍ଷ ଟଙ୍କାର ଆୟ ଉପରେ ୬୦ ହଜାର କରିଦିଆଯାଇଛି। ଅର୍ଥାତ ଜଣେ ବାର୍ଷିକ ୪ରୁ ୮ ଲକ୍ଷ ଆୟ କରନ୍ତୁ କି ୮ରୁ ୧୨ ଲକ୍ଷ ଆୟ କରନ୍ତୁ ତାଙ୍କୁ ଟଙ୍କାଟିଏ ବି ଆୟକର ଦେବାକୁ ପଡିବ ନାହିଁ।
କର ରିହାତି କଣ ?- କର ରିହାତି ଏକ ଜରୁରୀ ଆର୍ଥିକ ପ୍ରାବଧାନ। ଯାହା କରଦାତାଙ୍କୁ ସେମାନଙ୍କ ଆୟ ଉପରେ ଲାଗୁଥିବା କରରୁ ଆଶ୍ୱସ୍ତ କରିଥାଏ। ଏହି ପ୍ରାବଧାନ ଖାସ୍ କରି ସେହି ଲୋକଙ୍କ କ୍ଷେତ୍ରରେ ଲାଗୁ ହୁଏ, ଯେଉଁମାନଙ୍କ ବାର୍ଷିକ ଆୟ ଏକ ନିଶ୍ଚିତ ସୀମାଠାରୁ କମ୍। ଭାରତରେ ଏହି ବ୍ୟବସ୍ଥା ଆୟକର ଆଇନ ଧାରା ୮୭- ଏ ରେ ହୋଇଥାଏ। କରୋ ରିହାତି ଓ ରିବେଟରେ ଅନ୍ତର କ’ଣ ?
ଟ୍ୟାକ୍ସ ରିହାତି ସିଧାସଳଖ ଜଣଙ୍କ ଆୟ ଉପରେ ଲାଗୁ ହୁଏ ଓ କିଛି ଆୟ ସ୍ତର ତାଙ୍କୁ ପୁରାପୁରି ଟ୍ୟାକ୍ସ ମୁକ୍ତ କରିଥାଏ। ତେବେ କର ରିହାତି ସେତେବେଳେ ଲାଗୁ ହୁଏ, ଯେତେବେଳେ ତାଙ୍କ ଆୟ ଏକ ନିଶ୍ଚିତ ସୀମା ଠାରୁ ଅଧିକ ହୋଇଥାଏ। ଏହା ବାଦ ବି ବ୍ୟକ୍ତି ଜଣକ କିଛି ରାଶି କ୍ଷମା କରାଇପାରନ୍ତି। ଯେପରି ଏବେ ୧୨ ଲକ୍ଷ ଟଙ୍କା ଆୟ ଉପରେ ହେବ।